1. କୃଷି ଖବର

Tech କମ୍ପାନୀଙ୍କୁ ମିଡିଆ ସଂସ୍ଥାକୁ ଦେବାକୁ ପଡିବ ଲାଭର ଅଂଶ !

ଟେକ୍ କମ୍ପାନୀଗୁଡିକ ଉପରେ ଲଗାମ ଲଗାଇବାକୁ ବର୍ତ୍ତମାନ କେନ୍ଦ୍ର ସରକାର ମିଡିଆ ହାଉସର ବିଷୟବସ୍ତୁ ବ୍ୟବହାର ପାଇଁ ଦେୟ ଉପରେ ଆଇଟି ଆକ୍ଟ ଲାଗୁ କରିବାକୁ କାର୍ଯ୍ୟ କରୁଛନ୍ତି।

Shuvanshu Kar
Shuvanshu Kar
Centre aims to make Big Tech pay for using content from news publishers

Centre aims to make Big Tech pay for using content from news publishers

ସୋସିଆଲ ମିଡିଆ କମ୍ପାନୀ(tech company) ଓ ଗଣମାଧ୍ୟମ ସଂସ୍ଥା(media house) ମଧ୍ୟରେ ରାଜସ୍ବକୁ ନେଇ ସାରା ବିଶ୍ବରେ ଦୀର୍ଘ ଦିନରୁ ବିବାଦ ରହିଆସିଛି । ଡିଜିଟାଲ ମିଡିଆ ଓ ନ୍ୟୁଜ ପବଲିସରଙ୍କ କହିବାନୁଯାୟୀ, Google ଓ Facebook ଭଳି ବଡବଡ କମ୍ପାନୀ ସୁତ୍ର ରୂପେ ସେମାନଙ୍କ କଣ୍ଟେଣ୍ଟକୁ ବ୍ୟବହାର କରି ପ୍ରଚୁର ଲାଭ କମାନ୍ତି । ହେଲେ ପ୍ରତିବଦଳରେ ମିଡିଆ ହାଉସଗୁଡିକୁ କୌଣସି ରାଜସ୍ବ ଦିଆଯାଏ ନାହିଁ ।ଏହି ମାମଲାରେ ଏବେ ସକ୍ରିୟ ହୋଇଛନ୍ତି ସରକାର ।

ଟେକ୍ କମ୍ପାନୀଗୁଡିକ ଉପରେ ଲଗାମ ଲଗାଇବାକୁ ବର୍ତ୍ତମାନ କେନ୍ଦ୍ର ସରକାର ମିଡିଆ ହାଉସର ବିଷୟବସ୍ତୁ ବ୍ୟବହାର ପାଇଁ ଦେୟ ଉପରେ ଆଇଟି ଆକ୍ଟ ଲାଗୁ କରିବାକୁ କାର୍ଯ୍ୟ କରୁଛନ୍ତି। ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ଫ୍ରାନ୍ସରେ ଏଭଳି ନିୟମ ଲାଗୁ ହୋଇସାରିଛି।

ଏଭଳି ଆଇନ ଉପରେ କାର୍ଯ୍ୟ କରୁଥିବା ଭାରତ ପ୍ରଥମ ଦେଶ ନୁହେଁ। ଅନେକ ଦେଶ ଏହା କରିସାରିଛନ୍ତି । ଟେକ୍ କମ୍ପାନୀଗୁଡିକର ବ୍ୟବସାୟ ମଡେଲ ବିଷୟରେ ବିଶ୍ବରେ ଅନେକ ଦେଶର ସରକାରମାନେ ସଚେତନ ହେଉଛନ୍ତି । ଏହି କମ୍ପାନୀଗୁଡିକର ବ୍ୟବସାୟ ମଡେଲ୍ ମିଡିଆ ହାଉସ୍ ଏବଂ ପବଲିସରଙ୍କ ପାଇଁ କ୍ଷତିକାରକ ।

ମିଡିଆ ହାଉସ୍ ଏବଂ ପବଲିସରମାନେ ବଡ ବଡ ଟେକ କମ୍ପାନୀଗୁଡିକରୁ କ୍ଷତିପୂରଣ ପାଇବା ଉଚିତ୍ । ହେଲେ ସାରା ବିଶ୍ୱରେ ମିଡିଆ ହାଉସକୁ କ୍ଷତିପୂରଣ ପାଇବା ଏକ ସହଜ କାମ ନୁହେଁ । ଅଷ୍ଟ୍ରେଲିଆଠାରୁ ଫ୍ରାନ୍ସ ଏବଂ ଭାରତ ପର୍ଯ୍ୟନ୍ତ ଗୁଗୁଲ ଏବଂ ଫେସବୁକ ଭଳି ଶକ୍ତିଶାଳୀ କମ୍ପାନୀଗୁଡ଼ିକ ସହ ଆଲୋଚନା ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇଛି ।

