1. କୃଷି ଖବର

ବାଲୁକା କଳାରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ସମୁଦ୍ରକୂଳରେ ପରିବେଶର ସୁରକ୍ଷା ନେଇ ଏକ ସୁନ୍ଦର ବାଲୁକା କଳା କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଏହି ବାଲୁକା କଳାରେ ଏ ବର୍ଷର ମୁଖ୍ୟ ବିଷୟ ରହିଛି ଗୋଟିଏ ପୃଥିବୀ( Only One Earth) । ଏହାରି ମାଧ୍ୟମରେ ସେ ବିଶ୍ବବାସୀଙ୍କୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି ।

Shuvanshu Kar
Shuvanshu Kar
Sudarsan Pattnaik's Sand Art World Environment Day

Sudarsan Pattnaik's Sand Art World Environment Day

ଆଜି ବିଶ୍ବ ପରିବେଶ ଦିବସ । ସବୁଠି ପରିବେଶ ସରକ୍ଷାର ବାର୍ତ୍ତା ଦିଆଯାଉଛି । ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ବିଶ୍ବ ପରିବେଶ ଦିବସର ଶୁଭେଚ୍ଛା ଜଣାଇବା ସହ ସଚେତନତା ବାର୍ତ୍ତା ଦେଇଛନ୍ତି ବିଶିଷ୍ଟ ବାଲୁକା ଶୀଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ସମୁଦ୍ରକୂଳରେ ପରିବେଶର ସୁରକ୍ଷା ନେଇ ଏକ ସୁନ୍ଦର ବାଲୁକା କଳା କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଏହି ବାଲୁକା କଳାରେ ଏ ବର୍ଷର ମୁଖ୍ୟ ବିଷୟ ରହିଛି ଗୋଟିଏ ପୃଥିବୀ( Only One Earth) । ଏହାରି ମାଧ୍ୟମରେ ସେ ବିଶ୍ବବାସୀଙ୍କୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି ।

ସୁଦର୍ଶନ ଲେଖିଛନ୍ତି, ଆମ ପାଖରେ ଗୋଟିଏ ପୃତିବୀ ରହିଛି । କେବଳ ଆମ ପାଇଁ ନୁହେଁ ଆଗାମୀ ପୀଢି ପାଇଁ ମଧ୍ୟ ଆମକୁ ତାର ଯତ୍ନ ନୋବାକୁ ପଡିବ ବୋଲି କହିଛନ୍ତି ପଟ୍ଟନାୟକ ।

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ଚିଠି

ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ବିଶ୍ବ ପରିବେଶ ଦିବସ ଅବସରରେ ପୁରୀର ଲାଇଟହାଉସ ବେଳାଭୂମିରେ ବାଲୁକା କଳା କରିଛନ୍ତି । ବାଲୁକା କଳାରେ ମାଟି ବଞ୍ଚାଇବାର ବାର୍ତ୍ତା ଦେଇଛନ୍ତି ମାନସ ।

ପ୍ରତି ବର୍ଷ ଜୁନ ମାସ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ( World Environment Day) ପାଳନ କରାଯାଏ । ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୭୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments