
Centre to support Odisha in natural farming, says Tomar
ଦେଶରେ ପ୍ରାକୃତିକ ଚାଷ(natural farming) ସ୍ଥିର ଅଗ୍ରଗତି କରୁଛି । ମାଟିର ଉର୍ବରତା ବଜାୟ ରଖିବା ଏବଂ କୃଷି ଉତ୍ପାଦନରେ ଉନ୍ନତି ଆଣିବା ପାଇଁ ଓଡିଶାର କୃଷକମାନେ ମଧ୍ୟ ଏହାକୁ ବାଛିବା ଉଚିତ ବୋଲି ଓଡିଶା ଗସ୍ତରେ ଆସି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Narendra Singh Tomar)।
ଏକ ଘରୋଇ ଚ୍ୟାନାଲର ଆଗ୍ରି ବିକାଶ କନକ୍ଲେଭକୁ ସମ୍ବୋଧିତ କରି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ପାରମ୍ପାରିକ କୃଷି ପ୍ରଣାଳୀରେ ଚାଷ ପାଇଁ କେନ୍ଦ୍ର ସରକାର କୃଷକମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବେ । ଏହା ରାସାୟନିକ ସାର ପ୍ରଯୋଗରୁ ମୁକ୍ତ ହେବ । ଦେଶରେ ରାସାୟନିକ ଏବଂ ଜୈବିକ ଚାଷର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱାରୋପ କରୁଥିବା ତୋମାର କହିଛନ୍ତି ।
ଏହି ଦିଗରେ ଗତି କରୁଥିବା ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ ବୋଲି କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଓଡିଶାର 24,000 ହେକ୍ଟରରୁ ଅଧିକ କୃଷି ଜମି ପ୍ରାକୃତିକ ଚାଷ ଅଧୀନରେ ଅଛି । ପ୍ରାକୃତିକ ଚାଷ ପାଇଁ ଓଡିଶାର ଚାଷୀମାନଙ୍କୁ ଆହ୍ବାନ ଦେଇ ଏହା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।
ମହାମାରୀ କୋରୋନା ସତ୍ତ୍ବେ ମଧ୍ୟ ଦେଶରେ ବଢିଛି କୃଷକଙ୍କ ଆୟ । କୋରୋନା ସଙ୍କଟ ମଧ୍ଯରେ କୃଷି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧିରେ ଓଡିଶାର ବିଶେଷ ଭୂମିକା ରହିଛି । ଓଡିଶା ଗସ୍ତରେ ଆସି ଏହା କହିଛନ୍ତି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Narendra Singh Tomar)।
ଓଡ଼ିଶା ସରକାର ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି ରାଜ୍ୟ ସରକାର । ନିରାପଦ ଓ ପୃଷ୍ଟି ସମ୍ପନ୍ନ କୃଷି ପଦାର୍ଥ ଉତ୍ପାଦନ ଉପରେ ଗୁରୁତ୍ବାରୋପକରି ମୁଖ୍ୟ ଶାସନ ସଚିବ କହିଥିଲେ ଆଧୁନିକ ପ୍ରଣାଳୀରେ ପ୍ରାକୃତିକ ଚାଷ ଉଭୟ ବର୍ତ୍ତମାନ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଏହି ପଦ୍ଧତିରେ କୃଷିକୁ ନିରନ୍ତର ଓ ବିପର୍ଯ୍ୟୟ ନିରୋଧ କରାଯାଇପାରିବ।
Share your comments