1. କୃଷି ଖବର

ଭାରତୀୟ ଚାଷୀଙ୍କୁ ଶ୍ରେଷ୍ଠ ବିଜ୍ଞାନୀ ଓ ଅନୁଷ୍ଠାନ ସହ ଯୋଡିବା ପାଇଁ କିଷାନ ହବ୍ ପାଣ୍ଠି

ଭାରତୀୟ ଚାଷୀଙ୍କୁ ଶ୍ରେଷ୍ଠ ବିଜ୍ଞାନୀ ଓ ଅନୁଷ୍ଠାନ ସହ ଯୋଡିବା ପାଇଁ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ୫୧ଟି ବାୟୋଟେକ କିଷାନ ହବ୍ ପାଣ୍ଠି ଯୋଗାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ l

Tanushree Mahapatra
Tanushree Mahapatra
Biotech-Kisan hubs connecting Indian farmers with best scientists and institutions

Biotech-Kisan hubs connecting Indian farmers with best scientists and institutions

ଭାରତୀୟ ଚାଷୀଙ୍କୁ ଶ୍ରେଷ୍ଠ ବିଜ୍ଞାନୀ ଓ ଅନୁଷ୍ଠାନ ସହ ଯୋଡିବା ପାଇଁ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ୫୧ଟି ବାୟୋଟେକ କିଷାନ ହବ୍ ପାଣ୍ଠି ଯୋଗାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ l ବୈଜ୍ଞାନିକ କୃଷି ପଦ୍ଧତି ଉପଯାଗ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉତ୍ପାଦକତା ବୃଦ୍ଧି ହେଉଛି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି l

l କାର୍ଯ୍ୟକ୍ରମ ଯୋଗୁଁ କୃଷି ଉତ୍ପାଦନ ଓ ଆୟ ବୃଦ୍ଧି କରି ୪ଲକ୍ଷ ଚାଷୀ ଉପକୃତ ହୋଇଥିବାବେଳେ, ଗ୍ରାମାଞ୍ଚଳରେ ୨୦୦ ଉଦ୍ୟୋଗୀ ସୃଷ୍ଟି ହୋଇଛନ୍ତି  

ଦେଶର ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ୫୧ଟି ବାୟୋଟେକ କିଷାନ କେନ୍ଦ୍ରକୁ ପାଣ୍ଠି ଯୋଗାଇ ଦେଉଥିବାବେଳେ, ସେଥିରୁ ୪୪ଟି କାର୍ଯ୍ୟକ୍ଷମ ରହିଛି । ଏହି କେନ୍ଦ୍ରଗୁଡିକ ଦେଶର ୧୫ଟି କୃଷି ଜଳବାୟୁଭିତ୍ତିକ ଅଞ୍ଚଳରେ ଅବସ୍ଥିତ ହୋଇଥିବାବେଳେ ୧୬୯ଟି ଜିଲ୍ଲାରେ ସେମାନଙ୍କ କାର୍ଯ୍ୟକଳାପ ଜାରି ରହିଛି ।

ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ (ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ)ତଥା ଧରିତ୍ରୀ ବିଜ୍ଞାନ (ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ) ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନ୍‌ସନ୍‌, ଅଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି, ଜୈବ ପ୍ରଯୁକ୍ତି ବିଦ୍ୟା(ଡିବିଟି) ବିଭାଗ ଚାଷୀ ଭିତ୍ତିକ ଅଭିଯାନ କାର୍ଯ୍ୟକ୍ରମ “ବାୟୋଟିକ କୃଷି ନବୋନ୍ମେଷ ବିଜ୍ଞାନ ପ୍ରୟାଗ ନେଟୱାର୍କ (ବାୟୋଟେକ କିଷାନ) ତ୍ୱରାନ୍ୱିତ କରୁଛି । ଏହି କାର୍ଯ୍ୟକ୍ରମ ଭାରତୀୟ ଚାଷୀମାନଙ୍କୁ ସର୍ବୋତ୍ତମ ବୈଜ୍ଞାନିକ ଓ ପ୍ରତିଷ୍ଠାନ ସହ ସମ୍ପର୍କ ସ୍ଥାପନରେ ସହାୟତା କରୁଛି ।

ସେ କହିଛନ୍ତି ବୈଜ୍ଞାନିକ କୃଷି ପଦ୍ଧତି ଉପଯୋଗରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉତ୍ପାଦକତା ବୃଦ୍ଧି ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟ ହେଉଛି ସ୍ଥାନୀୟ ଚାଷୀଙ୍କ ସମସ୍ୟା ବୁଝିବା, ଏହାର ଉପଲବ୍ଧ ସମାଧାନର ସୂତ୍ର ବାହାର କରିବା, ପରୀକ୍ଷାମୂଳକ ପ୍ରଦର୍ଶନ ସହ କାର୍ଯ୍ୟକ୍ରମ ଆୟୋଜନ, କୃଷକ-ବୈଜ୍ଞାନିକ ସମନ୍ୱୟ ମଂଚ ପ୍ରତିଷ୍ଠା, କୃଷକମାନଙ୍କ ପାଇଁ ତାଲିମ ଓ ବୈଜ୍ଞାନିକ ମାନଙ୍କ ନିମନ୍ତେ ସମନ୍ୱୟ ରକ୍ଷା କାର୍ଯର୍୍ୟକ୍ରମ, ରେଡିଓ ଓ ଟିଭି ଓ ସାମାଜିକ ଗଣମାଧ୍ୟମ ଜରିଆରେ ଯୋଗାଯୋଗ, ସୁନିର୍ବାଚିତ ଓ ଚାଷୀମାନଙ୍କ ପାଇଁ ଥେମାଟିକ୍ ଫେଲୋସିପ ଓ ମହିଳା ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ସମାଧାନ ଯୁକ୍ତ ଥେମାଟିକ ଫେଲୋସିପ୍ ଅନ୍ତର୍ଭୁକ୍ତ ।

କାର୍ଯ୍ୟକ୍ରମର ଅଭିପ୍ରାୟ ହେଉଛି ପ୍ରଯୁକ୍ତି ବିଦ୍ୟା ସହଯୋଗରେ ଚାଷୀଙ୍କ ଆୟ ବୃଦ୍ଧି ଓ ଗ୍ରାମାଞ୍ଚଳରେ ଜୈବଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା । ଏହି କାର୍ଯ୍ୟକ୍ରମ ଯୋଗୁଁ ଉତ୍ପାଦନ ଓ ଆୟ ବୃଦ୍ଧି ସହ ଚାରିଲକ୍ଷରୁ ଅଧିକ ଚାଷୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭାନ୍ୱିତ ହୋଇଛନ୍ତି । କାର୍ଯ୍ୟକ୍ରମ ଯୋଗୁଁ ଗ୍ରାମାଞ୍ଚଳରେ ୨୦୦ ଉଦ୍ୟୋଗୀ ମଧ୍ୟ ସୃଷ୍ଟି ହୋଇଛି । କାର୍ଯ୍ୟକ୍ରମ ଅଧୀନରେ ବିଭାଗ ଅଦ୍ୟାବଧି ୯୫୫୫୪.୧୪୬ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛି ।

 ଏହାଛଡା ଭାରତ ସରକାରଙ୍କ ମନ୍ତ୍ରଣାଳୟ ଓ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଚାଷୀମାନଙ୍କ ସମ୍ପର୍କ ଦେଶର ବିଜ୍ଞାନ ପରୀକ୍ଷାଗାର ସହିତ କରାଇଛନ୍ତି । କୃଷି ଗବେଷାଣା ଓ ଶିକ୍ଷା ବିଭାଗ(ଡିଏଆରଇ)/ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ରକୁ ସହାୟତା ଦେଉଛି ଓ ମେରାଗାଓଁ ମେରା ଗୌରବ (ଏମ୍‌ଜିଏମ୍‌ଜି), ତଫସିଲଭୁକ୍ତ ଜାତି ଉପଯୋଜନା (ଏସସିଏସପି) କାର୍ଯ୍ୟକ୍ରମ ଓ ଚାଷୀ ପ୍ରଥମ ଯୋଜନାଗୁଡିକ ତ୍ୱରାନ୍ୱିତ କରୁଛି । ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପରୀକ୍ଷାଗାର, କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧ ଗୁଳ୍ମରାଜି ଓ ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ ଲକ୍ଷ୍ନୌ କୃଷକମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଜରିଆରେ କୃଷି ବିଜ୍ଞାନୀ ଓ ବୈଷୟିକ ଜ୍ଞାନର ତାଲିମ ଦେଉଛନ୍ତି । ବାୟୋ-କିଷାନ ବ୍ୟତୀତ ବିଭାଗ ମଧ୍ୟ ଚାଷୀମାନଙ୍କୁ ଏହାର ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ସହାୟତା କରୁଛି ।

ପ୍ରଥମ ଦିନରେ ‘ପୁନେ କିସାନ ମେଳା - ୨୦୨୨", ଯୋଗଦେବେ ୪୦୦ ପ୍ରଦର୍ଶକ, ୧ ଲକ୍ଷ କୃଷକ, ୧ ଲକ୍ଷ ପରିଦର୍ଶକ

ସୁବର୍ଣ୍ଣ କୃଷି ମେଳା ୨୦୨୨ ,ଚାଷୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments