1. କୃଷି ଖବର

ଜିରାରେ ଲାଗିଲା ମହଙ୍ଗା ଛୁଙ୍କ, ଆକାଶ ଛୁଆଁ ଦର

ଲେମ୍ବୁ ଓ ଟମାଟୋ ପରେ ଜିରା ଦର ଏବେ ହୋଇଛି ଆକାଶ ଛୁଆଁ(Cumin price hike) । ଗତ 5 ବର୍ଷରେ ଜିରା ଦର ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିବାର ଅନୁମାନ ରହିଛି ।

Shuvanshu Kar
Shuvanshu Kar
cumin prices reach five-year high

cumin prices reach five-year high

ଦରଦାମ ବୃଦ୍ଧିରେ ଏକ ନୂଆ ଫର୍ଦ୍ଦ ଯୋଡିଛି ଜିରା । ଖାଉଟିଙ୍କୁ କନ୍ଦାଇବ ଜିରା ଛୁଙ୍କ । ଲେମ୍ବୁ ଓ ଟମାଟୋ ପରେ ଜିରା ଦର ଏବେ ହୋଇଛି ଆକାଶ ଛୁଆଁ(Cumin price hike) । ଗତ 5 ବର୍ଷରେ ଜିରା ଦର ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିବାର ଅନୁମାନ ରହିଛି ।

ଗତ କିଛି ଦିନରୁ ବଢୁଛି ଜିରାର ମୂଲ୍ୟ(Cumin price hike) । ଆଗାମୀ ଦିନରେ ଏହି ମୂଲ୍ୟ ଆହୁରି ବଢିବାର ଆଶଙ୍କା ରହିଛି । ଦେଶରେ ଜିରା କିଲୋ ପିଛା 220ରୁ 240ଟଙ୍କାରେ ବିକ୍ରି ହେଉଛି । ଏହି କ୍ରମରେ ଗତ ବର୍ଷ ତୁଳନାରେ 60ରୁ 70 ପ୍ରତିଶତ ମହଙ୍ଗା ହୋଇଛି ଜିରା ।

ଉତ୍ପାଦନ ହ୍ରାସ ଜିରା ଦାମ ବୃଦ୍ଧିର କାରଣ । ଗତ କିଛି ବର୍ଷରୁ ଜିରା ମୂଲ୍ୟରେ ମାନ୍ଦାବସ୍ଥା ରହିଥିଲା । ଏହି କାରଣରୁ ଚାଷୀମାନେ ଜିରା ବଦଳରେ ଅନ୍ୟ ମସଲା ଫସଲର ଉତ୍ପାଦନ କରୁଛନ୍ତି । ଫଳରେ ଏହି ବର୍ଷ ଜିରା ଉତ୍ପାଦନ ହ୍ରାସ ଘଟିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଜିରା ଦରରେ ଆହୁରି 20 ପ୍ରତିଶତ ବୃଦ୍ଧିର ଅନୁମାନ କରାଯାଉଛି । ସାଧାରଣତଃ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ହୁଏ ଜିରା ଚାଷ । ମାର୍ଚ୍ଚରେ ହୋଇଥିବା ଅସମୟର ବର୍ଷା କାରଣରୁ ଜିରା ଉତ୍ପାଦନ ପ୍ରଭାବିତ ହୋଇଛି । ଜିରା ଉତ୍ପାଦନ ହ୍ରାସ କାରଣରୁ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି ।

୩ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଜୀରା ପାଣି, ମୂଳରୁ ଶେଷ ହୋଇଯିବ ଏହି ବଡ ବଡ ରୋଗ

ଜିରା ପାଣି ପେଟର ଚର୍ବି ହ୍ରାସ କରିବ, ଏହାକୁ କିପରି ଖାଇବେ ଜଣାନ୍ତୁ |

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments