1. କୃଷି ଖବର

Budget 2022: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ; ପିଏମ ଆଓ୍ୱାସ ଅଧୀନରେ ନିର୍ମାଣ ହେବ ୮୦ ଲକ୍ଷ ଘର

ପିଏମ ଆୱାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ ।

Sudesna Nayak
Sudesna Nayak
Budget 2022 60,000 houses will be identified as beneficiaries for PM Awas Yojana

Budget 2022 60,000 houses will be identified as beneficiaries for PM Awas Yojana

ପିଏମ ଆୱାସ ଯୋଜନା (PM Awas Yojana) ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ ।

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର (Good news)। କରୋନା (Corona) ମହାମାରୀର ତୃତୀୟ ଲହରୀ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଫେବୃଆରୀ ୧ ତାରିଖରେ ତାଙ୍କର ଚତୁର୍ଥ ବଜେଟ୍ (Budget) ଉପସ୍ଥାପନ କରିଛନ୍ତି । ଏହି ବଜେଟରୁ ଶିଳ୍ପ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମେତ ସାଧାରଣ ଲୋକମାନଙ୍କ ବହୁତ ଆଶା ରହିଛି । ସାଧାରଣ ଲୋକମାନଙ୍କ ପାଇଁ ସରକାର ବଜେଟ (Budget)ରେ କିଛି ବଡ ଘୋଷଣା କରିଛନ୍ତି । ଏଥିରେ ପିଏମ ଆୱାସ ଯୋଜନା (PM Awas Yojana) ଏବଂ ନଲ୍-ଜଲ୍ ଯୋଜନା (Nal-Jal Yojana) ପରି ବଡ ଆବଣ୍ଟନ ଅନ୍ତର୍ଭୁକ୍ତ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ବଜେଟ (Budget)ରେ କହିଛନ୍ତି , ପିଏମ ଆୱାସ ଯୋଜନା (PM Awas Yojana) ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ । ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉପରେ ଫୋକସ୍ ସ୍କିମ୍ ନଲ୍-ଜଲ୍ ଯୋଜନା (Nal-Jal Yojana) ପାଇଁ ଏହି ବଜେଟ (Budget)ରେ ୬୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ସୂଚନା ଅନୁଯାୟୀ, ସରକାର କମ୍ ଆୟ କରୁଥିବା ଲୋକମାନଙ୍କୁ ଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (PM Awas Yojana) ଆରମ୍ଭ କରିଥିଲେ । ଏଥିପାଇଁ ମାର୍ଚ୍ଚ ୨୦୨୨ ସୁଦ୍ଧା ୨ କୋଟି ଘର ନିର୍ମାଣ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ PM Awas Yojana-Gramin ର ଲାଭ ଉପଲବ୍ଧ ହେବ । ଏହା ଅଧୀନରେ ଘର କିଣିବା ପାଇଁ ସରକାର ସବସିଡି (Subsidy) ପ୍ରଦାନ କରୁଛନ୍ତି । ବିଭିନ୍ନ ଆୟ ଗୋଷ୍ଠୀ ପାଇଁ ସବସିଡି (Subsidy) ପରିମାଣ ଭିନ୍ନ ଅଟେ ।

ପ୍ରକାଶ ଥାଉ ଯେ, ୨୦୨୨-୨୦୨୩ ରେ ୩ କୋଟି ୮୦ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ । ନର୍ଥଇଷ୍ଟ ପାଇଁ ନୂଆ ଯୋଜନା ପିଏମ ଡେଭଲପମେଣ୍ଟ ସ୍କିମ୍ ଆରମ୍ଭ ହେବ । ୧୧୨ ଆକାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫% ସଫଳ ହୋଇଛନ୍ତି । କିଛି ଆକାଂକ୍ଷୀ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲାକୁ ବି ପଛରେ ପକାଇ ଦେଇଛନ୍ତି । ତେବେ କିଛି ଜିଲ୍ଲାର କିଛି ବ୍ଲକ ଏବେ ବି ପଛୁଆ ରହିଛନ୍ତି । ସେହି ପଛୁଆ ବ୍ଲକର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

Budget 2022: ନିବେଶକଙ୍କ ପାଇଁ ଆଲର୍ଟ ; କ୍ରିପ୍ଟୋ ଉପରେ ଲାଗିବ ୩୦% ଟ୍ୟାକ୍ସ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments