
big update of toll free highway travel, image source - pexels
ଗତକାଲି ଟୋଲ୍ ନିୟମରେ ନିଆଯାଇଛି ଏକ ପଦକ୍ଷେପ l କେନ୍ଦ୍ର ସରକାର ଟୋଲ୍ ନିୟମରେ ଆଣିଛନ୍ତିଏକ ବଡ଼ ପରିବର୍ତ୍ତନ କରିଛନ୍ତି । ନିୟମାନୁଯାୟୀ, ବର୍ତ୍ତମାନ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଅଧୀନରେ ସଂସ୍ଥାପିତ ଘରୋଇ ଯାନଗୁଡିକୁ ପ୍ରାୟତଃ ୨୦ କିଲୋମିଟର ପରିଧି ପର୍ଯ୍ୟନ୍ତ ଟୋଲ୍ ଟିକସ ଆଉ ଦେବାକୁ ପଡିବ ନାହିଁ।
ସେହିପରି ଜିଏନ୍ଏସ୍ଏସ୍ ଥିବା ବେସରକାରୀ ଯାନର ମାଲିକଙ୍କୁ ରାଜପଥ ଏବଂ ଏକ୍ସପ୍ରେସୱେ ଗୁଡିକରେ ଦୈନିକ ମାତ୍ର ୨୦ କି.ମି ଯାତ୍ରା ପାଇଁ ଟୋଲ୍ ଟିକସ ଦେବାକୁ ହେବନାହିଁ ।
କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ଜାତୀୟ ରାଜପଥ ଶୁଳ୍କ ନିୟମ, ୨୦୦୮ରେ ସଂଶୋଧନ କରାଯାଇଥିବାରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଜାତୀୟ ରାଜପଥ ଶୁଳ୍କ ସଂଶୋଧନ ନିୟମ, ୨୦୨୪ ଭାବେ ଜଣାଶୁଣା। ନୂତନ ନିୟମ ଅନୁସାରେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ୨୦ କି.ମି ଦୂରତା ଯାତ୍ରା କରିବାକୁ ଶୁଳ୍କ ଆଦାୟ ହେବ ନାହିଁ। ପରିବର୍ତ୍ତନ ହୋଇଥିବା ନିୟମ ଅନୁଯାୟୀ ଏହି ଦୂରତା ଅତିକ୍ରମ କଲେ ଗାଡି ମାଲିକଙ୍କୁ ଦୂରତା ଯାତ୍ରା ଟୋଲ୍ ଟିକସ ଦେବାକୁ ହେବ।
କ’ଣ ଏହି ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ :-
ଜିଏନ୍ଏସ୍ଏସ୍-ଆଧାରିତ ଟୋଲ ସଂଗ୍ରହ ପ୍ରଣାଳୀରେ ରାଜପଥରେ ଯାତ୍ରା ଦୂରତାକୁ ଆଧାର କରି ଟୋଲ ଟିକସ ସଂଗ୍ରହ କରାଯାଏ। ଯଦିଓ ଜଣେ ଟୋଲ୍ ରାସ୍ତାର ଏକ ଅଂଶ ଯାତ୍ରା କରିଥାନ୍ତି, ତେବେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟୋଲ୍ ଟିକସ ଦେବାକୁ ପଡ଼ିବ । ଅନ୍ୟପଟେ ଉପଗ୍ରହ-ଆଧାରିତ ସିଷ୍ଟମ ପ୍ରତ୍ୟେକ ଯାନର ଗତିବିଧିକୁ ଟ୍ରାକ୍ କରିଥାଏ l ଯାନରେ ଲାଗିଥିବା ଅନ୍-ବୋର୍ଡ ୟୁନିଟ୍ ସାହାଯ୍ୟରେ ଏହି ଚାର୍ଜ ହିସାବ ହୋଇଥାଏ। ଯାହାକୁ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ କୁହାଯାଇଥାଏ l
ଅଧିକ ପଢ଼ନ୍ତୁ
Share your comments