1. କୃଷି ଖବର

ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା ଦିଗରେ ଗୁଜରାଟ ଯାତ୍ରା ବେଶ୍ ସହାୟକ ହେବ- ଧର୍ମେନ୍ଦ୍ର ପ୍ରଧାନ l ଚାଷୀଙ୍କୁ ଗୁଜରାଟ ନେବା ଦିଗରେ ଲାଇଭଲି ହୁଡ୍ସ ଅଲଟରନେଟିଭ୍ସର ଉଦ୍ୟମକୁ ପ୍ରଶଂସା l ପ୍ରଧାନମନ୍ତ୍ରୀଙ୍କ ସଫଳ ଗୁଜରାଟ ମଡେଲକୁ ଦେଖିଲେ ଚାଷୀମାନେ ଅଧିକ କୁଶଳୀ ହେବେ l

KJ Staff
KJ Staff
Creating various opportunities for peanuts farmers of Odisha: Dharmendra Pradhan

Creating various opportunities for peanuts farmers of Odisha: Dharmendra Pradhan

ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା ଦିଗରେ ଗୁଜରାଟ ଯାତ୍ରା ବେଶ୍ ସହାୟକ ହେବ- ଧର୍ମେନ୍ଦ୍ର ପ୍ରଧାନ l ଚାଷୀଙ୍କୁ ଗୁଜରାଟ ନେବା ଦିଗରେ ଲାଇଭଲି ହୁଡ୍ସ ଅଲଟରନେଟିଭ୍ସର ଉଦ୍ୟମକୁ ପ୍ରଶଂସା l ପ୍ରଧାନମନ୍ତ୍ରୀଙ୍କ ସଫଳ ଗୁଜରାଟ ମଡେଲକୁ ଦେଖିଲେ ଚାଷୀମାନେ ଅଧିକ କୁଶଳୀ ହେବେ l ଗୁଜରାଟ ଏବଂ ଓଡିଶାରେ ସମାନରୂପକ ଚାଷ ଜମି ଥିଲେ ସୁଦ୍ଧା ଓଡ଼ିଶା ତୁଳନାରେ ଗୁଜୁରାଟରେ ଚିନାବାଦାମ ଚାଷ ଅଧିକ l

ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ବାର୍ଷିକ ୪ ଲକ୍ଷ ମେଟ୍ରିକ ଟନ ଚିନାବାଦାମ ଉତ୍ପାଦନ ହେଉଥିବା ବେଳେ ଗୁଜୁରାଟରେ ୩୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଛି l  ଆଗାମୀ ଦିନରେ ସବୁ ଏଫପିଓ ମାନଙ୍କୁ ଏକାଠୀ କରି ଚାଷ କାର୍ଯ୍ୟର ସାଧାରଣ ଦିଗ ଗୁଡିକ ଉପରେ ବିଚାମବିମର୍ଷ ହେବ l ଓଡ଼ିଶାରେ ଚାଷୀ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ହେଲେ ସେମାନଙ୍କୁ ବାହାର ଦୁନିଆ ଦେଖାଇବା ପାଇଁ ପଡିବ l

ଲାଇଭଲି ହୁଡ୍ସ ଅଲଟରନେଟିଭ୍ସ ନେତୃତ୍ୱରେ କୃଷି ଉତ୍ପାଦକ ସଂଗଠନ (FPO) ଉଦ୍ୟମରେ ଗୁଜରାଟ ଗସ୍ତ କରୁଥିବା ଓଡ଼ିଶାର ଚିନାବାଦାମ ଚାଷୀମାନେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଗୁଜରାଟ ମଡେଲକୁ ଦେଖିଲେ ଅଧିକ କୁଶଳୀ ହେବେ । ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ଯାତ୍ରା ବେଶ୍ ସହାୟକ ହେବବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶନିବାର ଭୁବନେଶ୍ୱର ସୋଆ କ୍ୟାମ୍ପସ ଠାରେ ଲାଇଭଲି ହୁଡ୍ସ ଓଡ଼ିଶା ଚିନାବାଦାମ କୃଷକଙ୍କ ଚାଷ ସମ୍ବନ୍ଧୀୟ ଗୁଜରାଟ ପରିଦର୍ଶନର ଉଦବୋଧନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କହିଛନ୍ତି ଯେ ଗୁଜୁରାଟର ଚାଷ ଜମି ଏବଂ ଓଡିଶାର ଚାଷ ଜମି ଅଞ୍ଚଳ ପାଖାପାଖି ସମାନ । କିନ୍ତୁ ଗୁଜୁରାଟ ଅପେକ୍ଷା ଓଡିଶାରେ ପାଣିର ସୁବିଧା ଏବଂ ଉର୍ବର ଜମି ଅଧିକ ଅଛି । ହେଲେ ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ବାର୍ଷିକ ୪ ଲକ୍ଷ ମେଟ୍ରିକ ଟନ ଚିନାବାଦାମ ଉତ୍ପାଦନ ହେଉଥିବା ବେଳେ ଗୁଜୁରାଟରେ ୩୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଛି । ଓଡିଶାର ଚିନାବାଦାମର ସ୍ୱାଦ ମିଠା । ଏହାର ବଜାର ମୂଲ୍ୟ ଅଧିକ । ୧୦ ଦିନିଆ ଗୁଜରାଟ ଯାଉଥିବା ଚାଷୀମାନେ ସେଠାରେ ପ୍ରୟୋଗ ହେଉଥିବା ଟେକ୍ନୋଲୋଜି, ପଦ୍ଧତି, ଉନ୍ନତ ଜ୍ଞାନକୌଶଳ ଓ ବଜାର ବ୍ୟବସ୍ଥା ଦେଖିବେ । ମୋଦି ମଡେଲ ତଥା ଗୁଜୁରାଟ ମଡେଲ ଦେଖି ଓଡିଶା ଚାଷୀ ସେମାନଙ୍କର ଜ୍ଞାନ ବଢ଼ାଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭାରତ ସରକାରଙ୍କ ଦ୍ୱାରା ନାଫେଡ଼ ପାଖାପାଖି ୧୦୦ଟି କୃଷକ ଉତ୍ପାଦକ ସଙ୍ଗଠନ ବା ଏଫପିଓ ଗଠନ କରିଛି । ବାଦାମ ଚାଷ ଉପରେ ଯେଉଁ ଏଫପିଓ କାମ କରୁଛି, ନାଫେଡ ସହଯୋଗରେ ସୋଆର ବିଶେଷଜ୍ଞଙ୍କୁ ନେଇ ସେମାନଙ୍କ ଉଦ୍ୟମରେ ଓଡିଶାର ଚିନାବାଦାମ ଚାଷୀ ଗୁଜରାଟ ଯିବା ପ୍ରଶଂସନୀୟ । ଓଡ଼ିଶାରେ ଚାଷୀ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ହେଲେ ସେମାନଙ୍କୁ ବାହାର ଦୁନିଆ ଦେଖାଇବା ପାଇଁ ପଡିବ । ଏଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ଚାଷକୁ ବ୍ୟବସାୟିକ ଭାବେ ସଫଳ କରିବା ପାଇଁ ଚାଷୀମାନେ ସଂକଳ୍ପ କରିବା ଦରକାର । ଆଗାମୀ ଦିନରେ ସବୁ ଏଫପିଓ ମାନଙ୍କୁ ଏକାଠୀ କରି ଚାଷ କାର୍ଯ୍ୟର ସାଧାରଣ ଦିଗ ଗୁଡିକ ଉପରେ ବିଚାମବିମର୍ଷ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏହାବ୍ୟତିତ ଚାଷୀ ମାନେ ଗୁଜରାଟର ଦ୍ୱାରିକା, ସୋମନାଥ, ଷ୍ଟାଚ୍ୟୁ ଅଫ୍ ୟୁନିଟି ପରି ଐତିହ୍ୟ ସ୍ଥଳୀ ଗସ୍ତ କରିବେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭାରତ, ଶ୍ରେଷ୍ଠ ଭାରତ କଳ୍ପନାକୁ ପୂରଣ କରିବ ବୋଲି ସେ କହିଛନ୍ତି ।

Pension scheme: ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ପେନସନ ରାଶି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments