1. କୃଷି ଖବର

୧୦ମ ପାସ କରିଥିଲେ ସେନାରେ ଚାକିରି,ଶୀଘ୍ର କରନ୍ତୁ ଆବେଦନ

ସାଉଥ୍ କମାଣ୍ଡ୍‌ ଏବଂ ସେଣ୍ଟ୍ରାଲ୍ କମାଣ୍ଡ୍‌ ମୁଖ୍ୟାଳୟ ପାଇଁ ୱାର୍ଡ ଆସିଷ୍ଟାଣ୍ଟ୍‌ ଏବଂ କୁକ୍ ପଦବୀ ପୂରଣ ପାଇଁ ଭାରତୀୟ ସେନା ଆବେଦନ ଜାରି କରିଛି । ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ଭାରତୀୟ ସେନାର ଅଫିସିଆଲ୍ ୱେବ୍‌ସାଇଟ୍ indianarmy.nic.in କୁ ଯାଇ ଆବେଦନ କରିପାରିବେ । ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Sudesna Nayak
Sudesna Nayak
bumper vacancy in indian army for 10th pass

ସୂଚନା ଅନୁୟାୟୀ, ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://indianarmy.nic.in/ ରେ କ୍ଲିକ୍ କରି ଏହି ପୋଷ୍ଟ୍‌ଗୁଡିକ ପାଇଁସିଧାସଳଖ ଆବେଦନ କରିପାରିବେ। ଏହା ସହିତ ଏହି ଲିଙ୍କ୍ http://www.davp.nic.in/WriteReadData/ADS/eng_10622_29_2223b.pdf ଏବଂ http://www.davp.nic.in/WriteReadData/ADS/eng_10622_13_2223b.pdf କୁ ଯାଇ ସରକାରୀ ବିଜ୍ଞପ୍ତି ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫୫ଟି ପଦବୀ ପୂରଣ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

ଆବେଦନ କରିବାର ଶେଷ ତାରିଖ: ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ।

ଖାଲି ପଦବୀ,ଜାଣନ୍ତୁ...

ପୋଷ୍ଟ୍‌ଗୁଡିକର ମୋଟ ସଂଖ୍ୟା- ୧୫୫

ଯୋଗ୍ୟତା,ଜାଣନ୍ତୁ...

ୱାର୍ଡ ଆସିଷ୍ଟାଣ୍ଟ,ଜାଣନ୍ତୁ...

ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ କିମ୍ବା ସମକକ୍ଷ ପରୀକ୍ଷାରେ ପାସ କରିଥିବା ଉଚିତ ।

କୁକ୍,ଜାଣନ୍ତୁ...

କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହା ସହିତ ଭାରତୀୟ ରୋଷେଇ ଜ୍ଞାନ ଏବଂ ଏହି ବିଭାଗରେ ପାରଦର୍ଶିତା ରହିବା ଉଚିତ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ଲିଖିତ ପରୀକ୍ଷା ଏବଂ ଦକ୍ଷତା / ଟ୍ରେଡ୍ ଟେଷ୍ଟ୍ ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

ଭାରତୀୟ ସେନାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

Agnipath Scheme : ସେନାରେ ଭର୍ତ୍ତି ହେବା ପାଇଁ ସମୟ ସୀମା ବୃଦ୍ଧି କରିଲେ ସରକାର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments