1. କୃଷି ଖବର

ଏହି ରାଜ୍ୟକୁ 16800 କୋଟି ଭେଟି ଦେବେ ପ୍ରଧାନମନ୍ତ୍ରୀ

ଝାଡଖଣ୍ଡକୁ 16800 କୋଟି ଟଙ୍କାର ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Shuvanshu Kar
Shuvanshu Kar
PM Modi will launch development works worth Rs 16,800 crore in Jharkhand

PM Modi will launch development works worth Rs 16,800 crore in Jharkhand

ଝାଡଖଣ୍ଡ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) । ଏହି ଅବସରେ ଝାଡଖଣ୍ଡ(Jharkhand)କୁ 16800 କୋଟି ଟଙ୍କାର ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ସ୍ବାଗତରେ ସଜେଇ ହୋଇଛି ବାବାଧାମ ଦଓଘର । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ଜରିଆରେ କହିଥିଲେ ଯେ ସେ ଝାଡଖଣ୍ଡ ଏବଂ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାକୁ ଉତ୍ସାହିତ ଅଛନ୍ତି । ଦେଓଗରରେ ପହଞ୍ଚି ସେଠାରେ 16,800 ଟଙ୍କା ମୂଲ୍ୟର ବିକାଶ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ବୋଲି କହିଥିଲେ ମୋଦି ।

ପ୍ରଧାନମନ୍ତ୍ରୀ ଏମ୍ସ ଦେଓଘରରେ ଅପରେସନ୍ ଥିଏଟର ସେବାକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ । ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ, ଆଇପିଡି ଏବଂ ଓଟି ସେବା ଦେଓଘରରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଦେଓଘର ଲୋକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦେଓଘର ଗସ୍ତର ଗୋଟିଏ ଦିନ ପୂର୍ବରୁ ଲୋକମାନେ ବୀପ ଜଳାଇ ଉତ୍ସବ ପାଳନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଲୋକମାନେ ନିଜ ଘରେ ଏବଂ ସର୍ବସାଧାରଣ ସ୍ଥାନରେ ଦୀପ ଜାଳିଥିଲେ। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଓଘର ଗସ୍ତ ସମୟରେ ଏକ ରୋଡ୍ ସୋ କରିବେ ।

ଦେଓଘରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ୍ ସୋ ପରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ବାବା ବୈଦ୍ୟନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବେ ଏବଂ ପୂଜା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସନ୍ଧ୍ୟାର ଝାଡଖଣ୍ଡର ଦେଓଘରରୁ ବିହାରର ରାଜଧାନୀ ପାଟନା ଗସ୍ତ କରିବେ।

ଆଜି ପ୍ରାକୃତିକ କୃଷି ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

କାଶୀକୁ 1800 କୋଟି ଟଙ୍କାର ଭେଟି ଦେଲେ ପ୍ରଧାନମନ୍ତ୍ରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments