News

Budget 2022: କପଡ଼ା ଓ ଜୋତା ସହ ଶସ୍ତା ହେଲା ଏହି ଜିନିଷ; ଜାଣନ୍ତୁ କେଉଁଥିରେ ବଢ଼ିଲା ରେଟ୍ ?

ବଜେଟର ଉପସ୍ଥାପନା ପରେ କିଛି ସାମଗ୍ରୀ ମହଙ୍ଗା ହେବ ଓ କିଛି ସାମଗ୍ରୀ ଶସ୍ତା ହୋଇଯିବ । ଏହି ସମୟର ବଜେଟରେ କେଉଁ ଦ୍ରବ୍ୟର ମୂଲ୍ୟ କମିବ ଓ କେଉଁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ଜାଣନ୍ତୁ ।

01 February, 2022 3:52 PM IST By: Sudesna Nayak

ବଜେଟ (Budget)ର ଉପସ୍ଥାପନା ପରେ କିଛି ସାମଗ୍ରୀ ମହଙ୍ଗା ହେବ ଓ କିଛି ସାମଗ୍ରୀ ଶସ୍ତା ହୋଇଯିବ । ଏହି ସମୟର ବଜେଟରେ କେଉଁ ଦ୍ରବ୍ୟର ମୂଲ୍ୟ କମିବ ଓ କେଉଁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ଜାଣନ୍ତୁ...

ଅର୍ଥମନ୍ତ୍ରୀ ସୀତାରମଣ (Finance Minister Nirmala Sitharaman) ଆଜି ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବଜେଟ(Budget)ରେ ଅନେକ ବଡ ଘୋଷଣା କରାଯାଇଛି । ବଜେଟର ଉପସ୍ଥାପନା ପରେ କିଛି ସାମଗ୍ରୀ ମହଙ୍ଗା ହେବ ଓ କିଛି ସାମଗ୍ରୀ ଶସ୍ତା ହୋଇଯିବ ।

ଆସନ୍ତୁ ଆପଣମାନଙ୍କୁ କହିବା ଯେ ଏହି ସମୟର ବଜେଟ (Budget)ରେ କେଉଁ ଦ୍ରବ୍ୟର ମୂଲ୍ୟ କମିବ ଓ କେଉଁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ।

ବିଦେଶରୁ ଆସୁଥିବା ଯନ୍ତ୍ରଗୁଡ଼ିକ ଶସ୍ତା ହେବ,ଜାଣନ୍ତୁ...

-ବସ୍ତ୍ର ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ

-ଚାଷ ଉପକରଣ ଶସ୍ତା ହେବ

-ମୋବାଇଲ୍ ଚାର୍ଜର ଶସ୍ତା ହେବ

-ଜୋତା ଶସ୍ତା ହେବ ଶସ୍ତା ହେବ

-ହୀରା ଅଳଙ୍କାର ଶସ୍ତା ହେବ

-ପ୍ୟାକେଜିଂ ବାକ୍ସଗୁଡ଼ିକ ଶସ୍ତା ହେବ

-ରତ୍ନ ଓ ଅଳଙ୍କାର ଶସ୍ତା ହେବ

ମହଙ୍ଗା ଦ୍ରବ୍ୟ,ଜାଣନ୍ତୁ...

-ଛତା ମହଙ୍ଗା ହେବ

-ପୁଞ୍ଜି ସାମଗ୍ରୀ ମହଙ୍ଗା ହେବ

-ମିଶ୍ରିତ ଇନ୍ଧନ ମହଙ୍ଗା ହେବ

-ଇମିଟେସନ ଅଳଙ୍କାର ମହଙ୍ଗା ହେବ

ପ୍ରକାଶ ଥାଉ କି, ସଂସଦରେ ଚଳିତବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଏହି ବଜେଟ (Budget)ଉପସ୍ଥାପନ କରିଛନ୍ତି । ମୋଟ ୩୯ ଳକ୍ଷ ୪୫ ହଜାର କୋଟି ବ୍ୟୟବରାଦ କରାଯାଇଛି । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ, ବାଣିଜ୍ୟ ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । ଆର୍ଥିକ ବର୍ଷ ୨୦୨୨ ପାଇଁ ଜିଡିପି ଅଭିବୃଦ୍ଧି ହାର 9.2%କୁ ବୃଦ୍ଧି ଲକ୍ଷ୍ୟ । ଯାହା ବୃହତ ଅର୍ଥନୀତିରେ ସର୍ବାଧିକ ।

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)