1. କୃଷି ଖବର

ନୂଆ ବର୍ଷରେ ସରକାର ଦେଲେ Good News, ଜାଣନ୍ତୁ ପୂରା ଖବର....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ‘ୱାନ ରାଙ୍କ, ୱାନ୍ ପେନ୍‌ସନ’ ଅନ୍ତର୍ଗତ ଆର୍ମଡ୍ ଫୋର୍ସେସ କର୍ମଚାରୀଙ୍କ ପେନ୍‌ସନ ଯୋଜନାରେ ପରିବର୍ତ୍ତନକୁ ମଞ୍ଜୁରି ପ୍ରଦାନ କରିଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନୂଆ ପେନସନ୍ ଯୋଜନା ଦ୍ୱାରା ପ୍ରତିରକ୍ଷା କର୍ମଚୀରୀଙ୍କୁ ପୂର୍ବାପେକ୍ଷା ଅଧିକ ପେନସନ୍ ରାଶି ମିଳିବାକୁ ଯାଉଛି ।

Priyambada Rana
Priyambada Rana
Cabinet Revises OROP

Cabinet Revises OROP

ନୂଆ ବର୍ଷରେ ନୂଆ ଯୋଜନା । ଆଉ ଦିନ କେଇଟାରେ ୨୦୨୨ ଶେଷ ହେବାକୁ ଯାଉଥିବା ବେଳେ ପେନସନଭୋଗୀଙ୍କ ପାଇଁ ସରକାର ଆଣିଛନ୍ତି ନୂଆ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Narendra Modi)ଙ୍କ ଅଧ୍ୟକ୍ଷତାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ‘ୱାନ ରାଙ୍କ, ୱାନ୍ ପେନ୍‌ସନ’ (OROP) ଅନ୍ତର୍ଗତ ଆର୍ମଡ୍ ଫୋର୍ସେସ କର୍ମଚାରୀଙ୍କ ପେନ୍‌ସନ ଯୋଜନାରେ ପରିବର୍ତ୍ତନକୁ ମଞ୍ଜୁରି ପ୍ରଦାନ କରିଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନୂଆ ପେନସନ୍ ଯୋଜନା ଦ୍ୱାରା ପ୍ରତିରକ୍ଷା କର୍ମଚୀରୀ(defence personnel )ଙ୍କୁ ପୂର୍ବାପେକ୍ଷା ଅଧିକ ପେନସନ୍ ରାଶି ମିଳିବାକୁ ଯାଉଛି ।

କେନ୍ଦ୍ର ସରକାରଙ୍କ ଓଆରଓପି ପ୍ରସ୍ତାବ ଅନୁରୂପ ଏବେ ପେନସନଧାରୀଙ୍କୁ ଅଧିକ ପେନ୍‌ସନ ମିଳିବ। କେନ୍ଦ୍ର କ୍ୟବିନେଟ ଦ୍ୱାରା ଜୁଲାଇ ୧,୨୦୧୯ରୁ ଓଆରଓପି ଅଧିନରେ ପ୍ରତିରକ୍ଷା କର୍ମଚୀରୀଙ୍କୁ ପେନସନ୍ ଯୋଜନାରେ ପରିବର୍ତ୍ତନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ଯାହାକି ଏବେ ପୂରଣ କରିବାକୁ ଯାଉଛନ୍ତି ସରକାର ।  ‘ୱାନ ରାଙ୍କ, ୱାନ୍ ପେନ୍‌ସନ’ ସ୍କିମ୍ ଅଧିନରେ ନିଆଯାଇଥିବା ଏଭଳି ନିଷ୍ପତ୍ତିର ଲାଭ ଯେ କେବଳ ଜଣେ ଅବସରପ୍ରାପ୍ତ ଆର୍ମଡ ଫୋର୍ସ ପାଇପାରିବ ତାହା ନୁହେଁ । ବରଂ ଉକ୍ତ ଅବସରପ୍ରାପ୍ତ ସେନା(Retired Armed force)ଙ୍କ ଦେହାନ୍ତ ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଯଥା ତାଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନା ଦ୍ୱାରା ଯୁବ ସମାଜ ସେନାବାହିନୀରେ ସାମିଲ ହେବାକୁ ପ୍ରୋତ୍ସାହିତ ହେବେ । ଏହି ନୂତନ ପେନସନ୍ ଯୋଜନା ଯୁବଗୋଷ୍ଠୀଙ୍କୁ ଅଧିକ ମାତ୍ରାରେ ସେନାବାହୀନିରେ ସାମିଲ ହେବାକୁ ଆକର୍ଷିତ କରିପାରିବ ବୋଲି ଆଶା ପୋଷଣ କରିଛନ୍ତି ସରକାର ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର(Anurag Thakur) କ୍ୟାବିନେଟ ବୈଠକ ଜରିଆରେ OROP ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି ।୧.୭.୨୦୧୪ ପରେ ଅବସର ନେଇଥିବା ସଶସ୍ତ୍ର ବାହିନୀ ସଦସ୍ୟଙ୍କ  ସମେତ ୱାନ ରାଙ୍କ ୱାନ ପେନସନ (OROP) ହିତାଧିକାରୀଙ୍କ ସଂଖ୍ୟା ୨୫ ଲକ୍ଷ ୧୩ ହଜାର ୦୨ରେ ପହଞ୍ଚିଛି। ୧.୪.୨୦୧୪ ପୂର୍ବରୁ ଏହି ସଂଖ୍ୟା ଥିଲା ୨୦,୬୦,୨୨୦। ଏହା ଦ୍ୱାରା ସରକାରଙ୍କ ଉପରେ ୮ ହଜାର ୪୫୦ କୋଟି ଟଙ୍କା ଅତିରିକ୍ତ ଭାର ପଡିବ। ଏଥି ସହିତ ଯେଉଁ ପ୍ରତିରକ୍ଷା କର୍ମଚାରୀ ୧.୭.୨୦୧୪ ପରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଇଛନ୍ତି ସେମାନେ ଏହି ସୁବିଧା ପାଇବେ ନାହିଁ ।

ବର୍ତ୍ତମାନ ପ୍ରତିରକ୍ଷା ବାହିନୀ ପେନ୍‌ସନ୍‌ଭୋଗୀ / ପରିବାର ପେନ୍‌ସନ୍‌ଭୋଗୀମାନେ ପ୍ରସ୍ତାବ ଅନୁଯାୟୀ ବର୍ଦ୍ଧିତ ପେନସନ୍ ପାଇବେ । ଏହାଛଡା ସହିଦଙ୍କ ବିଧବା ପତ୍ନୀ ଏବଂ ଭିନ୍ନକ୍ଷମ ପେନ୍‌ସନ୍‌ଭୋଗୀଙ୍କ ସମେତ ପରିବାର ପେନ୍‌ସନ୍‌ଭୋଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏହା ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ଯୁବକମାନଙ୍କୁ ଆକର୍ଷିତ କରିବ । ସରକାର ଏହା ମଧ୍ୟ କହିଛନ୍ତି ଯେ ବକେୟା ରାଶି ଚାରି ଅର୍ଦ୍ଧ ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ।

ୱାନ୍ ରାଙ୍କ୍ ୱାନ୍ ପେନ୍ସନ (OROP) ର ଅର୍ଥ ହେଉଛି ସମାନ ପଦବୀ ଏବଂ ସମାନ ଅବଧିର ସେବ ଲାଗି ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ସମାନ ପେନସନ୍ ପ୍ରଦାନ କରାଯାଇଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ଅଧିକାରୀ ଯିଏ ୧୫ ବର୍ଷ (୧୯୮୫ ରୁ ୨୦୦୦ ପର୍ଯ୍ୟନ୍ତ ) ସେବା କରିଆସୁଥିଲେ ଏବଂ ୨୦୦୦ ମସିହାରେ ଅବସର ନେଇଥିଲେ, ତାଙ୍କୁ ୨୦୧୦ରେ ଅବସର ନେଇଥିବା ଏବଂ ୧୯୯୫ ରୁ ୨୦୧୦ ପର୍ଯ୍ୟନ୍ତ ସେବା କରୁଥିବା ଅଧିକାରୀଙ୍କ ପରି ସମାନ ପେନସନ୍ ପାଇବେ।

Pension Scheme:ପେନସନ ଯୋଜନାରେ ହେଲା ବଡ଼ ପରିବର୍ତ୍ତନ,ଜାଣନ୍ତୁ...

ମୁଣ୍ଡରେ ହାତ ଦେଲାଣି ଚାଷୀ, ହନ୍ତସନ୍ତ କରୁଛି ମଣ୍ଡି !

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments