1. କୃଷି ଖବର

ନବୀନଙ୍କ ନୂଆ ଟିମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

କୃଷି ଓ କୃଷକ କଲ୍ୟାଣ ସହ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଦାୟିତ୍ବ ମଧ୍ୟ ତୁଲାଇବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହା ପୂର୍ବରୁ ରାଜ୍ୟର କୃଷିମନ୍ତ୍ରୀ ଥିଲେ ନୟାଗଡ ବିଧାୟକ ଅରୁଣ ସାହୁ ।

Shuvanshu Kar
Shuvanshu Kar

ନବୀନ ପଟ୍ଟନାୟକ ସରକାରଙ୍କ ମନ୍ତ୍ରୀମଣ୍ଡଳ(Naveen Patnaik Cabinat)ର ହୋଇଛି ନବକଳେବର । ନବୀନଙ୍କ ନୂଆ ଟିମରେସାମିଲ 21 ମନ୍ତ୍ରୀ ନେଇଛନ୍ତି ଶପଥ । ସମସ୍ତଙ୍କୁ ବିଭାଗ ବଣ୍ଟନ ହୋଇଛି । ରାଜ୍ୟରୁ ମିଳିଛି ନୂଆ କୃଷିମନ୍ତ୍ରୀ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ( Ranendra Pratap Swain)ଙ୍କୁ ମିଳିଛି କୃଷି ମନ୍ତ୍ରଣାଳୟର ଦାୟିତ୍ବ ।

କୃଷି ଓ କୃଷକ କଲ୍ୟାଣ ସହ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଦାୟିତ୍ବ ମଧ୍ୟ ତୁଲାଇବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ( Ranendra Pratap Swain) । ଏହା ପୂର୍ବରୁ ରାଜ୍ୟର କୃଷିମନ୍ତ୍ରୀ ଥିଲେ ନୟାଗଡ ବିଧାୟକ ଅରୁଣ ସାହୁ ।

ସେହିପରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହୋଇଛନ୍ତି ପ୍ରଦୀପ କୁମାର ଅମାତ । ଏହାସହିତ ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ଦାୟିତ୍ବ ମଧ୍ୟ ସେ ତୁଲାଇବେ । ଉଷା ଦେବୀଙ୍କୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କରାଯାଇଥିବାବେଳେ ପ୍ରମିଳା ମଲ୍ଲିକ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି ।

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

ବାଲୁକା କଳାରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସୁଦର୍ଶନ

ସେପଟେ ଦୀର୍ଘ ଦିନ ପରେ ମନ୍ତ୍ରୀ ଆସନରେ ବସିଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ମିଳିଛି । ସେହିପରି ପ୍ରତାପ କେଶରୀ ଦେବ ଶିଳ୍ପ ଓ ଶକ୍ତି, ନବକିଶୋର ଦାଶ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଟୁକୁନି ସାହୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଛନ୍ତି ।

ଶନିବାର ଅଚାନକ ଭାଙ୍ଗିଥିଲା ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ । ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ରବିବାର ଲୋକସେବା ଭବନରେ ସମସ୍ତ ମନ୍ତ୍ରୀ ଶପଥ ନେଇଥିଲେ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments