
central team to visit odisha for cyclone
ବାତ୍ୟା ‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି(ଶନିବାର) ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ଟିମରେ କୃଷି, ଶକ୍ତି, ଅର୍ଥ, ଜାତୀୟ ରାଜପଥ ଓ ସଡକ ପରିବହନ, ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ଭଳି ୬ଟି ବିଭାଗର ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି । କେନ୍ଦ୍ରୀୟ ଦଳ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।

cyclone jawad
ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ । ଏନେଇ ସୂଚନା ଦିଆଯାଇଛି । ଆଜିଠୁ ଅର୍ଥାତ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ଜୱାଦ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଗସ୍ତ କରିବ କେନ୍ଦ୍ରୀୟ ଟିମ। ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅମଳ ହେବା ଥିବା ଧାନ ସହ ବିଭିନ୍ନ ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଛି । ଫଳରେ ଚାଷୀ ଏବେ ଚିନ୍ତାରେ ।
ଏହି ଟିମ ଶନିବାର ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ। ଆଜି ସନ୍ଧ୍ୟାରେ ଟିମ୍ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ଅତିଥି ଭବନରେ ରହିବେ । ଟିମର ସଦସ୍ୟ ୩ ଭାଗରେ ବିଭକ୍ତ ହୋଇ ଜିଲ୍ଲା ବୁଲିବେ । ୧୩ ତାରିଖରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କ୍ଷୟକ୍ଷତି ନେଇ ଆଲୋଚନା କରିବେ। ଏହାପରେ ଅପରାହ୍ନ ସାଢ଼େ ୫ଟାରେ ଦିଲ୍ଲୀ ଫେରିଯିବ ଟିମ୍। ଗୋଟିଏ ଟିମ୍ ୧୨ ତାରିଖ ଦିନ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁରୀ ଫେରିବେ । ଅନ୍ୟଏକ ଟିମ୍ ଜଗତସିଂହପୁର ଓ କଟକ ଗସ୍ତ କରିବାକୁ ଥିବା ବେଳେ, ତୃତୀୟ ଟିମ ଯାଜପୁର ଓ କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଫେରିବା ପରେ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବେ ଟିମ୍ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ କରି ୭ ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବ ।
Share your comments