1. କୃଷି ଖବର

Free Ration: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଆସନ୍ତା ବର୍ଷ ଯାଏଁ ମିଳିବ ମାଗଣା ରାସନ

ଏଣିକି ରାସନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଲା । କେନ୍ଦ୍ର ସରକାର ଶୁକ୍ରବାର ଦିନ ଗରିବଙ୍କୁ ମାଗଣା ଖାଦ୍ୟ ଦେବା ନେଇ କ୍ୟାବିନେଟ୍‌ରେ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ହିଁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଆଧାରରେ ହିଁ ଦେଶର ୮୧ କୋଟି ଜନତାଙ୍କୁ ମାଗଣାରେ ମିଳୁଥିବା ରାସନ ଅବଧିକୁ ଆଉ ଗୋଟିଏ ବର୍ଷ ପାଇଁ ହିଁ ବଢାଇଛନ୍ତି ।

Sudesna Nayak
Sudesna Nayak
big decision of the government free ration will be available for the next 1 year

big decision of the government free ration will be available for the next 1 year

ଏଣିକି ରାସନ (ration)କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଲା । କେନ୍ଦ୍ର ସରକାର (central government) ଶୁକ୍ରବାର ଦିନ (Friday) ଗରିବଙ୍କୁ ମାଗଣା ଖାଦ୍ୟ ଦେବା ନେଇ କ୍ୟାବିନେଟ୍‌ରେ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ହିଁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଆଧାରରେ ହିଁ ଦେଶର ୮୧ କୋଟି ଜନତାଙ୍କୁ ମାଗଣାରେ ମିଳୁଥିବା ରାସନ ଅବଧିକୁ ଆଉ ଗୋଟିଏ ବର୍ଷ ପାଇଁ ହିଁ ବଢାଇଛନ୍ତି ।

ସୂଚନା ଅନୁୟାୟୀ, ପୂର୍ବରୁ ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋପ୍ରତି ୨ଟଙ୍କା ଦରରେ ଯୋଗାଇ ଦିଆଯାଉଥିଲା । ତେବେ ଆସନ୍ତା ୨୦୨୩ ଡିସେମ୍ବର ଯାଏଁ କିନ୍ତୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ରାସନ (Free ration) । ଫଳରେ ଦେଶର ୮୧ କୋଟିରୁ ଅଧିକ ହିତାଧୀକାରୀ ଏହାର ଫାଇଦା ପାଇବେ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଏନେଇ ମଞ୍ଜୁରୀ ଦେଇଛି ।

ଏଥିରେ କେନ୍ଦ୍ର ସରକାର (central government)ଙ୍କ ଉପରେ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝଭାର ପଡିବ । ରାସନ ପାଇଁ ଗରିବଙ୍କୁ ଗୋଟିଏ ଟଙ୍କା ବି ଦେବାକୁ ପଡିବ ନାହିଁ । ଏହି ଯୋଜନା ଉପରେ ସରକାର ପ୍ରତି ବର୍ଷ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ନିକଟରେ କହିବାକୁ ଗଲେ, ଛତିଶଗଡ଼ (Chhatishgarh) ସରକାରଙ୍କ ବଡ଼ ନିଷ୍ପତ୍ତି । ଛତିଶଗଡ (Chhatishgarh)ରେ ପୁଣି ଆଉ ବର୍ଷକ ପାଇଁ ମାଗଣା ରାସନ ବାଣ୍ଟିବେ ସରକାର । କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ (Bhupesh Baghel) ଏହି ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ, ରାସନ କାର୍ଡଧାରୀଙ୍କୁ ବିନା ଅର୍ଥରେ ରାସନ ଦିଆଯିବ । ଏହା ବ୍ୟତୀତ ଛତିଶଗଡରେ ଜୁଆ ଖେଳ (Gambling) ଉପରେ ପ୍ରତିବନ୍ଧକ ଲଗାଇବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସରକାରୀ କର୍ମଚାରୀମାନେ ଏପ୍ରିଲ ୨୦୨୨ରୁ ପୁରୁଣା ପେନସନ ଯୋଜନାର ଲାଭ ପାଇବେ ।

ପ୍ରକାଶ ଥାଉ ଯେ, କେନ୍ଦ୍ରୀୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲ (Union Food Minister Piyush Goyal)କହିଛନ୍ତି ଯେ, ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଆଧାରରେ ଚାଉଳ, ଗହମ ଏବଂ ଅନ୍ୟ ଶସ୍ୟ କ୍ରମଶଃ କିଲୋ ପିଛା ୩ ଟଙ୍କା, ୨ ଟଙ୍କା ଏବଂ ୧ ଟଙ୍କା ହିସାବରେ ଦେଇଥାନ୍ତି । ତେବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ରାସନ (Free ration) ମିଳିବ ।

ଖୁସି ଖବର !ଏବେ ସରକାର ବାଣ୍ଟିବେ ମାଗଣା ରାସନ

ଭୟଭୀତ ଚାଷୀ, ସରିଯିବ ସାର! ସରକାର କହିଲେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments