ସାମ୍ନାକୁ ଆସିଲା ବିଶ୍ବର ଅଗ୍ରଣୀ କମ୍ପାନୀ ଉବର (uber company)ବିରୋଧରେ ସାଂଘାତିକ ଅଭିଯୋଗ | ଅଭିଯୋଗ ଅନୁଯାୟୀ , ମୋବାଇଲ୍ ଆପ୍ ଜରିଆରେ ଯାତ୍ରୀ ପରିବହନ ସୁବିଧା ପ୍ରଦାନ କରୁଥିବା ଏହି ସଂସ୍ଥା ନୂଆ ବଜାରରେ ପ୍ରବେଶ କରିବା ବେଳେ ଅନେକ ବେଆଇନ କାର୍ଯ୍ୟ କରଛି | ଆନ୍ତର୍ଜାତିକ କନସୋର୍ଟିୟମ୍ (ଆଇସିଆଇଜେ) (International Consortium of Investigative)ପକ୍ଷରୁ ଏନେଇ ‘ଉବର ଫାଇଲ୍ସ’ ନାମକ ଦଲିଲ ଜାରି କରାଯାଇଛି |
ଦଲିଲରେ ଟାକ୍ସି ଚଳାଚଳକୁ ନେଇ ବିଭିନ୍ନ ଦେଶରେ ରହିଥିବା ନିୟମକୁ ନିଜ ପାଇଁ ସୁହାଇବା ଭଳି ବଦଳାଇବାକୁ କଂପାନି ଚାପ ପକାଉଥିବା ଉଲ୍ଲେଖ ରହିଛି | କମ୍ପାନୀ (uber company)ଅଧିକାରୀମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଇ-ମେଲ୍ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି |
ଉବର କମ୍ପାନୀ (uber company) ବିରୋଧରେ ସରକାର ଦେଇଥିବା ତଦନ୍ତ ନିର୍ଦେଶକୁ ରୋକିବା ଲାଗି ଉବର କମ୍ପାନୀ (uber company)ଉଦ୍ୟମ କରୁଥିଲା | ୟୁରୋପର ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଚଢ଼ଉ ବେଳେ କଂପାନି ‘କିଲ୍ ସ୍ବିଚ୍’ ନାମକ ଏକ ବ୍ୟବସ୍ଥାକୁ ସକ୍ରିୟ କରୁଥିଲା ଯାହା ଦ୍ବାରା କଂପାନି ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ସଂସ୍ଥା ପାଖରେ ପହଞ୍ଚୁନଥିଲା | ଟ୍ରାଭିସ୍ କାଲାନିକ୍ ସିଇଓ ଥିବା ସମୟରେ ୨୦୧୭ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସକ୍ରିୟ ଥିବା ରିପୋର୍ଟରୁ ଜଣାପଡିଛି | ଏହାପରେ ଦାରା ଖସ୍ରୋସାହି ସିଇଓ ହେବା ପରେ ତାହା ବନ୍ଦ ହୋଇଯାଇଥିଲା |
୨୦୧୩ରେ ଉବର (uber company)ଭାରତରେ ଏହାର ସେବା ଆରମ୍ଭ କରିଥିଲା | କଂପାନି ପାଇଁ ଭାରତରେ ଏବେ ୧୦୦ରୁ ଅଧିକ ସହରରେ ୬ ଲକ୍ଷରୁ ଅଧିକ ଚାଳକ କାମ କରୁଥିବା ସୂଚନା ମିଳିଛି | ୨୦୧୪ ଅଗଷ୍ଟରେ ଭାରତୀୟ ଟିମ୍କୁ କମ୍ପାନୀର ତତ୍କାଳୀନ ଏସିଆ ମୁଖ୍ୟ ଆଲେନ୍ ପେନ୍ ଲେଖିଥିବା ଏକ ଇମେଲ୍ରେ ଜଣାଇଥିଲେ ଯେ ପ୍ରଥମ ବର୍ଷରେ ଆମେ ନିଶ୍ଚିତ ରୂପେ ଭାରତରେ ପ୍ରଭାବ ବିସ୍ତାର କରିପାରୁଛି |
ଜିଏସ୍ଟି, (Goods and Services Tax)ଆୟକର ବିଭାଗ, ଉପଭୋକ୍ତା ମଞ୍ଚ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସେବା କର ବିଭାଗ ଭଳି ନିୟାକ ସଂସ୍ଥା ସମ୍ପର୍କିତ ବାର୍ତାଳାପକୁ ମଧ୍ୟ ଜାରି କରାଯାଇଛି | ସେବା କର ମାମଲାର କିଭଳି ମୁକାବିଲା କରାଯିବା ଦରକାର ତାହା ନିଜର କର୍ମଚାରୀଙ୍କୁ ଜଣାଇବା ଲାଗି କମ୍ପାନୀ (uber company)୨୦୧୪ରେ ଭାରତର ଉଦାହରଣ ଦେଇଥିଲା | ଅତୀତରେ ହୋଇଥିବା ଭୁଲଗୁଡ଼ିକୁ ଉବର ସ୍ବୀକାର କରିଛି | କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ଭିତରେ ଆମେ ଯେଉଁ କାମ କରିଛୁ ,ଆମ ସଂସ୍ଥାର ଯେଉଁ ରୂପାନ୍ତରୀକରଣ ହୋଇଛି ସେହି ଆଧାରରେ ଆମର ବିଚାର କରାଯାଉ |