News

ମିଳିଲା ନିଖୋଜ ବ୍ୟାଙ୍କ ଏଗ୍ରିକଲଚର ମ୍ୟାନେଜରଙ୍କ ମୃତଦେହ

ସୋନପୁର ଲଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମିଳିଲା ନିଖୋଜ ବ୍ୟାଙ୍କ କର୍ମଚାରୀ ଦିବ୍ୟରଞ୍ଜନଙ୍କ ମୃତଦେହ ।

14 August, 2022 3:05 PM IST By: Shuvanshu Kar

ସୋନପୁର ଲଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମିଳିଲା ନିଖୋଜ ବ୍ୟାଙ୍କ କର୍ମଚାରୀ ଦିବ୍ୟରଞ୍ଜନଙ୍କ ମୃତଦେହ(bank officer recovered from river ) । ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର(Agriculture Manager of Punjab National Bank) ଭାବେ କାର୍ଯ୍ୟ କରୁଥିଲେ ଦିବ୍ୟରଞ୍ଜନ । ଗତ ୧୧ ତାରିଖରୁ ନିଖୋଜ ଥିଲେ ଦିବ୍ୟ । ମୃତ ଦେହ ମିଳିବା ପରେ ପରିବାର ଲୋକ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି ଡୁଙ୍ଗୁରିପାଲି ଥାନାଧିକାରୀ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ଏନେଇ ସ୍ପଷ୍ଟ ହୋଇପାରିନଥିବା ବେଳେ ପୋଲିସ ସମସ୍ତ ଦିଗରୁ ତଦନ୍ତ ଚଳାଇଛି ।

ମୃତ ବ୍ୟାଙ୍କ କର୍ମଚାରୀ ଦିବ୍ୟରଞ୍ଜନ ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ ୨୬ ଦେଇ ଫେୁଥିବାବେଳେ ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରୁ ଆଉ ତାଙ୍କର ପତ୍ତା ମିଳିନଥିଲା । ନିଖୋଜ ଦିବ୍ୟରଞ୍ଜନ ବୁଧବାର ବ୍ୟାଙ୍କ ଯାଇଥିଲେ । ସଂଧ୍ୟା 6ଟାରେ ବ୍ୟାଙ୍କରୁ ଫେରୁଥିବା ନେଇ ଶେଷଥର ପାଇଁ ସ୍ତ୍ରୀଙ୍କ ସହ କଥା ମଧ୍ୟ ହୋଇଥିଲେ । ହେଲେ ଏହାପରେ ଆଉ ତାଙ୍କ ଫୋନ ଲାଗିନଥିଲା । ଘରଲୋକେ ବହୁ ଖୋଜାଖୋଜି ପରେ ଚେରୁପାଲି ବ୍ରିଜ ଉପରେ ତାଙ୍କ ବାଇକ, ହେଲମେଟ, ଓ ବ୍ୟାଗ ଦେଖିବାକୁ ପାଇଥିଲେ ।

ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଲୋଇସିଂହା ଏବଂ ଡୁଙ୍ଗୁରିପାଲି ପୋଲିସ । ଦୀର୍ଘ ଘଣ୍ଟାର ଖୋଜାଖୋଜି ପରେ ତାଙ୍କ ମୃତ ଦେହ ନଦୀରୁ ମିଳିଛି । 10 ଅଗଷ୍ଟରେ ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ ବ୍ୟାଙ୍କ କାମରେ ଯାଇଥିଲେ ଦିବ୍ୟରଞ୍ଜନ । ଶେଷ ଥର ପାଇଁ ସେ ସେହିଦିନ ସଂଧ୍ୟାରେ ନିଜ ସ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ।

ଶନିବାର ଦିବ୍ୟଙ୍କ ମୃତଦେହ ଲଛିପୁର ଗାଁ ଅଙ୍ଗ ନଦୀ କୂଳରୁ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ସନ୍ଦେହ କରୁଛି । ପୋଲିସ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିବା ଜଣାପଡିଛି । ସେ 2 ଜଣଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିବା ଜଣାପଡିଥିଲା । ତେବେ ପୋଲିସ ଘଟଣାର ତଦନ୍ତ କରୁଛି ।

ଶେଷ ନିଦ୍ରାରେ ଶେୟାର ମାର୍କେଟ କିଙ୍ଗ ରାକେଶ ଝୁଝୁନଓ୍ବାଲା

କମୁଛି ଚାହିଦା ! କାହିଁକି ହ୍ରାସ ପାଇଲା ଭାରତୀୟ ଚାଉଳର ରପ୍ତାନି ଦର ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)