1. କୃଷି ଖବର

ବାତ୍ୟା ଅପଡେଟ୍ ,୩ ରୁ ଓଡିଶାରେ ବର୍ଷା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଓ୍ବେଲ୍ ମାର୍କଡ ଲୋ’ ପ୍ରେସର କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ରରେ କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Sudesna Nayak
Sudesna Nayak
cyclone jawadha coming soon in odisha

cyclone jawadha

cyclone jawadha

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁସାରେ ଡିସେମ୍ବର ୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ । ଏହାପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ଓ ୪ ତାରିଖ ବେଳକୁ ଭୁବନେଶ୍ୱର ଓ କଟକରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଡିସେମ୍ବର ୫ରେ ପୂରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଡିସେମ୍ବର ୬ରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଉପକୂଳ ଜିଲ୍ଲାରେ ଡିସେମ୍ବର ୪-୬ରୁ ମଧ୍ୟରେ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

ଏନେଇ ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । IMD ଡିଜି, NDRF ଓ ODRAF ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ୩ ରାଜ୍ୟ ଓଡିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଆଲୋଚନା କରାଯାଇଛି ।

ବାତ୍ୟା ‘ଜୱାଦ’: ଗୁଲାବ ଠାରୁ ଅଧିକ, ଫନି ଠାରୁ କମ କ୍ଷମତାଶାଳୀ

ଓଡ଼ିଶା ମୁହାଁ ବାତ୍ୟା ‘ଜୱାଦ’,କ୍ଷତି ଆଶଙ୍କାରେ ଚାଷୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments