1. କୃଷି ଖବର

ବରିଷ୍ଠ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା

ଆଉ ନାହାନ୍ତି ବରିଷ୍ଠ ଓଡିଆ ଅଭିନେତା ରାଇମୋହନ ପରିଡା । ଶୁକ୍ରବାର ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

Sudesna Nayak
Sudesna Nayak
Ollywood Actor Raimohan Parida suicide

Ollywood Actor Raimohan Parida suicide

ଓଡିଆ ମନରଞ୍ଜନ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି । ବରିଷ୍ଠ ଅଭିନେତା ରାଇମୋହନ ପରିଡା (Ollywood Actor Raimohan Parida) ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମଞ୍ଚେଶ୍ୱର ପୋଲିସ ପହଞ୍ଚି ହିଁ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଆଉ ନାହାନ୍ତି ବରିଷ୍ଠ ଓଡିଆ ଅଭିନେତା ରାଇମୋହନ ପରିଡା । ଶୁକ୍ରବାର (FRIDAY)ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଜଣାପଡିନାହିଁ କିନ୍ତୁ ପାରିବାରିକ ଅସନ୍ତୋଷରୁ ୫୯ ବର୍ଷୀୟ ରାଇମୋହନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ରାଇମୋହନ ପରିଡାଙ୍କ (Raimohan Parida) ମୃତ୍ୟୁର ଖବର ଶୁଣି ସମସ୍ତ ଓଡିଆ ସ୍ତବ୍ଧ ହୋଇଯାଇଛନ୍ତି । ରାଇମୋହନ ଭଳି ବ୍ୟକ୍ତି ଆତ୍ମହତ୍ୟା କରିଥିବେ ତାହାକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ରାଇମୋହନ ପରିଡା (Raimohan Parida) ୧୯୬୩ ମସିହାରେ କେଉଁଝରର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତ୍ରିଲୋକନାଥ ପରିଡା ଓ ତିଳୋତ୍ତମା ପରିଡାଙ୍କ ଚାରି ଝିଅରେ ଗୋଟିଏ ମାତ୍ର ପୁଅ ଥିଲେ । ରାଇମୋହନ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । ସେ ରଞ୍ଜିତା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ । ରାଇମୋହନ ଉଭୟ ଚଳଚ୍ଚିତ୍ର ଏବଂ ଯାତ୍ରା ଦୁନିଆର ଜଣେ ସୁନାମଧନ୍ୟ କଳାକାର ଥିଲେ। ସେ ଖଳନାୟକ ଭୂମିକାରେ ଅଭିନୟ କରି ଓଡିଶାବାସୀଙ୍କ ହୃଦୟ ଜିତିଛନ୍ତି ।

ପ୍ରକାଶ ଥାଉ ଯେ, 'ପକା କମ୍ବଳ ପୋତ ଛତା' ରାଇମୋହନଙ୍କର ପ୍ରଥମ ଓଡିଆ ଫିଲ୍ମ ଥିଲା । ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ସେ ଶତାଧିକ ଓଡିଆ ଫିଲ୍ମରେ ସେ ଅଭିନୟ କରିଛନ୍ତି । ରାଇମୋହନ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି ।

ଆସୁଛି ଲଘୁଚାପ, ଜୁଲାଇ ପହିଲାରୁ ଭିଜିବ ଓଡିଶା

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments