1. କୃଷି ଖବର

ଏହି ଦିନ ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି, ଶୀଘ୍ର ଲିଷ୍ଟରେ ଚେକ୍ କରନ୍ତୁ ନିଜ ନାମ

ପିଏମ୍ କିସାନ ଯୋଜନା ଅଧୀନରେ ଦଶମ କିସ୍ତି ଜାରି କରିବାର ତାରିଖ ସ୍ଥିର ହୋଇଯାଇଛି । ସରକାରଙ୍କ ତରଫରୁ କିସ୍ତି ଟ୍ରାନସ୍ଫର କରିବାପାଇଁ ସମସ୍ତ ଜରୁରୀ ବ୍ୟବସ୍ଥା ମଧ୍ଯ କରାଯାଇଛି ।

Sudesna Nayak
Sudesna Nayak
pm kisans tenth installment check your name on the list

pm kisans tenth installment check your name on the list

କୃଷକମାନଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । ଯଦି ଆପଣ ପିଏମ୍ କିସାନ ଯୋଜନାର ଲାଭାର୍ଥି ଅଟନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ଅଟେ । ପିଏମ୍ କିସାନ ଯୋଜନା ଅଧୀନରେ ଦଶମ କିସ୍ତି ଜାରି କରିବାର ତାରିଖ ସ୍ଥିର ହୋଇଯାଇଛି । ସରକାରଙ୍କ ତରଫରୁ କିସ୍ତି ଟ୍ରାନସ୍ଫର କରିବାପାଇଁ ସମସ୍ତ ଜରୁରୀ ବ୍ୟବସ୍ଥା ମଧ୍ଯ କରାଯାଇଛି ।

ସରକାର ସ୍ଥିର କଲେ କିସ୍ତି ଜାରି କରିବାର ଡେଟ ?

କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା 11.37 କୋଟି କୃଷକଙ୍କୁ 1.58 ଲକ୍ଷ କୋଟି ଟଙ୍କା ପଠାଇ ସାରିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ଡିସେମ୍ବର 15 ତାରିଖ 2021 ସୁଦ୍ଧା ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ ଅର୍ଥାତ୍ ଦଶମ କିସ୍ତି ଜାରି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସରକାର ଗତ ବର୍ଷ ଡିସେମ୍ବର 25 ତାରିଖରେ 2020 ମସିହାରେ କୃଷକମାନଙ୍କୁ ଟଙ୍କା ଟ୍ରାନସ୍ଫର କରିଥିଲେ ।

ଏହିପରି ଭାବରେ ଚେକ କରନ୍ତୁ ନିଜ କିସ୍ତିର ଷ୍ଟାଟସ-

ଏଥିପାଇଁ ସର୍ବପ୍ରଥମେ pmkisan.gov.in ୱେବସାଇଟକୁ ଯାଆନ୍ତୁ ।

ବର୍ତ୍ତମାନ ଆପଣ କିଷାନ ୱେବସାଇଟରେ ‘Farmers Corner’ ର ଅପ୍ସନ୍ ଉପରେ କ୍ଲିକ କରନ୍ତୁ ।

ବର୍ତ୍ତମାନ Beneficiary Status ଉପରେ କ୍ଲିକ୍ କରନ୍ତୁ ।

ଏଥିରେ କୃଷକ ନିଜ ଅଞ୍ଚଳ ସହିତ ଜଡ଼ିତ ସୂଚନା ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗାଁର ନାମ ଏହି ସେକ୍ସନ ରେ ପୂରଣ କରନ୍ତୁ ।

ଏହାପରେ ‘Get Report’ ର ଅପ୍ସନ୍ ରେ କ୍ଲିକ କରିବାମାତ୍ରେ ହିଁ ଆପଣଙ୍କ ସାମ୍ନାରେ ପୁରା ଲିଷ୍ଟ ଆସିଯିବ ।

ଏହାପରେ କୃଷକ ଏହି ଲିଷ୍ଟ ରେ ଆପଣ ନିଜର କିସ୍ତି ର status କୁ ଦେଖିପାରିବେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments