1. କୃଷି ଖବର

ନୂଆ ଚାଷ ପଦ୍ଧତ୍ତି ଶିଖିବାକୁ ବିଦେଶ ଯିବେ ଚାଷୀ, ସରକାର ଖର୍ଚ୍ଚ କରିବେ ଅର୍ଥ....

୨୦୨୫ ସୁଦ୍ଧା ଆଗ୍ରହୀ କୃଷକମାନଙ୍କୁ ଜୈବିକ ଚାଷ ସହ ଜଡ଼ିତ ସମସ୍ତ ସମ୍ଭାବ୍ୟ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୧୩ ଟି ଜିଲ୍ଲାର ଆଗ୍ରହୀ କୃଷକମାନଙ୍କୁ ଭିଏତନାମ, ଥାଇଲ୍ୟାଣ୍ଡ, ଭୁଟାନ ଇତ୍ୟାଦି ଦେଶକୁ ମଧ୍ୟ ଜୈବିକ ଚାଷର ଉନ୍ନତ କୌଶଳ ଶିଖିବାକୁ ପଠାଯିବ ।

Priyambada Rana
Priyambada Rana
ବିଦେଶ ଯିବେ ବିହାର ଚାଷୀ..pic credit: www.pexels.com

ବିଦେଶ ଯିବେ ବିହାର ଚାଷୀ..pic credit: www.pexels.com

କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଜୈବିକ ଚାଷର ଉନ୍ନତ ପଦ୍ଧତି ଶିଖିବା ପାଇଁ ବିହାର ସରକାର ରାଜ୍ୟର ୧୩ଟି ଜିଲ୍ଲାରୁ କୃଷକଙ୍କୁ ବିଦେଶ ପଠାଇବା ପାଇଁ  ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କୃଷି ମନ୍ତ୍ରୀ କୁମାର ସରବଜିତଙ୍କ ସୂଚନା ଅନୁଯାୟୀ, ଗଙ୍ଗା କୂଳରେ ଅବସ୍ଥିତ ୧୩ଟି ଜିଲ୍ଲାର ଆଗ୍ରହୀ କୃଷକଙ୍କୁ ବ୍ୟାଚ୍ ପଠାଯିବ ଏବଂ ରାଜ୍ୟ କୃଷି ବିଭାଗ ପ୍ରତ୍ୟେକ ଚାଷୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରିବେ।

ରାଜ୍ୟର ଏହି ୧୩ଟି ଜିଲ୍ଲାରେ ଜୈବିକ ଚାଷକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ବିଭାଗ ପୂର୍ବରୁ ଯୋଜନା ପ୍ରସ୍ତୁତ କରିସାରିଛି। ୨୦୨୫ ସୁଦ୍ଧା ଆଗ୍ରହୀ କୃଷକମାନଙ୍କୁ ଜୈବିକ ଚାଷ ସହ ଜଡ଼ିତ ସମସ୍ତ ସମ୍ଭାବ୍ୟ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୧୩ ଟି ଜିଲ୍ଲାର ଆଗ୍ରହୀ କୃଷକମାନଙ୍କୁ ଭିଏତନାମ, ଥାଇଲ୍ୟାଣ୍ଡ, ଭୁଟାନ ଇତ୍ୟାଦି ଦେଶକୁ ମଧ୍ୟ ଜୈବିକ ଚାଷର ଉନ୍ନତ କୌଶଳ ଶିଖିବାକୁ ପଠାଯିବ ।

କୃଷି ମନ୍ତ୍ରୀ କୁମାର ସରବଜିତ କହିଛନ୍ତି ଯେ ଆମ କୃଷକଙ୍କ ବିଦେଶୀ ଅଧ୍ୟୟନ ଭ୍ରମଣର ଖର୍ଚ୍ଚ ଆମେ ବହନ କରିବୁ। ଏଥିପାଇଁ ବିଭାଗ ପ୍ରାୟ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିସାରିଛି। ରାଜ୍ୟରେ ଜୈବିକ କୃଷି କରିଡରକୁ ଫଳପ୍ରଦ ଭାବରେ ବିକଶିତ କରିବା ପାଇଁ ୧୦୪.୩୬ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କରିଡର ନିର୍ମାଣ ପାଇଁ ବିଭାଗ ୧୩ଟି ଜିଲ୍ଲାର ୨୦,୦୦୦ ଏକର ଜମି ଚିହ୍ନଟ କରିଛି ରାଜ୍ୟ ସରକାର ।

ଜୈବିକ ଚାଷର ଲାଭ ବିଷୟରେ ବର୍ଣ୍ଣନା କରି କୃଷି ମନ୍ତ୍ରୀ କୁମାର ସରବଜିତ କହିଛନ୍ତି ଯେ ଏହି କୃଷି ପ୍ରଣାଳୀରେ ପରିବେଶ ତଥା ସାମାଜିକ ଦାୟିତ୍ୱରେ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ନକରି ଫସଲ ଅମଳ କରାଯିବ ଉଚିତ୍ ।ଏହା ମଧ୍ୟ କମ୍ ପୁଞ୍ଜି ବିନିଯୋଗ ଆବଶ୍ୟକ କରେ ।

ଚାଷୀଙ୍କ ଅଧିକ ଆୟ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ, ଯୋଜନା ଏବଂ ନୂତନ ନୀତି କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ଏହି ପଦକ୍ଷେପ ରାଜ୍ୟରେ କୃଷକଙ୍କ କୃଷି ଲକ୍ଷ୍ୟ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା ନୀତୀଶ କୁମାର ସରକାରଙ୍କ ଚତୁର୍ଥ କୃଷି ରୋଡମ୍ୟାପର ଏହା ଏକ ଅଂଶ। ଜୈବିକ କରିଡରର ଏକ ଅଂଶ ଗଠନ କରୁଥିବା ୧୩ଟି ଜିଲ୍ଲା ହେଉଛି ପାଟନା, ବକ୍ସାର, ଭୋଜପୁର, ନାଲନ୍ଦା, ଲାଖାଇସରାଇ, ବୈଶାଲୀ, ସରନ, ସାମସ୍ତିପୁର, ଖାଗରିଆ, ବେଗୁସରାଇ, ଭାଗଲପୁର, ମୁଙ୍ଗର ଏବଂ କାଟିହର ।ରାଜ୍ୟରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ନିତିଶ୍ ସରକାରଙ୍କ ଏପରି ପଦକ୍ଷେପକୁ ପ୍ରଶଂସା କରାଯାଇଛି ।

ପିଏମ କିସାନ ସମ୍ମାନ ନିଧି ଯୋଜନାର ବଡ଼ ଅପଡେଟ: ଜାଣନ୍ତୁ କେଉଁମାନଙ୍କୁ ମିଳିବନି ପରବର୍ତ୍ତୀ କିସ୍ତି..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments