
‘Subarna Krishi Mela 2022’
ମୟୂରଭଞ୍ଜ(Mayurbhanj)ଜିଲ୍ଲା ବାଘଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ସୂବର୍ଣ୍ଣ କୃଷି ମେଳା ପାଳିତ ହୋଇଯାଇଛି । କୃଷି ସାମ୍ବାଦିକ ଆସୋସିଏସନ ଅଫ୍ ଇଣ୍ଡିଆ(AJAI) ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି । କୃଷି ଜାଗରଣ ଦ୍ୱାରା ଆୟୋଜିତ ଏବଂ କୃଷି ସାମ୍ବାଦିକ ଆସୋସିଏସନ ଅଫ୍ ଇଣ୍ଡିଆ(AJAI) ଦ୍ୱାରା ପ୍ରାୟୋଜିତ ଏହି ମେଳା ୨ ଦିନ ଧରି ଚାଲିଛି । ଏହି ମେଳାରେ କୃଷି ଓ କୃଷକ ସମୃଦ୍ଧି ସମ୍ବନ୍ଧରେ ଆଲୋଚନା କରାଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ କୃଷକ ଓ କୃଷି ସଙ୍ଗଠନ ଏହି ମେଳାରେ ଯୋଗ ଦେଇଛନ୍ତି ।
ଅଞ୍ଚଳର କୃଷକଙ୍କୁ ଉନ୍ନତମାନର କୃଷି ପ୍ରଣାଳୀ ସମ୍ପର୍କରେ ଶିକ୍ଷା ଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି କୃଷି ମେଳାରେ ବଡ଼ ବଡ଼ କୃଷି ବିଶେଷଜ୍ଞମାନେ ଯୋଗ ଦେଇ କୃଷକଙ୍କୁ ଉନ୍ନତମାନର କୃଷି ପଦ୍ଧତ୍ତି ଓ ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧରେ ବୁଝାଇଥିଲେ । କେଉଁ ଚାଷ ପାଇଁ କେଉଁ ଯନ୍ତ୍ରପାତୀ ବ୍ୟବହାର କରାଯାଏ ଏ ସମ୍ବନ୍ଧରେ କୃଷକଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ କୃଷି ବିଶେଷଜ୍ଞ ।
ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ । ଏଠାରେ ଅନେକ ଲୋକ ଖେତ-ବାଡ଼ି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ବହୁଳ ମାତ୍ରାରେ ଲୋକେ ଏଠାରେ ଚାଷ କରୁଥିବା ସତ୍ତ୍ୱେ କୃଷି କ୍ଷେତ୍ରରେ ସେତେଟା ଆଖି ଦୃଶିଆ ସଫଳତା ହାସଲ କରିପାରିନି ଓଡ଼ିଶା ।ତେଣୁ କୃଷିର ବିକାଶ ପାଇଁ ‘କୃଷି ଜାଗରଣର’ର ଏହି ନିଆରା ପଦକ୍ଷେପ କୃଷକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିଛି । ତୃଣମୂଳ ସ୍ଥରରେ କୃଷିକୁ କିପରି ନୂଆ ଦିଶା ଜରିଆରେ ସୁଦୃଢ଼ କରିବା,ଟେକନୋଲୋଜିକୁ ନେଇ ସଚେତନତା ସୃଷ୍ଟି, ପାରମ୍ପାରିକ କୃଷି ସହ ଆଧୁନିକ କୃଷିର ସମ୍ମନ୍ୱୟ ବଜାୟ ରଖିବା ହେଉଛି ଏହି ସେମିନାରର ଲକ୍ଷ ।
ମୋରୋଡ଼ା ବିଧାୟକ ରାଜ କିଶୋର ଦାସ ରିବନ କାଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ମେଳାରେ କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମସି ଡୋମିନିକ୍ ଉପସ୍ଥିତ ରହି କୃଷକ ଭାଇମାନଙ୍କ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।
Share your comments