ଦଶନ୍ଧି ଧରି ଭାରତୀୟ ଡାଟା ଏବଂ ଭାରତୀୟ କମ୍ପାନୀଗୁଡିକ ସୋସିଆଲ ମିଡିଆ ଏବଂ ଟେକ୍ କମ୍ପାନୀଗୁଡିକର ଦୟାରେ ରହିଆସିଛନ୍ତି । ହେଲେ ବର୍ତ୍ତମାନ ଏପରି ନିୟମ ତିଆରି କରିବାର ସମୟ ଆସିଛି ଯାହା କେବଳ ସୁରକ୍ଷିତ ନୁହେଁ ବରଂ କ୍ଷତିପୂରଣ ପାଇଁ ରାସ୍ତା ମଧ୍ୟ ଖୋଲିବ । ଏହି ସମଗ୍ର ବିବାଦର ମୂଳ ହେଉଛି ମାଇକ୍ରୋସଫ୍ଟ, ଗୁଗୁଲ୍, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ ଭଳି ଟେକ କମ୍ପାନୀ ଓ ମିଡିଆ ହାଉସ ମଧ୍ୟରେ ରାଜସ୍ବର ବଣ୍ଟନ ।

ଭାରତର ଡିଜିଟାଲ୍ ମିଡିଆ ଏବଂ ଖବରକାଗଜ ପ୍ରକାଶକମାନେ ସେମାନଙ୍କର ମୂଳ ବିଷୟବସ୍ତୁ ପାଇଁ ରାଜସ୍ୱର ଏକ ଅଂଶ ଚାହୁଁଛନ୍ତି । ଯେତେବେଳେ ଜଣେ ଉପଭୋକ୍ତା ଗୁଗୁଲରେ କିଛି ଖୋଜନ୍ତି, ଗୁଗୁଲ ତାଙ୍କୁ ସିଧାସଳଖ ପ୍ରକାଶକଙ୍କ ୱେବସାଇଟକୁ ନେଇଯାଏ । ଗୁଗୁଲ୍ ଏହି ସର୍ଚ୍ଚରୁ ଲାଭ ଅର୍ଜନ କରେ, କିନ୍ତୁ ବିଷୟବସ୍ତୁ ପ୍ରଦାନକାରୀ କିଛି ପାଆନ୍ତି ନାହିଁ ।

ଇଣ୍ଟରନେଟ୍ ପ୍ରସାର ଦ୍ୱାରା ଗ୍ଲୋବାଲ୍ ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପକୃତ ହୋଇଛନ୍ତି । ବିଜ୍ଞାପନ ପାଇଁ ପ୍ରାପ୍ତ ରାଜସ୍ୱ ଆକାଶଛୁଆଁ । ଟେକ୍ କମ୍ପାନୀଗୁଡିକ କ୍ରମାଗତ ଭାବରେ ସେମାନଙ୍କର ଲାଭ ବୃଦ୍ଧି କରୁଛନ୍ତି । ଡିଜିଟାଲ୍ ମିଡିଆ ଏବଂ ଖବରକାଗଜ ପ୍ରକାଶକମାନେ ବିଶ୍ବାସ କରନ୍ତି ଯେ ଟେକ କମ୍ପାନୀଗୁଡିକର ଅଭିବୃଦ୍ଧିରେ ସେମାନଙ୍କର ବିଷୟବସ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଅଷ୍ଟ୍ରେଲିଆ ଏକ ନୂଆ ଆଇନ ପାରିତ କରିଛି । ଏହି ନିୟମ ଅନୁଯାୟୀ, ଫେସବୁକ୍ ଏବଂ ଗୁଗୁଲ ପରି ଟେକ୍ କମ୍ପାନୀଗୁଡ଼ିକୁ ସ୍ଥାନୀୟ ମିଡିଆ ହାଉସର ବିଷୟବସ୍ତୁକୁ ସର୍ଚ୍ଚ ରେଜଲ୍ଟରେ ଲିଙ୍କ୍ କରିବା କିମ୍ବା ନ୍ୟୁଜ୍ ଫିଡରେ ଦେଖାଇବା ପାଇଁ ଦେୟ ଦେବାକୁ ପଡିବ । ଅଷ୍ଟ୍ରେଲିଆ ହେଉଛି ବିଶ୍ବର ପ୍ରଥମ ଦେଶ ଯେଉଁଠାରେ ଟେକ କମ୍ପାନୀ ଏବଂ ପ୍ରକାଶକଙ୍କ ମଧ୍ୟରେ ଏକ ନିରପେକ୍ଷ ଚୁକ୍ତି ହୋଇପାରିବ ନାହିଁ ।

କୃଷି ପାଇଁ ନୂଆ ପ୍ରଯୁକ୍ତି ବିଦ୍ୟା: ଆପଣ ଜାଣନ୍ତୁ

ଆଉ ନେବାକୁ ପଡିବନି ଚାଷୀଙ୍କୁ ଟେନସନ, ଲଞ୍ଚ ହେବ ନୂଆ ଟେକ୍ନୋଲୋଜୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments