1. କୃଷି ଖବର

କୃଷକଙ୍କୁ ସମ୍ବୋଧନ କରିବେ ମୋଦୀ

ଆଜି(ଗୁରୁବାର) କୃଷି ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

Sudesna Nayak
Sudesna Nayak
pm modi address to farmers during national conclave on natural farming on 16th december

pm modi address to farmers during national conclave on natural farming on 16th december

ଆଜି(ଗୁରୁବାର) କୃଷି ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଗୁଜରାଟର ଆନନ୍ଦଠାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନକୁ ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ ଟାରେ କୃଷକମାନଙ୍କୁ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସି ଯୋଗେ ଦେଶର କୃଷକମାନଙ୍କୁ ଉଦବୋଧନ ଦେବେ । ଏହି ସମ୍ମିଳନୀରେ ବିଶେଷ କରି ପ୍ରାକୃତିକ ପ୍ରଣାଳୀରେ ଚାଷବାସ କରିବା ଉପରେ ଆଲୋଚନା ହେଉଛି । ଏହାଛଡା ପ୍ରାକୃତିକ ପ୍ରଣାଳୀରେ ଚାଷ କଲେ କେମିତି ଏବଂ କି କି ପ୍ରକାର ଲାଭ ହେବ ସେ ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସୂଚନା ଦିଆଯାଉଛି ।

କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତ୍ପାଦନ ବୃଦ୍ଧିକୁ ନିଶ୍ଚିତ କରି ଚାଷୀଙ୍କ ଚାଷ ଦକ୍ଷତାକୁ ବଢାଇବା ସହିତ ସେମାନଙ୍କୁ ଲାଭବାନ କରିବାକୁ ଉଦ୍ୟବ ଅବ୍ୟାହତ ରହିଛି । ଏହାଛଡା ଚାଷୀଙ୍କ ଆୟ ବଢାଇବାକୁ ମଧ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ସବୁ ସମୟରେ ଗ୍ରହଣ କରିଛନ୍ତି । ଲାଭଦାୟକ କୃଷି ପଦ୍ଧତିର ନିରନ୍ତରତା ରକ୍ଷା, କୃଷି କାର୍ଯ୍ୟରେ ବିନିଯୋଗ ଜନିତ ଖର୍ଚ୍ଚ ହ୍ରାସ, ଉତ୍ପାଦିତ ସାମଗ୍ରୀ ପାଇଁ ଉତ୍ତମ ବଜାର ସୁବିଧା ଯୋଗାଣ ଓ ସର୍ବୋପରି ଚାଷୀଙ୍କୁ ଅଧିକ ଆୟ ଦେବା ନିମନ୍ତେ ସରକାର ନାନା ପ୍ରକାରର ପଦକ୍ଷେପ ତଥା ସହାୟକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଶୂନ୍ୟ ବଜେଟ ପ୍ରାକୃତିକ ଚାଷ(Zero Budget Natural Farming) , କୃଷି କାର୍ଯ୍ୟରେ ଖର୍ଚ୍ଚ ହ୍ରାସ ପାଇଁ ଏକ ଭଲ ପନ୍ଥା । ଏହା ଫଳରେ ସାର, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଚାଷୀଙ୍କୁ ବଜାର ଉପରେ ଅଧିକ ନିର୍ଭର କରିବାକୁ ପଡିବନି ଏଥିସହିତ ଏହା ଦ୍ୱାରା ସେମାନଙ୍କ ଚାଷବାସ ଖର୍ଚ୍ଚ କମିବ ଏବଂ ଆୟ ମଧ୍ୟ ବହୁତ ବଢିବ ।

ସେହିପରି ଭାବେ ଚାଷୀଙ୍କୁ ପାରମ୍ପରିକ କ୍ଷେତ୍ରଭିତ୍ତିକ ପ୍ରଯୁକ୍ତି ବ୍ୟବହାର କରି ମାଟିର ଉର୍ବରତା ଓ ଉତ୍ପାଦକତା ଶକ୍ତି ବୃଦ୍ଧି ପାଇଁ ଉପାୟ ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି ସରକାର । ଦେଶୀ ଗାଈ ଗୋବର ଓ ଗୋ-ମୁତ୍ରକୁ ସହଜରେ ବିନା ଖର୍ଚ୍ଚରେ ନିଜର ଜମିରେ ବ୍ୟବହାର କରି ଚାଷୀ ଏହାର ଉତ୍ପାଦକ ଶକ୍ତିକୁ ବଢାଇ ବହୁତ ପାରିବେ ।

ଏସବୁ କୌଶଳ ଉପରେ ଗୁରୁତ୍ବ ଦେବା ସହିତ ସମଗ୍ର ଦେଶର ଚାଷୀମାନଙ୍କୁ ଏସଂକ୍ରାନ୍ତ ତଥ୍ୟ ଓ ବାର୍ତ୍ତା ଯୋଗାଇବାକୁ ଗୁଜରାଟ ସରକାର(Government of Gujarat) କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଏକ ତିନିଦିନିଆ ଜାତୀୟ ଶିଖର ସମ୍ମିଳନୀ (National Conclave on Natural Farming) ବୁଧବାର ଠାରୁ ଆୟୋଜନ କରିଛନ୍ତି । ଏହା ଆଜି (ଗୁରୁବାର) ଶେଷ ହେବ । ଏହି ସମ୍ମିଳନୀରେ ୫ (5)ହଜାରରୁ ଅଧିକ କୃଷକ ଯୋଗ ଦେଇଛନ୍ତି ।

PM Kisan Scheme:ଏହି ତାରିଖରେ କୃଷକଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments