1. କୃଷି ଖବର

ବିଶ୍ୱ ଛେନାପୋଡ଼ ଦିବସ: ଛେନାପୋଡ଼ ପାଇଁ କେଉଁ ଜିଲ୍ଲା ପ୍ରସିଦ୍ଧ ?

ଛେନାପୋଡ଼ ହେଉଛି ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ ।

Tanushree Mahapatra
Tanushree Mahapatra
Chhenapoda divas celebrated in odisha

Chhenapoda divas celebrated in odisha

ଛେନାପୋଡ଼ ହେଉଛି ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା ଯାହା ଦେଖିବାକୁ ଖୁବ ଲୋଭଣିୟ ।

ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ ଏହା ଖାଇବା ପାଇଁ ଖୁବ ସ୍ୱାଦିଷ୍ଟ । ଏହା ଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଗୋଟିଏ । ୨୦୨୨ ମସିହାରୁ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅପ୍ରେଲ ମାସ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି ।

ତେବେ କତ୍ତଥଟି ହେଉଛି ଛେନାପୋଡ଼ ପ୍ରଥମେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରୁ ପ୍ରସ୍ତୁତ ହୋଇଥିଲା । ୧୯୪୬ ମସିହାରେ ଏହାକୁ ପ୍ରଥମେ ସୁଦର୍ଶନ ସାହୁ ନାମକ ଏକ ମିଠା ବ୍ୟବସାୟୀ ପ୍ରସ୍ତୁତ କରିଥିଲେ ଯାହା ପରେ ପ୍ରସିଦ୍ଧି ଲବଗ କଲା । ଏହି ବ୍ୟକ୍ତିଙ୍କର ଦଶପଲା ସତପାଟଣା ଗ୍ରାମରେ ତାଙ୍କର ଏକ ଛୋଟ ଜଳଖିଆ ଦୋକାନ ରହିଥିଲା । ଦୋକାନରେ ପ୍ରତିଦିନ ସେ, ଛେନାରୁ ମିଠା ପ୍ରସ୍ତୁତ କରୁଥିଲେ । ବଳକା ରହିଯାଉଥିବା ଛେନାକୁ ଉପଯୋଗ କରିବାର ଇଚ୍ଛାରେ ସେଥିରେ ଚିନି ଦେଇ ଏକ ମାଟି ଚୁଲି ଉପରେ ସାରା ରାତି ଛାଡ଼ି ଦେଇଥିଲେ । ଯାହାକି ପରଦିନ ସକାଳୁ ଏକ ସୁସ୍ୱାଦୁ ପୋଡ଼ ଆକାରରେ ପ୍ରସ୍ତୁତ ହୋଇଯାଇଥିଲା ଏବଂ ପରେ ପରେ ଏହା ପ୍ରସିଦ୍ଧ ଲାଭ ମଧ୍ୟ କଲା ।

ପ୍ରାଥମିକ ସ୍ତରରେ କଠିନ ପ୍ରସ୍ତୁତ ହେଉଥିବା ଏହି ପୋଡରେ ସମୟକ୍ରମେ କାଜୁ, ସୁଜି, କିସମିସ ଆଦି ମିଶାଇ ଏହାକୁ ନରମ କରିବାକୁ ଚେଷ୍ଟା କରିଥିଲେ ସେ । ଶେଷରେ ସେହି ପୋଡ଼ ସୁନ୍ଦର ଆକାରରେ ପ୍ରସ୍ତୁତ ହୋଇଥିଲା ଏବଂ ସୁଦର୍ଶନ ସାହୁ ତାର ନାମ ରଖିଥିଲେ ଛେନାପୋଡ଼ ଯାହା ଆଜି ବିଶ୍ୱ ପ୍ରସିଦ୍ଧ । ସେହି ଦିନଠାରୁ ସେ ହୋଇଗଲେ ଛେନାପୋଡ଼ ମିଠାରେ ସ୍ରଷ୍ଟା । ଧିରେ ଧିରେ ଏହାର ଚାହିଦା ବଢିବା ସହିତ ଲୋକମାନେ ଏହାକୁ ଖାଇବାକୁ ପସନ୍ଦ ମଧ୍ୟ କଲେ ।

ସେହିପରି ଆଜି ହେଉଛି ବିଶ୍ବ ଛେନାପୋଡ଼ ଦିବସ । ପ୍ରଥମେ ଛେନାପୋଡ଼ ପ୍ରସ୍ତୁତ କରିଥିବା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ଛେନାପୋଡ଼ ଯାହାର ନିଆରା ସ୍ବାଦ, ନିଆରା ରଙ୍ଗ ପାଇଁ ବେଶ ପ୍ରସିଦ୍ଧ ଆଜି ସେ ବିଶ୍ୱରେ । ଏହାର ନାଁ ଶୁଣିଲେ ପାଟିରେ ଆପେ ଆପେ ଲାଳ ଓ ମନରେ ଲୋଭ ଆସିଯାଏ । ସବୁଠି, ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇଛି ଆଜି ନୟାଗଡ଼ ଛେନାପୋଡ଼ । ଏହାକୁ ଆହୁରି ପରିଚିତ କରାଇବାକୁ ରସଗୋଲା ଓ ପଖାଳ ପରି ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଉଛି । ନୟାଗଡ଼ରୁ ରାଜଧାନୀ ପର୍ଯ୍ୟନ୍ତ ଛେନାପୋଡ଼ ଦିବସ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଆଜି  ।

କିସ୍ତିରେ ଟଙ୍କା ଦେଇ ପ୍ରିମିୟମରେ ଆମ୍ବ ଖାଉଛନ୍ତି

ବଢ଼ିଲା କ୍ଷୀର ଦର ,ଚିନ୍ତାରେ ଖାଉଟି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments