
Communications Manager IDF Argentina Sabastian Dates along Master Nutrition Pan American Dairy Federation Rafael Cornes at KJ Chaupal
କୃଷି ଜାଗରଣ ଚୌପାଲରେ ଯୋଗ ଦେଇଛନ୍ତି ଆନ୍ତର୍ଜାତିକ ଡେୟାରୀ ମହାସଂଘର ଦକ୍ଷିଣ ଆମେରିକା, ଆର୍ଜେଣ୍ଟିନା(Communications Manager IDF Argentina) ଯୋଗାଯୋଗ ପରିଚାଳକ ସାବଷ୍ଟିଆନ ଡେଟସ(Sabastian Dates) ଓ ଉରୁଗୁଏର ପାନ ଆମେରିକା ଡେୟାରୀ ମହାସଂଘ ମାଷ୍ଟର ନିଉଟ୍ରିଏସନ(Master Nutrition Pan American Dairy Federation ) ରାଫେଲ କୋର୍ଣ୍ଣସ (Rafael Cornes)।
ସାବଷ୍ଟିଆନ ଡେଟସ କୃଷି ଜାଗରଣ ଚୌପାଲରେ ଅଭିଭାଷଣ ଦେଇ ଭାରତୀୟ କୃଷିର ଶକ୍ତି ସମ୍ପର୍କରେ କହିଛନ୍ତି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ କିଭଳି ବିଶ୍ବରେ ଆଜି ଅଗ୍ରଣୀ ସେ ସମ୍ପର୍କରେ ନିଜ ମତ ରଖିଥିଲେ ସାବାଷ୍ଟିଆନ । ଭାରତର ସଂସ୍କୃତି ଆନନ୍ଦ ଦେଇଥାଏ ବୋଲି ସାବାଷ୍ଟିଆନ କହିଛନ୍ତି ।
ସାବାଷ୍ଟିଆନ କହିଛନ୍ତି, ଭାରତର ଦୁଗ୍ଧ ଶିଳ୍ପ ସର୍ବଭାରତୀୟ ସ୍ତରରେ ବ୍ୟାପିଛି ଏବଂ ଭାରତୀୟ କୃଷି ଶିଳ୍ପକୁ ଅନେକ ଶକ୍ତି ଦେଇଛି । ଏହା କୃଷିକୁ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।
ସାବାଷ୍ଟିଆନ ଆହୁରି ମଧ୍ୟ କହିଛନ୍ତି, ଦୁଗ୍ଧ ଶିଳ୍ପ ଆଜି ଗାଁରୁ ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି । ଏହି ଶିଳ୍ପରେ ଟେକ୍ନୋଲୋଜି ମଧ୍ୟ ଦିନକୁ ଦିନ ବିକାଶ କରୁଛି । ଲୋକମାନଙ୍କ ଅନୁକୂଳ ତଥା ପରିବେଶ ଅନୁକୂଳ ବିକାଶ ରଣନୀତି ମାଧ୍ୟମରେ ଆମେ ଏହି କ୍ଷେତ୍ରରୁ ଅଧିକ ଆୟ ପାଇପାରିବା ।
ସେହିପରି ପାନ ଆମେରିକା ଡେୟାରୀ ମହାସଂଘ ମାଷ୍ଟର ନିଉଟ୍ରିଏସନ ରାଫେଲ କୋର୍ଣ୍ଣସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ବିଶ୍ୱ କୃଷି ଏବଂ ଦୁଗ୍ଧ ଶିଳ୍ପରେ ଭାରତ ଆଗରେ ରହିଛି। ଏହା ବ୍ୟତୀତ ଦୁଗ୍ଧରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ ଯାହା ଏହାକୁ ଶରୀରକୁ ବଳ ଯୋଗାଏ । ସେ କହିଛନ୍ତି ଯେ ଆଜି ଅନେକ ରାସାୟନିକ ମିଶ୍ରଣ ଦୁଗ୍ଧ ବଜାରରେ ରହିଛି ଏବଂ ସେଗୁଡିକୁ ରୋକିବା ପାଇଁ ଆମେ କଠୋର ହେବା ଉଚିତ୍।
ଯେତେବେଳେ ଆମେ ଭାରତ ଆସିଥିଲୁ, ଏଠାରେ ଥିବା ଲୋକମାନେ ଆମକୁ ବହୁତ ସ୍ନେହରେ ସ୍ୱାଗତ କରିଥିଲେ । ସେ କହିଛନ୍ତି ଯେ ଏଠାରେ ସଂସ୍କୃତି ଏବଂ ରୀତିନୀତି ଭିନ୍ନ ଏବଂ ଏଥିରେ ଆନନ୍ଦିତ ଥିବା ରାଫେଲ କୋର୍ଣ୍ଣସ କହିଛନ୍ତି ।
ନିକଟରେ ଇଣ୍ଡିଆ ଏକ୍ସପୋ ସେଣ୍ଟର ଓ ମାର୍ଟ, ଗ୍ରେଟର ନଏଡାଠାରେ ଆୟୋଜିତ ହୋଇଯାଇଛି ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମେଳନ (IDF World Dairy Summit 2022) । ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମେଳନ ୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
Dairy Sector: ବିଶ୍ବରେ ଅଗ୍ରଣୀ ଭାରତ, ବାର୍ଷିକ 9.5 ଲକ୍ଷ କୋଟି ଟଙ୍କା ମୂଲ୍ୟର ହେଉଛି ଦୁଗ୍ଧ ଉତ୍ପାଦନ
Share your comments