1. କୃଷି ଖବର

ଓଡିଶାରେ 'ଦମନ' ଫିଲ୍ମ ଟ୍ୟାକ୍ସ ଫ୍ରି...

ଦମନ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି ।

Sudesna Nayak
Sudesna Nayak
daman film tax free in odisha

daman film tax free in odisha

ଦମନ (daman film)ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ (cm naveen patnaik) । ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ (daman film)ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ସଂପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି ।

ଦମନ (daman film)ଚଳଚ୍ଚିତ୍ରର ବିଷୟ ବସ୍ତୁ ହେଉଛି, ବାସ୍ତବ ଜୀବନରେ ମାଲାକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

ଓଡିଆ ଅଭିନେତା ବାବୁସାନ ମହାନ୍ତି (Babushaan Mohanty) ଅଭିନୀତ ‘ଦମନ’ ଚଳଚ୍ଚିତ୍ର (daman film) ଏବେ ସାରା ଦେଶରେ ଚହଳ ପକାଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ନୂଆ ଧାରା ସୃଷ୍ଟି କରିଛି ।

କୋଭିଡ (covid) ସମୟରେ ଯେଭଳି ରାଜ୍ୟ ସରକାର(state government)ଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି ।

ଜାଣିରଖନ୍ତୁ ଯେ, ଦମନ (daman film)ଚଳଚ୍ଚିତ୍ର ଦେଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

‘ଦମନ’ ଚଳଚ୍ଚିତ୍ର (daman film)ର କଥାବସ୍ତୁ , ପ୍ରତିଟି ଚରିତ୍ରମାନଙ୍କ ଅଭିନୟ ଓ ସମ୍ପାଦନ ଉଚ୍ଚକୋଟୀର ହୋଇଛି ବୋଲି ଦର୍ଶକମାନେ ମହଲରେ ବହୁ ପ୍ରଶଂସା ସାଉଁଟିଛି ।

ପ୍ରକାଶ ଥାଉ ଯେ, ‘ଦମନ’ ଚଳଚ୍ଚିତ୍ର (daman film) ଏବେ ସାରା ଦେଶରେ ଓଡ଼ିଆ ଦର୍ଶକ ଏହାକୁ ପସନ୍ଦ କରିଥିବାବେଳେ ଜାନୁଆରୀରେ ଏହାର ହିନ୍ଦୀ ଡବିଂ ଆସିବ ।

ଏହି ଓଡିଆ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ବରିଷ୍ଠ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments