News

ସାମୁଦ୍ରିକ ବାତ୍ୟା ‘ଜୱାଦ’: ପୁରୀରେ ଲଗାଣ ବର୍ଷା

ମାଡି ଆସୁଛି ବାତ୍ୟା ଜଓ୍ବାଦ (Cyclone Jawad) । ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ଆଜି (ଶନିବାର) ସକାଳୁ ପୁରୀ ସମେତ ଓଡ଼ିଶାର କେତେକ ଉପକୂଳବର୍ତ୍ତୀ ଜିଲ୍ଲାରେ ନିରବଚ୍ଛିନ୍ନ ବର୍ଷା ଆରମ୍ଭ ହୋଇଯାଇଛି ।

04 December, 2021 10:14 AM IST By: Sudesna Nayak

ମାଡି ଆସୁଛି ବାତ୍ୟା ଜଓ୍ବାଦ (Cyclone Jawad) । ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ଆଜି (ଶନିବାର) ସକାଳୁ ପୁରୀ ସମେତ ଓଡ଼ିଶାର କେତେକ ଉପକୂଳବର୍ତ୍ତୀ ଜିଲ୍ଲାରେ ନିରବଚ୍ଛିନ୍ନ ବର୍ଷା ଆରମ୍ଭ ହୋଇଯାଇଛି । ପୁରୀରେ ବେଳାଭୂମି ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକମାନଙ୍କୁ କୁହାଯାଉଛି ଏବଂ ସମୁଦ୍ରକୂଳ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ପୋଲିସ ମଧ୍ୟ ପରିସ୍ଥିତିକୁ ଅନୁଧ୍ୟାନ କରୁଛି ।

ବର୍ତ୍ତମାନ ବାତ୍ୟା ଜଓ୍ବାଦ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି । ଏବେ ସମୁଦ୍ର ଭିତରେ ଏହାର ବେଗ ଘଣ୍ଟା ପ୍ରତି 6 କିମି ରହିଛି । ଏହା ବିଶାଖାପାଟଣାଠାରୁ 250 କିମି ଦୂରରେ ଥିବା ବେଳେ ଗୋପାଳପୁର ଠାରୁ 360 କିମି ଦୂରରେ, ପାରାଦୀପ ଠାରୁ 510 ଓ ପୁରୀ ଠାରୁ 430 କିଲୋମିଟର ଦୂରରେ ରହିଛି। ଏହାର ଗତି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଥିବା ବେଳେ ଏଥିପାଇଁ ମୋଟ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏଥିସହିତ ଟ୍ୱିନସିଟି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭିଗ । କଟକ-ଭୁବନେଶ୍ୱରରେ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ସହିତ ବତ୍ୟା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ଝଟକା ୬୦ କିମି ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଜୱାଦ ଓଡିଶା ନିକଟତର ହେଉଥିବା ବେଲେ ଟ୍ୱିନ୍ ସିଟି ପାଇଁ ସତର୍କତା ଜାରି କରାଯାଇଛି ।

 

Cyclone Jawad Update: ୧୨ ଘଣ୍ଟାରେ ନେଇପାରେ ବାତ୍ୟା ରୂପ

 

ବାତ୍ୟା ଅପଡେଟ୍ ,୩ ରୁ ଓଡିଶାରେ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)