1. କୃଷି ଖବର

କପା ତୁଳା ଦରେ ବଡ ହ୍ରାସ ଆଶଙ୍କା

Shuvanshu Kar
Shuvanshu Kar
cotton prices may decline

cotton prices may decline

ଘରୋଇ ବଜାରରେ କପା ତୁଳାର ଦର(cotton prices )ରେ ବଡ ହ୍ରାସର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ କମ ଅବଧି, ଅର୍ଥାତ 1ରୁ 2 ମାସରେ ତୁଳା ମୂଲ୍ୟ ହ୍ରାସ ପାଇଁ 170 କିଲୋଗ୍ରାମ ପିଛା 40 ହଜାର ଟଙ୍କାକୁ ଖସିଆସିବ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ଏହାର ଦର 445000 ଟଙ୍କା ପାଖାପାଖି ରହିଛି ।

ଅନ୍ୟପକ୍ଷେ ବର୍ତ୍ତମାନ ହାଇବ୍ରିଡ 6 କପା ତୁଳାର ଦର(cotton prices) ଜାନୁଆରୀ 2021 ତୁଳନାରେ 108 ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ପ୍ରତି 356 କିଲୋଗ୍ରାମ ପିଛା 96,000 ଟଙ୍କାରେ ପହଞ୍ଚିଛି । ହେଲେ ଦର 1,00,000 ଟଙ୍କା ରେକର୍ଡ ସ୍ତରରୁ ତଳେ ଅଛି ।

ହାଇବ୍ରିଡ 6 ତୁଳା ସବୁଠୁ ଅଧିକ ରପ୍ତାନି ହେଉଥିବା ତୁଳା ମଧ୍ୟରେ ଏକ ଉତ୍ତମ କିସମ । ମେ 17ରେ 170 କିଲୋଗ୍ରାମ ପିଛା 50,330 ଟଙ୍କା ଛୁଇଁବା ପରେ କମୋଡିଟି ଏକ୍ସଚେଞ୍ଜ ଏମସିଏକ୍ସରେ ତୁଳା ଜୁନରେ ପାଖାପାଖି 12.2 ପ୍ରତିଶତ ହ୍ରାସ ପାଇସାରିଛି । ବର୍ତ୍ତମାନ ସମୟରେ ଏହାର ଦର 44, 190 ଟଙ୍କା ପାଖାପାଖି ରହିଛି ।

ବିଶ୍ବ ଅଭିବୃଦ୍ଧି ଚିନ୍ତା, ସରକାରଙ୍କ ଦ୍ବାରା ଶୁଳ୍କ ମୁକ୍ତ ତୁଳା ଆମଦାନୀ ନୀତିର ଘୋଷଣା ପରେ ଆମଦାନୀରେ ବୃଦ୍ଧି, ସାମାନ୍ୟ ମୌସୁମୀ ବର୍ଷା ଅନୁମାନ କାରଣରୁ ତୁଳା ବିକ୍ରି ଉପରେ ଚାପ ରହିଛି । ଦର ହ୍ରାସ ନେଇ ଆଗରୁ ମଧ୍ୟ ଚେତାବନୀ ଜାରି କରାଯାଇଥିଲା ।

ଆଗାମୀ ଦିନରେ ବଜାରରେ ମାନ୍ଦାବସ୍ଥାର ସଙ୍କେତ ମିଳୁଛି । ଆମେରିକା ଅର୍ଥବ୍ୟବସ୍ଥାରେ ଆଶଙ୍କା ରହିଥଇବା ମାନ୍ଦାବସ୍ଥାକୁ ନେଇ ପ୍ରାଥମିକ ସଙ୍କେତ ସହ ଚିନ୍ତା ଲାଗି ରହିଛି । ଏଭଳି ସ୍ଥିତିରେ ଯଦି ମାନ୍ଦାବସ୍ଥା ଆସେ ତେବେ ଔଦଗିକ ବସ୍ତୁ ଦର ହ୍ରାସ ହୋଇପାରେ । ଏହି ପରିସ୍ଥିତିରେ କପା ତୁଳାର ଦର ମଧ୍ୟ ହ୍ରାସ ପାଇବ ।

ବ୍ୟବସାୟୀର ଖୋରାକ ଯୋଗାଉଛି କପା ଚାଷ

କପା ଉତ୍ପାଦନକାରୀ ଦେଶମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

ଭାରତୀୟ ବ୍ୟବସାୟୀ ଓ ମିଲଗୁଡିକ ଶୁଳ୍କ ହଟାଇବା ପରେ କପା ତୁଳାର ଆମଦାନୀ ବୃଦ୍ଧି ପାଇଛି । ତୁଳାର ଅଧିକାଂଶ ଆମଦାନୀ ଆମେରିକା, ବ୍ରାଜିଲ, ଅଷ୍ଟ୍ରେଲିଆ ଓ ପଶ୍ଚିମ ଆଫ୍ରିକୀୟ ଦେଶରୁ ହେଉଛି । ଭାରତରେ ସ୍ଥାନୀୟ ରୂପେ ଏହାର ଉତ୍ପାଦନ କମ ହୋଇଥାଏ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News