1. କୃଷି ଖବର

ଧାମନଗର ଉପ-ନିର୍ବାଚନରେ ଜିତିଲା ବିଜେପି

ଅନେକ ଦ୍ଵନ୍ଦ ପରେ ଗତକାଲି ଧାମନଗର ବାସୀଙ୍କୁ ମିଳିଲେ ନୂଆ ବିଧାୟକ । ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୯ ହଜାର ୮୮୧ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

Tanushree Mahapatra
Tanushree Mahapatra
Bjp won the dhamnagar by election

Bjp won the dhamnagar by election

ଅନେକ ଦ୍ଵନ୍ଦ ପରେ ଗତକାଲି ଧାମନଗର ( dhamnagar election ) ବାସୀଙ୍କୁ ମିଳିଲେ ନୂଆ ବିଧାୟକ ।  ଧାମନଗର ଉପନିର୍ବାଚନରେ ( dhamnagar bypoll ) ବିଜେପିର ବାଜିମାତ । ନିର୍ବାଚନ କମିଶନଙ୍କ ଘୋଷଣା  ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୯ ହଜାର ୮୮୧ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସୂରଜଙ୍କୁ ୮୦ ହଜାର ୩୫୧ ଭୋଟ ମିଳିଥିବାବେଳେ ଅବନ୍ତୀଙ୍କୁ ମିଳିଛି ୭୦ ହଜାର ୪୭୦ ଭୋଟ୍ । ତେବେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପାଇଛନ୍ତି ୮ହଜାର ୧୫୩ ଭୋଟ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ମିଳିଛି ମାତ୍ର ୩୫୬୧ ଖଣ୍ଡ ଭୋଟ ।

୨୭ ବର୍ଷୀୟ ସୂର୍ଯ୍ୟବଂଶୀ ସୂରଜ । ସର୍ବକନିଷ୍ଠ ବିଧାୟକ ଭାବେ ସେ ଯିବେ ବିଧାନସଭା । ଇଂଜିନିୟରିଂରୁ ରାଜନୀତିକୁ ଆସିଥିବା ସୂରଜ, ସବୁବେଳେ ରହିଛନ୍ତି ଧାମନଗରବାସୀଙ୍କ ସହ । ଆଉ ଧାମନଗର ବାସୀ ମଧ୍ୟ ଆଶୀର୍ବାଦ ସ୍ୱରୁପ ଭୋଟ୍ ଓଜାଡି ଦେଇଛନ୍ତି ସୂରଜଙ୍କ ଉପରେ ।  ବାପା ବିଷ୍ଣୁ ସେଠୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ । ଧାମନଗର ବିଜେପିର ଯୁବ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ବି ପାଲଟିଯାଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ।

ଯେତେବେଳେ ଭୋଟ ଫଳାଫଳ ଆସିବାର ଥିଲା । ବାପାଙ୍କ ପାଖରେ ମୁଣ୍ଡିଆ ମାରି ଘରୁ ବାହାରିଥିଲେ ସୂରଜ । ଦକ୍ଷିଣ କାଳୀ ମନ୍ଦିରରେ ପୂଜା ମଧ୍ୟ କରିଥିଲେ । ଏହା ପୂର୍ବରୁ ନାମାଙ୍କନ ଭରିବା ପାଇଁ ଯିବା ବେଳେ ପୁଅକୁ ଦହି ଖୁଆଇ ଶୁଭ ଆଶୀର୍ବାଦ ଦେଇଥିଲେ ମାଆ । କହିଥିଲେ, କେବଳ ଘରେ ଥିବା ମାଆ ତାର ପରିବାର ନୁହେଁ, ସାରା ଧାମନଗର ବାସୀ ତା ପରିବାର । ବାପାଙ୍କ ଯିବା ପରେ ମାଆଙ୍କ କଥାକୁ ଯେପରି ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ସୂରଜ । ସେଥିପାଇଁ ତ ସେ କହିଛନ୍ତି, ସେ ଧାମନଗର ବାସୀଙ୍କୁ ଭୋଟ୍ ମାଗିନାହାଁନ୍ତି ବରଂ ଆଶୀର୍ବାଦ ଲୋଡିଛନ୍ତି । ପ୍ରଚାର ବେଳେ ବଡଙ୍କୁ ଭକ୍ତି ହେଉ ଅବା ଧୀର, ନମ୍ର ଓ ଭଦ୍ର ସ୍ୱଭାବ, ସମସ୍ତଙ୍କ ପାଖରେ ପହଁଚାଇଥିଲା ସୂରଜଙ୍କୁ ।

ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ମାଟ୍ରିକ୍ ପାସ୍ କରି ଭୁବନେଶ୍ୱରର ଏକ ଘରୋଇ କଲେଜ୍‌ରୁ ବିଟେକ୍ କରିଛନ୍ତି । ଭଦ୍ରକ ଲ କଲେଜ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରି ଧାମରାର ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଭାବେ ଚାକିରି କରିଥିଲେ ସୂରଜ । ତେବେ ବାପାଙ୍କ ସହ କାମ କରିବାକୁ ଧାମନଗର ଫେରିଥିଲେ । ବାତ୍ୟା ଅବା କରୋନା ସବୁ ବେଳେ ସବୁ ପରିସ୍ଥିତିରେ ଲୋକଙ୍କ ସହ ରହିଛନ୍ତି ।  ଭଦ୍ରକ ଜିଲ୍ଲାରେ ଯୁବ ସଂଗଠନକୁ ମଜବୁତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ସୂରଜ ।

ସେପଟେ ଧାମନଗର ରେ ବିଜେପି ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ( odisha cm naveen patnaik ) ନିଜ ପ୍ରତିକ୍ରିୟା ରଖିଲେ ରାଜ୍ୟବାସୀଙ୍କ ପାଖରେ । ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା। ଦିବଂଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ ବୋଲି ନବୀନ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଧାମନଗର ଆସନ ବିଜେପି ଭାଗରେ ପଡିଥିଲା । ହେଲେ ବିଜେପି ମନମୋହନ ସାମଲଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜୟୀ ହୋଇଥିଲେ । ପରେ ୨୦୦୪ରେ ବିଜେପିର ମନମୋହନ ସାମଲ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା ପରେ ସେଠାରୁ ବିଜେଡିର ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ । ସେହିପରି ୨୦୧୪ରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବିଜେପିର ବିଷ୍ଣୁ ସେଠୀ ମାତ୍ର ୪ ହଜାର ୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରି ଧାମନଗରରେ ପୁଣି ପଦ୍ମ ଫୁଟାଇଥିଲେ । ଆଉ ବାପାଙ୍କ ପରେ ପୁଅ ପୁଣି ଧାମନଗରରେ ପଦ୍ମ ଫୁଟାଇବାରେ ସଫଳ ହୋଇଛନ୍ତି ।

ଦଳ ଗର୍ଜନ ରେ କମ୍ପୁଛି ନିର୍ବାଚନ ମୈଦାନ !

ଜରୁରୀ ସୂଚନା, ଭୋଟର ତାଲିକାରେ ସ୍ଥାନ ପାଇବାକୁ ଚାହୁଁଛନ୍ତି କି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments