1. କୃଷି ଖବର

PM Kisan Scheme:ଏହି ତାରିଖରେ କୃଷକଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା

ଖୁବ ଶୀଘ୍ର କୃଷକମାନଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । କୃଷକ ମାନଙ୍କୁ ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର ୧୦ମ କିସ୍ତି ଟଙ୍କା ।

Sudesna Nayak
Sudesna Nayak
PM kisan 10th installment 2000 rupees will released on 15 december 2021

PM kisan 10th installment 2000 rupees will released on 15 december 2021

ଖୁବ ଶୀଘ୍ର କୃଷକମାନଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । କୃଷକ ମାନଙ୍କୁ ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର ୧୦ମ କିସ୍ତି ଟଙ୍କା ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର 15 ଡିସେମ୍ବରରୁ 25 ଡିସେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା (PM Kisan 10th Installment Date) ର ଦଶମ କିସ୍ତି ଜାରି କରିବାକୁ ଯୋଜନା କରୁଛନ୍ତି । ଏବେ କୃଷି ମନ୍ତ୍ରଣାଳୟରେ ଏହାର ପ୍ରସ୍ତୁତି ଚାଲିଛି । ଯଦି ଆପଣ ଦଶମ କିସ୍ତି କୁ ମଧ୍ୟ ଅପେକ୍ଷା କରିଛନ୍ତି, ସୂତ୍ର ଅନୁଯାୟୀ ସରକାର 25 ତାରିଖ ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବେ । ଏହା ସହିତ କ୍ଷୁଦ୍ର ଚାଷୀମାନେ ରବି ଫସଲ ପାଇଁ ସେମାନଙ୍କର କିଛି କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ତେଣୁ ଦେଶର ଅଧିକାଂଶ କୃଷକ 2,000 ଟଙ୍କା କିସ୍ତି ପାଇଁ ଅପେକ୍ଷା କରିଛନ୍ତି ।

ଗତ ବର୍ଷ ସରକାର ଡିସେମ୍ବର 25 ତାରିଖରେ 2020 ମସିହାରେ କୃଷକମାନଙ୍କୁ ଟଙ୍କା ଟ୍ରାନସ୍ଫର କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Narendra modi) କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ଏହି ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ।

ଯଦି ଆପଣ ପିଏମ କିସାନ ସ୍କିମ୍ ପାଇଁ ପଞ୍ଜୀକୃତ ହୋଇଛନ୍ତି, ତେବେ ଏହି ଯୋଜନାର ହିତାଧିକାରୀ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଚେକ କରନ୍ତୁ ନିଜ କିସ୍ତିର ଷ୍ଟାଟସ

ଏଥିପାଇଁ ସର୍ବପ୍ରଥମେ pmkisan.gov.in ୱେବସାଇଟକୁ ଯାଆନ୍ତୁ ।

ବର୍ତ୍ତମାନ ଆପଣ କିଷାନ ୱେବସାଇଟରେ ‘Farmers Corner’ ର ଅପ୍ସନ୍ ଉପରେ କ୍ଲିକ କରନ୍ତୁ ।

ବର୍ତ୍ତମାନ Beneficiary Status ଉପରେ କ୍ଲିକ୍ କରନ୍ତୁ ।

ଏଥିରେ କୃଷକ ନିଜ ଅଞ୍ଚଳ ସହିତ ଜଡ଼ିତ ସୂଚନା ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗାଁର ନାମ ଏହି ସେକ୍ସନ ରେ ପୂରଣ କରନ୍ତୁ ।

ଏହାପରେ ‘Get Report’ର ଅପ୍ସନ୍ ରେ କ୍ଲିକ କରିବାମାତ୍ରେ ହିଁ ଆପଣଙ୍କ ସାମ୍ନାରେ ପୁରା ଲିଷ୍ଟ ଆସିଯିବ ।

ଏହାପରେ କୃଷକ ଏହି ଲିଷ୍ଟ ରେ ଆପଣ ନିଜର କିସ୍ତିର status କୁ ଦେଖିପାରିବେ ।

ଏହି ଦିନ ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି, ଶୀଘ୍ର ଲିଷ୍ଟରେ ଚେକ୍ କରନ୍ତୁ ନିଜ ନାମ

କୃଷକଙ୍କ ପାଇଁ ଗୁଡ୍ ନ୍ୟୁଜ୍ ! ଖୁବ ଶୀଘ୍ର ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments