1. କୃଷି ଖବର

କମୁଛି ଚାହିଦା ! କାହିଁକି ହ୍ରାସ ପାଇଲା ଭାରତୀୟ ଚାଉଳର ରପ୍ତାନି ଦର ?

କମ ଚାହିଦା କାରମରୁ ଚଳିତ ସପ୍ତାହରେ ଚାଉଳ ରପ୍ତାନି ଦର ହ୍ରାସ ପାଇଥିବା ଜଣାପଡିଛି । ରପ୍ତାନିକାରୀଙ୍କ ଅନୁଯାୟୀ, ଚଳିତ ସପ୍ତାହ ଚାହିଦା ହ୍ରାସ ପାଇଛି ।

Shuvanshu Kar
Shuvanshu Kar
India rice export rates slip on lack of demand

India rice export rates slip on lack of demand

ଭାରତରେ ସାମାନ୍ୟ ହ୍ରାସ ପାଇଛି ରପ୍ତାନି ଦର(rice export rates) । କମ ଚାହିଦା କାରମରୁ ଚଳିତ ସପ୍ତାହରେ ଚାଉଳ ରପ୍ତାନି ଦର(rice export rates) ହ୍ରାସ ପାଇଥିବା ଜଣାପଡିଛି । ସେପଟେ ପଡୋଶୀ ବାଂଲାଦେଶରେ ତୈଳ ଦର ବୃଦ୍ଧି କାରଣରୁ ଘରୋଇ ବଜାରରେ ତାତି ପରିଲକ୍ଷିତ ହେଉଛି ।

ରପ୍ତାନିକାରୀଙ୍କ ଅନୁଯାୟୀ, ଚଳିତ ସପ୍ତାହ ଚାହିଦା ହ୍ରାସ ପାଇଛି । ଆଫ୍ରିକୀୟ ଗ୍ରାହକ ବଜାରରେ ସକ୍ରିୟ ନାହାନ୍ତି । ସବୁଠୁ ଅଧିକ ରପ୍ତାନି ହେଉଥିବା 5 ପ୍ରତିଶତ ଭଙ୍ଗା ଉସୁନା ଚାଉଳ କିସମ ଗତ ସପ୍ତାହ ତୁଳନାରେ ପ୍ରତି ଟନ ପିଛା 360ରୁ 366 ଡଲାରକୁ ହ୍ରାସ ପାଇଛି । ଗତ ସପ୍ତାହରେ ଏହା ପ୍ରତି ଟନ ପିଛା 364ରୁ 370 ଡଲାର ରହିଥିଲା । କମ୍ ବର୍ଷା ହେତୁ ଉତ୍ପାଦନକୁ ନେଇ ଚିନ୍ତା ବଢିଚାଲିଛି ।

ବାଂଲାଦେଶର ଚାଉଳ ଆମଦାନୀ ଯୋଜନାରେ ଜୁଲାଇରେ ମାତ୍ର 15,500 ଟନ୍ କ୍ରୟ ହୋଇଛି । ସରକାର ବେସରକାରୀ ବ୍ୟବସାୟୀଙ୍କୁ ପ୍ରାୟ 1 ମିଲିୟନ୍ ଟନ୍ ଧାନ ଆମଦାନୀ କରିବାକୁ ଅନୁମତି ଦେଇଥିଲେ । ଏହାପରେ 62.5% ରୁ 25.0%କୁ ଶୁଳ୍କ ହ୍ରାସ କରିଥିଲେ ସରକାର । ଏହାପରେ ପ୍ରାୟ 15,500 ଟନ୍ ଚାଉଳ କ୍ରୟ ହୋଇପାରିଛି ।

ସରକାର ଆମଦାନୀ ଶୁଳ୍କ ହଟାଇ ଦେବା ଉଚିତ, ନହେଲେ ଆମଦାନୀ ଲାଭଦାୟକ ହେବନାହିଁ ବୋଲି ଢାକାର ବ୍ୟବସାୟୀମାନେ ମତ ଦେଇଛନ୍ତି । ସେପଟେ ବିଶ୍ବର ଚାହିଦା ବଳବତ୍ତର ରହିଥିବାରୁ ମୂଲ୍ୟ ଅଧିକ ହ୍ରାସ ପାଇବ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି ।

ଏପଟେ ବର୍ଷାର ପରିମାଣ ହ୍ରାସ କାରଣରୁ ଦେଶରେ ପ୍ରଭାବିତ ହୋଇଛି ଧାନ ରୋପଣ(paddy acreage)। ଏଭଳିସ୍ଥିତିରେ ଚଳିତ ଖରିଫ ରୁତୁରେ 5 ଅଗଷ୍ଟ ଯାଏଁ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ ଭଳି ରାଜ୍ୟରେ ଧାନ ରୋପଣ 13 ପ୍ରତିଶତ କମିଛି । କୃଷି ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଧାନ ରୋପଣ 5 ଅଗଷ୍ଟସୁଦ୍ଧା 274.30 ଲକ୍ଷ ହେକ୍ଟର ରହିଥିଲା । ଏକ ବର୍ଷ ପୂର୍ବେ ଏହି ସମୟରେ ଏହି ସଂଖ୍ୟା ରହିଥିଲା 314.14 ଲକ୍ଷ ହେକ୍ଟର ।

କମୁଛି ଧାନ ରୋପଣ, ବଢୁଛି ଦର ବୃଦ୍ଧି ଚିନ୍ତା

ଏଥର ହେବନି ଧାନ ଉତ୍ପାଦନ ହ୍ରାସ ! କଣ କହିଲେ କୃଷିମନ୍ତ୍ରୀ ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments