1. କୃଷି ଖବର

ବଜେଟ୍‌ ୨୦୨୩-୨୪ : ଚାଷୀଙ୍କୁ ୨୦ ଲକ୍ଷ କୋଟି ଋଣ

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ୍‌ ରେ କୃଷିକ୍ଷେତ୍ର ଓ କୃଷକମାନଙ୍କୁ ଗୁରୁତ୍ବ ଦିଆଯାଇଛି । ଏଥର ସରକାର କୃଷି କ୍ଷେତ୍ର ପାଇଁ ଅନେକ ବଡ଼ ଘୋଷଣା କରିବା ସହ ଚଳିତ ବର୍ଷ ଚାଷୀଙ୍କୁ ୨୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

Sudesna Nayak
Sudesna Nayak
budget 2023 farmers got a gift in the budget the finance minister Nirmala Sitharaman announcement

budget 2023 farmers got a gift in the budget the finance minister Nirmala Sitharaman announcement

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ (Nirmala Sitharaman) ସଂସଦରେ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ୍‌ (budget 2023) ରେ କୃଷିକ୍ଷେତ୍ର ଓ କୃଷକମାନଙ୍କୁ ଗୁରୁତ୍ବ ଦିଆଯାଇଛି । ଏଥର ସରକାର କୃଷି କ୍ଷେତ୍ର ପାଇଁ ଅନେକ ବଡ଼ ଘୋଷଣା କରିବା ସହ ଚଳିତ ବର୍ଷ ଚାଷୀଙ୍କୁ ୨୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସୂଚନା ଅନୁଯାୟୀ, ଏଥିସହିତ ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା । ( budjet 2023) ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା । ସେହିପରି ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ ଯୋଜନା । ଭାରତକୁ ‘ଶ୍ରୀଅନ୍ନ’ର (ମିଲେଟ୍‌) ବୈଶ୍ବିକ ନାଭିକେନ୍ଦ୍ର ବା ‘ହବ୍‌’ କରାଯିବ ବୋଲି ଆଜି ବଜେଟ୍‌ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଚଳିତ ବର୍ଷର ବଜେଟରେ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କ ପାଇଁ ଏକ ନୂଆ ସ୍ମଲ୍ ସେଭିଂ ସ୍କିମ୍ ଘୋଷଣା କରିଛନ୍ତି । ଏହି ସ୍କିମର ନାମ ହେଉଛି ମହିଳା ସମ୍ମାନ ବଚ୍ଚତ ପତ୍ର (mahila samman bachat patra scheme) ।

ବଦଳିଲା ଦେଶର ଆୟକର ସୀମା । ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି ।

ପ୍ରକାଶ ଥାଉ ଯେ, ଏହି ବଜେଟରେ ମହିଳା, ଯୁବ, ଚାଷୀଙ୍କୁ ଫୋକସ କରାଯାଇ କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବାକୁ ନେଇ ଘୋଷଣା କରାଯାଇଛି ।

ବର୍ତ୍ତମାନ ଘରେ ବସି ମହିଳା ପାଇବେ ୧୫,୦୦୦ ଟଙ୍କା

Budget 2023: ଜାଣନ୍ତୁ କ’ଣ ହେଲା ଶସ୍ତା, କ’ଣ ମହଙ୍ଗା…

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments