1. କୃଷି ଖବର

ONION EXPORT: ପିଆଜ ରପ୍ତାନି ନିମନ୍ତେ କେନ୍ଦ୍ରର ଅନୁମତି

୨୦୦୦ ମେଟିକ୍ ଟନ୍ ପିଆଜ ରପ୍ତାନି ମଂଜୁର....

Tanushree Mahapatra
Tanushree Mahapatra
Centre allows export of 99,150 MT onion to six countries, image source - pixeles

Centre allows export of 99,150 MT onion to six countries, image source - pixeles

ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବାହାରିନ, ମରିସସ୍ ଏବଂ ଶ୍ରୀଲଙ୍କା ଭଳି ଛଅଟି ରାଷ୍ଟ୍ରକୁ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ ରପ୍ତାନି ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି ।  ଗତ ବର୍ଷ ତୁଳନାରେ ୨୦୨୩-୨୪ ମସିହାରେ ଖରିଫ ଏବଂ ରବି ଋତୁରେ ଦେଶରେ ଆନୁମାନିକ କମ୍ ପିଆଜ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଥିବାରୁ ଘରୋଇ ବଜାରରେ ଏହାର ପର୍ଯ୍ୟାପ୍ତ ଉପଲବ୍ଧତା ନିମନ୍ତେ ବିଦେଶକୁ ପିଆଜ ରପ୍ତାନି ଉପରେ ସରକାର ନିଷେଧାଦେଶ ଜାରି କରିଥିଲେ । ଅନ୍ତରାଷ୍ଟ୍ରୀୟ ବଜାରରେ ପିଆଜର ଚାହିଦା ବୃଦ୍ଧି ସତ୍ତ୍ୱେ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ ।

ରାଷ୍ଟ୍ରୀୟ ସମବାୟ ରପ୍ତାନି ଲିମିଟେଡ୍ ଏଜେନ୍ସି ମାଧ୍ୟମରେ ଏହିସବୁ ରାଷ୍ଟ୍ରଙ୍କୁ ପିଆଜ ଯୋଗାଣ କରାଯିବ । ଘରୋଇ ଉତ୍ସରୁ ପିଆଜକୁ ଇ-ପ୍ଲାଟଫର୍ମ ଜରିଆରେ ଏଲ-୧ ମୂଲ୍ୟରେ  ସଂଗ୍ରହ କରାଯିବ ଏବଂ ବିଭିନ୍ନ ରପ୍ତାନୀକାରୀ ଏଜେନ୍ସି ଅଥବା  ସରକାରଙ୍କ ଦ୍ୱାରା ମନୋନୀତ ଏଜେନ୍ସିମାନଙ୍କ ଜରିଆରେ ୧୦୦% ଅଗ୍ରୀମ ମୂଲ ଦେୟ ଆଧାରରେ ଉଦ୍ଦିଷ୍ଟ ରାଷ୍ଟ୍ରମାନଙ୍କୁ ପିଆଜ ଯୋଗାଣ କରାଯିବ । ଏନସିଇଏଲର ପିଆଜ କ୍ରୟ ନିମନ୍ତେ କ୍ରେତାମାନଙ୍କୁ ଯେଉଁ ମୂଲ୍ୟ ପ୍ରଦାନ କରିଥାଏ ତାହାକୁ ଲକ୍ଷ୍ୟ ବଜାରରେ ପିଆଜର ବର୍ତ୍ତମାନର ମୂଲ୍ୟ ଆଧାରରେ ଏବଂ ଅନ୍ତରାଷ୍ଟ୍ରୀୟ ଓ ଘରୋଇ ବଜାର ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ । ଏହି ଛଅଗୋଟି ରାଷ୍ଟ୍ରଙ୍କୁ ଯେତିକି ମାତ୍ରାର ପିଆଜ ରପ୍ତାନି ପାଇଁ କୋଟା ମଂଜୁର କରାଯାଇଛି ତାହା ସେହିସବୁ ରାଷ୍ଟ୍ରଙ୍କ ଆବଶ୍ୟକତା ଆଧାରରେ ଯୋଗାଯିବ ।  ଦେଶରେ ମହାରାଷ୍ଟ୍ର ହେଉଛି ସବୁଠାରୁ ବଡ଼ ପିଆଜ ଉତ୍ପାଦନକାରୀ ରାଜ୍ୟ ଏବଂ ଏନସିଇଏଲ ମାଧ୍ୟମରେ ଏହା ବିଦେଶକୁ ପିଆଜ ଯୋଗାଇଥାଏ ।

ମଧ୍ୟ ପ୍ରାଚ୍ୟ ଏବଂ କେତେକ ୟୁରୋପୀୟ ରାଷ୍ଟ୍ରଙ୍କୁ ରପ୍ତାନି ନିମନ୍ତେ ସ୍ୱତନ୍ତ୍ର ଭାବେ ଚାଷ କରାଯାଇଥିବା ଧଳା ପିଆଜରୁ ୨୦୦୦ ମେଟିକ୍ ଟନ୍ ପିଆଜ ସରକାର ରପ୍ତାନି ପାଇଁ ମଂଜୁର କରିଛନ୍ତି । ଏହି କିଷମର ପିଆଜ ସଂପୂର୍ଣର୍ ରୂପେ ରପ୍ତାନୀଧର୍ମୀ । ଧଳା ପିଆଜର ଉତ୍ପାଦନ ମୂଲ୍ୟ ଅନ୍ୟ ସାଧାରଣ ପିଆଜ ମୂଲ୍ୟ ଠାରୁ ଅଧିକ ଏବଂ ଏହାର ଚାରା ମୂଲ୍ୟ ମଧ୍ୟ ଅଧିକ ଏବଂ ଏଭଳି ଧରଣର ପିଆଜକୁ ଅତି ଉନ୍ନତ କୃଷି ପଦ୍ଧତି ମାଧ୍ୟମରେ ଚାଷ କରାଯାଇଥାଏ । ଏଥିପାଇଁ ବିଧିବଦ୍ଧ ଭାବରେ ସର୍ବାଧିକ ଅବଶିଷ୍ଟାଂଶ ସୀମା ଅବଲମ୍ବନ ମଧ୍ୟ ଆବଶ୍ୟକ ପଡ଼ିଥାଏ ।

୨୦୨୪ ରବି ଋତୁରେ ପିଆଜ ଅମଳର ବଫର ଉତ୍ପାଦନ ଲକ୍ଷ୍ୟ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ମୂଲ୍ୟ ସ୍ଥିରତା ପାଣ୍ଠି ଦ୍ୱାରା ଚଳିତ ବର୍ଷ ୫ ଲକ୍ଷ ଟନ୍ରେ ଧାର୍ଯ୍ୟ କରାଯାଇଛି । କେନ୍ଦ୍ରୀୟ ଏଜେନ୍ସି, ଯଥା, ଏନସିସିଏଫ, ଏବଂ ନାଫେଡ୍ ସେମାନଙ୍କ ସହିତ ସ୍ଥାନୀୟ ଏଜେନ୍ସି ଯଥା ଏଫପିଓ / ଏଫପିସି /ପିଏସିମାନଙ୍କୁ ଏଭଳି ପିଆଜ ସଂଗ୍ରହ, ଭଣ୍ଡାରଣ ଏବଂ କୃଷକମାନଙ୍କୁ ସଂରକ୍ଷଣଯୋଗ୍ୟ ପିଆଜର ଭଣ୍ଡାରଣ ନିମନ୍ତେ ନାମ ପଂଜୀକରଣ କରିବା ସକାଶେ ସହଯୋଗ କରିବା ନିମନ୍ତେ ସହଯୋଗ ସୂତ୍ରରେ ଆବଦ୍ଧ କରୁଛନ୍ତି । ଖାଉଟି ବ୍ୟାପାର ବିଭାଗ, ଏନସିସିଏଫ ଏବଂ ନାଫେଡ୍ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏପ୍ରିଲ ୧୧-୧୩, ୨୦୨୪ ତାରିଖରେ ମହାରାଷ୍ଟ୍ରର ନାସିକ ଏବଂ ଅହମ୍ମଦନଗର ଜିଲ୍ଲା ପରିଦର୍ଶନ କରି କୃଷକ, ଏଫପିଓ /ଏଫପିସିମାନଙ୍କ ମଧ୍ୟରେ ପିଏସଏଫ ବଫର ପାଇଁ ୫ ଲକ୍ଷ ମେଟ୍ରିକ୍ ଟନର ପିଆଜ ସଂଗ୍ରହ ସକାଶେ ସଚେତନତା ସୃଷ୍ଟି କରିଛନ୍ତି ।

ପିଆଜ ଭଣ୍ଡାରଣ ବେଳେ ଯେଭଳି ସ୍ୱଳ୍ପ ପରିମାଣର ପିଆଜ ନଷ୍ଟ ହୁଏ ସେଥିପାଇଁ ଖାଉଟି ବ୍ୟାପାର ବିଭାଗ ଶୀତଳ ଭଣ୍ଡାରରେ ପିଆଜ ଷ୍ଟକ୍ର ପରିମାଣକୁ ବିକିରୀତ ପଦ୍ଧତିରେ ସଂରକ୍ଷିତ ରଖିବା ସକାଶେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ପୂର୍ବବର୍ଷ ୧୨୦୦ ନିୟୁତ ଟନ୍ ପିଆଜ ଭଣ୍ଡାରଣ କରାଯାଇଥିବାବେଳେ ଚଳିତ ବର୍ଷ ଏହାକୁ ୫୦୦୦ ନିୟୁତ ଟନ୍ କରିବାକୁ ସ୍ଥିରକ ରିଛନ୍ତି । ଏଥିପାଇଁ ସେମାନେ ମୁମ୍ବାଇସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ରଠାରୁ ବୈଷୟିକ ସହାୟତା ଲୋଡ଼ିଛନ୍ତି । ପିଆଜର ବିକୀରଣଶୋଧନ ପ୍ରକ୍ରିୟା ଏବଂ ଶୀତଳ ଭଣ୍ଡାରଣକୁ ପାଇଲଟ୍ ପ୍ରକଳ୍ପ ଭାବରେ ଗତବର୍ଷ ଗ୍ରହଣ କରାଯାଇଥିଲା ଏବଂ ଏହା ଫଳରେ ୧୦ ପ୍ରତିଶତ ପିଆଜ ଭଣ୍ଡାରଣ ନଷ୍ଟକୁ ରକ୍ଷା କରାଯାଇ ପାରିଥିଲା ।

ଅଧିକ ପଢ଼ନ୍ତୁ

lemon: ପ୍ରତିଦିନ ବ୍ୟବହାର କରନ୍ତୁ ଲେମ୍ବୁ, ଦୂର ହେଉଛି ଅନେକ ରୋଗ

Odisha Scheme: ଏହି ଯୋଜନାରେ ମିଳୁଛି 50 ଲକ୍ଷର ସବସିଡ଼ି! କରନ୍ତୁ ଆବେଦନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments