1. କୃଷି ଖବର

ମେ ୧ରୁ ମହଙ୍ଗା ହେବ ଛେନା, ପନିର୍‌ ଓ ଖୁଆ

କ୍ଷୀର ହେଉଛି ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପେୟ l ଯାହା ପ୍ରତି ଘରେ ଘରେ ଆବଶ୍ୟକ ହୋଇଥାଏ l ଆଗକୁ ଏହାର ଦ୍ୱାରା ବୃଦ୍ଧି ହେବାକୁ ଯାଉଛି l ଖାଲି ଏତିକି ନୁହେଁ କ୍ଷୀର ସହିତ ପନିର ଓ ଖୁଆ ର ମଧ୍ୟ ଦ୍ୱାରା ବୃଦ୍ଧି ପାଇବାକୁ ଯାଉଛି l

Tanushree Mahapatra
Tanushree Mahapatra
Chhena paneer and khua dar will be more expensive

Chhena paneer and khua dar will be more expensive

କ୍ଷୀର ହେଉଛି ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପେୟ l ଯାହା ପ୍ରତି ଘରେ ଘରେ ଆବଶ୍ୟକ ହୋଇଥାଏ l  ଆଗକୁ ଏହାର ଦ୍ୱାରା ବୃଦ୍ଧି ହେବାକୁ ଯାଉଛି l ଖାଲି ଏତିକି ନୁହେଁ କ୍ଷୀର ସହିତ ପନିର ଓ ଖୁଆ ର ମଧ୍ୟ ଦ୍ୱାରା ବୃଦ୍ଧି ପାଇବାକୁ ଯାଉଛି l 

l  ମେ ୧ରୁ ବୃଦ୍ଧି ପାଇବ ଦୁଗ୍ଧଜାତ ଦ୍ରବ୍ୟର ପାଇକାରୀ ଦର। ଛେନା କେଜି ପିଛା ୨୦ଟଙ୍କା, ପନିର୍‌ କେଜି ପ୍ରତି ୩୦ଟଙ୍କା ଓ କଞ୍ଚା ଖୁଆ କେଜି ପ୍ରତି ୬୦ଟଙ୍କା ବୃଦ୍ଧି ପାଇବା ସଂପର୍କରେ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଛେନା ୧୭୫ଟଙ୍କା ଥିବାବେଳେ ମେ ୧ରୁ ଏହା ୧୯୫ଟଙ୍କା, ପନିର୍‌ ୨୨୫ଥିବା ବେଳେ ୨୫୫ଟଙ୍କା, ଓ ଖୁଆ ୨୬୦ ଟଙ୍କାରୁ ୩୨୦ଟଙ୍କାକୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

ମେ ପହିଲାରୁ ରାଜ୍ୟରେ ଛେନା,ପନିର ଓ ଖୁଆ ଦର ବଢିବ । କ୍ଷୀର ମୂଲ୍ୟ ସହ ବଜାରରେ ଗୋ’ ଖାଦ୍ୟର ଦର ବୃଦ୍ଧି ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡିଛି । ଛେନାର ଦର କିଲୋ ୧୭୫ ଟଙ୍କା ଥିବାବେଳେ ଏହା ଆସନ୍ତା ମାସଠାରୁ ୨୦ ଟଙ୍କା ବଢ଼ି ୧୯୫ ଟଙ୍କା ହେବ । ପନିର ଦର ୨୨୫ରୁ ବଢ଼ି ୨୫୫ ଟଙ୍କା, କଞ୍ଚା ଖୁଆ ୨୬୦ରୁ ୩୨୦ ଟଙ୍କା ହେବ । ତେବେ କଟକ ସହିତ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ସହ ବିଭିନ୍ନ ସ୍ଥାନରେ ଛେନା ଦର ବଢ଼ିବ ।

ଏପ୍ରିଲ୍‌ ୧ରୁ ଓମ୍‌ଫେଡ୍‌ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି ହୋଇଥିଲା । ତା ସହିତ ଗୋଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦର ବୃଦ୍ଧି ମଧ୍ୟ ଘଟିଛି ଏହାରି ଭିତରେ । ଏହାକୁ ଦୃଷ୍ଟିରେ ରଖି ମେ ୧ତାରିଖରୁ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟ ସଂଘ ପକ୍ଷରୁ ଛେନା, ପନିର୍‌ ଓ ଖୁଆର ପାଇକାରୀ ଦର ବୃଦ୍ଧି କରାଯାଇ ନୂତନ ଦର ଧାର୍ଯ୍ୟ କରାଯାଇଅଛି ବୋଲି ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇ କହିଛନ୍ତି । ସୂଚନାଯୋଗ୍ୟ ଯେ କଟକରୁ ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରର ରେଢ଼ାଖୋଲ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ସାମଗ୍ରୀ ରପ୍ତାନି କରାଯାଉଛି ଆଉ ଯାହାର ପ୍ରଭାବ ଏହି ଜିଲ୍ଲା ମାନଙ୍କରେ ପଡିବ ।

ସେସବୁ ସ୍ଥାନଗୁଡ଼ିକରେ ଏହି ଅନୁପାତରେ ଦର ବୃଦ୍ଧି କରାଯିବ ବୋଲି ସଂଘ ପକ୍ଷରୁ ମତବ୍ୟକ୍ତ କରାଯାଇଛି । ତେବେ ପ୍ରଥମେ କ୍ଷୀର ଦ୍ୱାରା ଆଉ ଏବେ କ୍ଷୀରରେ ପ୍ରସ୍ତୁତ ଏହି ଦ୍ରବ୍ୟ ଉପରେ ଦ୍ୱାରା ବଢିବାକୁ ଜାଉଠାବରୁ ଚିନ୍ତାରେ ଖାଉଟି l ପ୍ରଥମେ କ୍ଷୀର ଦର ଆଉ ଏବେ ଛେନା , ଖୁଆ ଏବଂ ପନିର ଦର ଖାଉଟିଙ୍କ ଉପରେ ଆଉ ଏକ ମାହାଙ୍ଗା ମାଡ଼ କହିଲେ ଆତ୍ୟୁକ୍ତ ହେବ ନାହିଁ l

ଚିନ୍ତାରେ ତେନ୍ତୁଳି ଚାଷୀ: ଏପ୍ରିଲରେ ତେନ୍ତୁଳି ସଂଗ୍ରହ କରିବ ଟିଡିସିସି

ରାସ୍ତାରେ ଫୋପଡ଼ା ହେଉଛି କ୍ୟାପସିକମ୍..

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments