News

ଏହି ଜିଲ୍ଲାରେ ଦିଆଯାଉଛି ମହୁ ଚାଷ ତାଲିମ୍, ଆପଣ ବି ଉଠାନ୍ତୁ ଲାଭ

କେଭିଆଇସି ମହୁ ଚାଷ ପାଇଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର 6 ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ତାଲିମ ପ୍ରଦାନ କରିଛନ୍ତି।

24 July, 2022 2:36 PM IST By: Shuvanshu Kar

ହନି ମିଶନ୍ କାର୍ଯ୍ୟକ୍ରମ(Honey Mission) ଅନ୍ତର୍ଗତ ସିଏସଆଇଆର ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟCSIR-National Botanical Research Institute (NBRI)  ରଜନୀଗନ୍ଧା, ଗେଣ୍ଡୁ, ମଲ୍ଲୀ ଫୁଲ ଚାରା ପ୍ରଦାନ କରୁଛି ଓ କେଭିଆଇସି ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ, ଟୁଲକିଟ୍ ପ୍ରଦାନ କରୁଛି । ଏଥି ସହିତ କେଭିଆଇସି ମହୁ ଚାଷ ପାଇଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର 6 ଟି ସ୍ବୟଂ ସହାୟକ ଗୋଷ୍ଠୀ (SHGs)ଙ୍କୁ ତାଲିମ ପ୍ରଦାନ କରିଛନ୍ତି।

100 ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ ଓ 10 ସେଟର ଟୁଲକିଟ୍‌ କୁ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ମା ଜେନାଦେଇ ଏସଏଚଜିକୁ ପ୍ରଦାନ କରାଯାଇଛି। ଏହା ସହିତ 2000 ରଜନୀଗନ୍ଧା ଚାରା ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମୀର କୁମାର ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି, ଶ୍ରୀ ବି.ଏନ୍. ପଣ୍ଡା, ଆସିଷ୍ଟାଣ୍ଟ ଡାଇରେକ୍ଟର, କେଭିଆଇସି, ଡା. ଚନ୍ଦ୍ର ଶେଖର ମହାନ୍ତି, ସିନିୟର ପ୍ରିନସିପାଲ୍ ସାଇଣ୍ଟିଷ୍ଟ, ଡା. ସୌମିତ କୁମାର ବେହେରା, ସିଏସଆଇଆର - ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ), ଲକ୍ଷ୍ମୌ ର ପ୍ରିନ୍‌ସିପାଲ୍ ସାଇଣ୍ଟିଷ୍ଟ, ମିସ୍ ଗୀତାଶ୍ରୀ ପାଢ଼ୀ, ଡେପୁଟି ଡାଇରେକ୍ଟର, ହର୍ଟିକଲଚର ଢେଙ୍କାନାଳ, ଶ୍ରୀ ନିରୋଦ ଜେନା, ଡେପୁଟି ସିଇଓ, ଓରମାସ୍, ଢେଙ୍କାନାଳ ଓ ଶ୍ରୀ ଚିତ୍ତରଞ୍ଜନ ପୁହାଣ, ମହୁଚାଷ ମାଷ୍ଟର ଟ୍ରେନର ଉପସ୍ଥିତ ରହିଥିଲେ।

ଶ୍ରୀଯୁକ୍ତ ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି କହିଛନ୍ତି ଯେ, କପିଳାଶ ବନ୍ୟଜନ୍ତୁ ଅଭୟାରଣ୍ୟର ପାଦ ଦେଶରେ ହରେକୃଷ୍ଣପୁର ଗ୍ରାମ ଅବସ୍ଥିତ। ଏଠାରେ ଅନେକ ପ୍ରକାର ଉଦ୍ଭିଦ ପ୍ରଜାତି ରହିଛନ୍ତି ଯାହାକି ମହୁଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ସେ ମହୁଚାଷୀମାନଙ୍କୁ ଅଧିକ ମହୁମାଛି କଲୋନୀ ସୃଷ୍ଟି ଉପରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ଡିଡିଏଚ୍ କହିଛନ୍ତି ଯେ ଉଦ୍ୟାନକୃଷି ବିଭାଗ ହିତାଧିକାରୀଙ୍କ ଠାରୁ ରଜନୀଗନ୍ଧା ଚାରା କ୍ରୟ କରିବ ଓ ଏହାକୁ ଅନ୍ୟ ସ୍ଥାନକୁ ପ୍ରେରଣ କରାଯିବ। ଡା. ଚନ୍ଦ୍ର ଶେଖର ମହାନ୍ତି, ଏନବିଆରଆଇ କହିଛନ୍ତି ଯେ ମହୁ ଚାଷ ଓ ଫୁଲ ଚାଷର ସମନ୍ବୟ ଦ୍ବାରା ହିତାଧିକାରୀଙ୍କ ଆୟ ବୃଦ୍ଧି କରାଯାଇପାରିବ।

ମହୁଚାଷ ପାଇଁ ଓଡ଼ଶା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଖରାଦିନ ମହୁଚାଷ ପାଇଁ ସବୁଠାରୁ ଉତ୍କୃଷ୍ଟ ସମୟ । ବସନ୍ତ ଏବଂ ଗୀଷ୍ମଋତୁ ମହୁଚାଷରେ ଚାଷୀ ଅଧିକ ଲାଭବାନ ହୋଇଥାନ୍ତି ।

ବୈଜ୍ଞାନିକ ପଦ୍ଧତ୍ତି ରେ ମହୁ ଚାଷ ର ପ୍ରଶିକ୍ଷଣ

ସଫଳ ମହୁ ଚାଷୀ: ବିଜୟ କୁମାର ବୀର

କେମିତି କରିବେ ମହୁଚାଷ ?

  • ମହୁବାକ୍ସଗୁଡ଼ିକ ଗଛ ତଳେ ଛାଇ ଜାଗାରେ ରଖନ୍ତୁ କିମ୍ବା ବାକ୍ସ ଗୁଡ଼ିକ ଉପରେ ନଡ଼ା କିମ୍ବା ଅଖାଦେଇ ଛାଇର ବ୍ୟବସ୍ଥା କରନ୍ତୁ ।
  • ମହୁବାକ୍ସ ଭିତରେ ଥିବା ରାଣୀ ମହୁମାଛି ପ୍ରାୟ ପୁରୁଷ ମାଛିମାନଙ୍କୁ ଆକର୍ଷଣ କରିଥାନ୍ତି । ପର୍ଯ୍ୟାପ୍ତ ପରିମାଣର ମାଛି ଫେଣାରେ ବସନ୍ତି । ମହୁ ତିଆରି ହୋଇଥାଏ ।
  • ଗ୍ରୀଷ୍ଟ ସମୟ ମହୁମାଛଙ୍କ ପାଇଁ ଅନୁକୂଳ ସମୟ । ଫେଣାରେ ବନ୍ଦୁ ଭର୍ତ୍ତି ହୋଇଗଲେ ଫେଣାକୁ ନଭାଙ୍ଗି ସେସିନ ସାହାଯ୍ୟରେ ସଂଗ୍ରହ କରିନିଅନ୍ତୁ ।
  • ପ୍ରତି ୭– ୧୦ ଦିନ ଭିତରେ ବାକ୍ସର ତଳ ପଟକୁ ସଫା କରିଦିଅନ୍ତୁ ।
    ଏହି ସମୟରେ ମହୁ ନିଷ୍କାସନ ଯନ୍ତ୍ର ସାହାଯ୍ୟରେ ମହୁ ଅମଳ କରନ୍ତୁ । ଦଳ ବିକିବାକୁ ଚାହୁଁଥିଲେ ଦଳ ବିଭାଜନ କରି ବିକ୍ରୟ କରନ୍ତୁ ।
  • ମହୁଫେଣାକୁ ବିରୁଡି ଓ ଝିଟିପିଟି ଆଦି କୀଟଙ୍କର ଭୟ ଥାଏ । ତେଣୁ ନିୟମିତ ଏମାନଙ୍କ ଆକ୍ରମଣରୁ ମହୁବାକ୍ସକୁ ସୁରକ୍ଷିତ କରିହେବ । ମହୁଚାଷ ବାଡ଼ିବଗିଚା ପ୍ରାୟ ସବୁ ସ୍ଥାନରେ କରିହେବ । ପାଖରେ କୌଣସି ପାତ୍ରରେ ଚିନି କିମ୍ବା ଗୁଡ଼ ପାଣି ରଖିଲେ ଆହୁରି ଭଲ।                                                                      

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)