
class one to class five schools reopen from january 3 says education minister
ସାରା ଦେଶରେ ଏବେ ଓମିକ୍ରନ ଧିରେ ଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ହେଲେ ଏହାରି ମଧ୍ୟରେ ଏଣିକି ଆମ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁଆରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।
କହିବାକୁ ଗଲେ, ସେପଟେ ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ମେଟିଭ-୧ (Summative-1) ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ଜାନୁଆରୀ ୧୦ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ଣ ୯ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ମିଳିଛି ।
ମଧ୍ୟାହ୍ଣ ଭୋଜନ ଯୋଜନା ଅନ୍ତର୍ଗତ ଡ୍ରାଏ ରାସନ (Dry Ration) ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି (ବୁଧବାର) ଘୋଷଣା କରିଛନ୍ତି ।
ସେପଟେ ରାଜ୍ୟ ସରକାର (Odisha Government) ଙ୍କ ଏପରି ନିଷ୍ପତ୍ତିକୁ ଓଡି଼ଶା ଅଭିଭାବକ ମହାସଂଘ ଏହାକୁ ଦୃଢ଼ ବିରୋଧ କରୁଛି । କେନ୍ଦ୍ର ସରକାର ଯେତେବେଳେ ୧୫ ରୁ ୧୮ ବର୍ଷ ପିଲାମାନଙ୍କ ପାଇଁ ଟୀକା ଆସନ୍ତା ଜାନୁଆରୀ ୩ ତାରିଖରୁ ଦେବାପାଇଁ ଘୋଷଣା କରିଛନ୍ତି ସେହି ସମୟରେ ତର ତର ହୋଇ କୌଣସି ଆଲୋଚନା ନ କରି ସ୍କୁଲ ଖୋଲିବା ଗ୍ରହଣ ଯୋଗ୍ୟ ନୁହେଁ ।
ଅଧିକ ପଢନ୍ତୁ...
Share your comments