1. କୃଷି ଖବର

ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶ, ପୁଣି ଲାଗୁ ହେଲା ପୁରୁଣା ପେନସନ ସ୍କିମ୍

ନିକଟରେ ସମସ୍ତ ରାଜ୍ୟ ପେନସନ ସ୍କିମ କୁ ନେଇ ଚିନ୍ତିତ ରହିଛନ୍ତି l ନୂଆ ନା ପୁରୁଣା ପେନସନ ଯୋଜନା ଲାଗୁ ହେବ ତାକୁ ନେଇ ଚିନ୍ତାରେ କର୍ମଚାରୀ l ଏହାରି ଭିତରେ ପେନସନ ସ୍କିମକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି l

Tanushree Mahapatra
Tanushree Mahapatra
Chhattisgarh notifies old-pension scheme 3 lakh government employees

Chhattisgarh notifies old-pension scheme 3 lakh government employees

ନିକଟରେ ସମସ୍ତ ରାଜ୍ୟ  ପେନସନ ସ୍କିମ କୁ ନେଇ ଚିନ୍ତିତ ରହିଛନ୍ତି l ନୂଆ ନା ପୁରୁଣା ପେନସନ ଯୋଜନା ଲାଗୁ ହେବ ତାକୁ ନେଇ ଚିନ୍ତାରେ କର୍ମଚାରୀ l ଏହାରି ଭିତରେ ପେନସନ ସ୍କିମକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି l ଏହାରି ଭିତରେ ଆଉ ଏକ ନୂଆ ଖବର ସାମନାକୁ ଆସୁଛି l ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଅର୍ଥ ବିଭାଗ ଛତିଶଗଡ ଓପିଏସ୍ ପାଇଁ ଆଦେଶ ଓ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ ।

ଛତିଶଗଡର ସରକାରୀ କର୍ମଚାରୀ (Chhattisgarh Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ବଡ଼ ଖୁସି ଖବର ଅଛି । ରାଜ୍ୟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ରାସ୍ତା ସଫା ହୋଇଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Bhupesh Baghel) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଅର୍ଥ ବିଭାଗ ଛତିଶଗଡ ଓପିଏସ୍  ପାଇଁ ଆଦେଶ ଓ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଏହି ଆଦେଶ ଆସିବା ପରେ ଏବେ କର୍ମଚାରୀ ମହଲ ରେ ଖୁସିର ଲହରୀ ଦେଖିବାକୁ ମିଳିଛି l

ଏହା ଅଧୀନରେ ସରକାରୀ କର୍ମଚାରୀମାନେ ଦୁଇଟି ବିକଳ୍ପ ପାଇବେ ଓ ସେଥି ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ ସେମାନଙ୍କୁ । ଏଥିରେ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ୍  କିମ୍ବା ନୂତନ ପେନସନ ସ୍କିମ୍ ରେ ରହିବାକୁ ଚାହୁଁଛନ୍ତି କି ନାହିଁ ତାହା ବାଛିବାକୁ ପଡିବ । କର୍ମଚାରୀମାନେ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରିବା ପରେ ଏକ ଆଫିଡେଭିଟ୍ ଦେବାକୁ ପଡିବ ଏହି କର୍ମଚାରୀଙ୍କ । OPS ଚୟନ କରୁଥିବା ସରକାରୀ କର୍ମଚାରୀମାନେ ଏପ୍ରିଲ୍ ୧, ୨୦୨୨ରୁ CGPF ର ସଦସ୍ୟ ହେବେ ।

ଏହାସହ ଜେନେରାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ନିୟମ ଦ୍ୱାରା ପରିଚାଳିତ ହେବ । ନଭେମ୍ବର ୧, ୨୦୦୪ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ NPS ଆକାଉଣ୍ଟରେ ଜମା ହୋଇଥିବା କର୍ମଚାରୀଙ୍କ ଯୋଗଦାନ ଓ ଏଥିରେ ଅର୍ଜନ ହୋଇଥିବା ଡିଭିଡେଣ୍ଡ ସରକାରୀ କର୍ମଚାରୀଙ୍କୁ NPS ନିୟମ ଅନୁଯାୟୀ ପ୍ରଦାନ କରାଯିବ । ଥରେ କର୍ମଚାରୀ ବିକଳ୍ପ ପ୍ରଦାନ କଲେ, କର୍ମଚାରୀ ଏଥିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ । ଦୁଇଟି ଯୋଜନା ମଧ୍ୟରୁ ଗୋଟିଏ ବାଛିବା ପରେ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ଏହି ଫର୍ମ ପୁରାଣ ସତର୍କତା ର ସହ ପୁରାଣ କରିବାକୁ ପଡିବ l

ଅନ୍ୟପକ୍ଷରେ, ଏପ୍ରିଲ୍ ୧, ୨୦୨୨ ପରେ ସେବାରେ ଆସିଥିବା ସରକାରୀ କର୍ମଚାରୀମାନେ ବାଧ୍ୟତାମୂଳକ ଭାବରେ ପୁରୁଣା ପେନସନ ଯୋଜନାର ସଦସ୍ୟ ହେବେ । ଏପ୍ରିଲ୍ ୨୦୨୨ରେ ଓ ପରେ ନିଯୁକ୍ତ ସମସ୍ତ କର୍ମଚାରୀ ପୁରୁଣା ପେନସନ ଯୋଜନାର ଲାଭ ପାଇବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି । ଏହାପୂର୍ବରୁ ୧୧ ମଇ ୨୦୨୨ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି କହିଥିଲେ ଯେ, ନଭେମ୍ବର ୧, ୨୦୦୪ରେ କିମ୍ବା ପରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ପେନସନ ଯୋଜନା ବଦଳରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ମେ ୨୦୨୨ ବିଜ୍ଞପ୍ତିରେ ସରକାର ଏକ ନୂତନ ସଂଶୋଧନ ଜାରି କରିଛନ୍ତି । ତେବେ ଏହି ରାଜ୍ୟ ର ସରକାରୀ କର୍ମଚାରୀଙ୍କୁ ଏକ ପ୍ରକାର ଅଶ୍ଵସ୍ତି ମିଳିଛି l

old pension scheme: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ

କ'ଣ ଏହି ମୁକ୍ତା ଯୋଜନା ? ଆସନ୍ତୁ ଜାଣିବା ସଂକ୍ଷେପରେ .........

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments