News

ସରକାରୀ କର୍ମଚାରୀଙ୍କୁ ମିଳିବ ୧୦ ମାସର ବକେୟା ରାଶି, ବଢ଼ିଲା ମହଙ୍ଗା ଭତ୍ତା

କ୍ରମାଗତ ଭାବରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା କର୍ମଚାରୀଙ୍କୁ ସରକାର ଏକ ବଡ଼ ଆରାମ ପ୍ରଦାନ କରିଛନ୍ତି । ଆସିଲା ଖୁସି ଖବର । ଭାରତୀୟ ରେଲୱେ ନିଜର କର୍ମଚାରୀଙ୍କ ହିଁ ମହଙ୍ଗା ଭତ୍ତାରେ ଏକ ବୃହତ ବୃଦ୍ଧି ଘୋଷଣା କରିଛି ।

20 May, 2022 11:23 AM IST By: Sudesna Nayak

କ୍ରମାଗତ ଭାବରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା କର୍ମଚାରୀଙ୍କୁ ସରକାର ଏକ ବଡ଼ ଆରାମ ପ୍ରଦାନ କରିଛନ୍ତି । ଆସିଲା ଖୁସି ଖବର । ଭାରତୀୟ ରେଲୱେ (Indian Railways) ନିଜର କର୍ମଚାରୀ (Railway Employees)ଙ୍କ ହିଁ ମହଙ୍ଗା ଭତ୍ତା (Dearness Allowance)ରେ ଏକ ବୃହତ ବୃଦ୍ଧି ଘୋଷଣା କରିଛି ।

ରେଲୱେ ବୋର୍ଡ଼ (Railway Board) କର୍ମଚାରୀ (Railway Employees)ମାନଙ୍କ ମହଙ୍ଗା ଭତ୍ତା (Dearness Allowance)କୁ ଗୋଟିଏ ଥରରେ ୧୪ ପ୍ରତିଶତ ବୃଦ୍ଧି କରିଛି । ମହଙ୍ଗା ଭତ୍ତାର ଏହି ବୃଦ୍ଧି ଦୁଇଥର ଆଧାରରେ କରାଯାଇଛି ।

୧୦ ମାସର ବକେୟା ମଧ୍ୟ ମିଳିବ,ଜାଣନ୍ତୁ...

ଏହା ସହିତ, ଯେଉଁ କର୍ମଚାରୀଙ୍କ ପାଇଁ ଡିଏ (DA)ହାଇକେ ପ୍ରଯୁଜ୍ୟ ହେବ ସେମାନଙ୍କ ପାଇଁ ଅନ୍ୟ ଏକ ଖୁସି ଖବର ହେଉଛି ଯେ ସେମାନଙ୍କୁ ୧୦ ମାସର ବକେୟା ଦେବାକୁ ମଧ୍ୟ କୁହାଯାଇଛି । ରେଳବାଇ ବୋର୍ଡ଼ (Railway Board)ପକ୍ଷରୁ କୁହାଯାଇଛି ଯେ ୭-୭ ପ୍ରତିଶତ ଦୁଇ ଭାଗରେ ଏହି ଡିଏ (DA) ବୃଦ୍ଧି ଷଷ୍ଠ ବେତନ ଆୟୋଗ (6th Pay Commission)ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ।

DA ୨୦୩ ପ୍ରତିଶତ ବୃଦ୍ଧି ପାଇଛି,ଜାଣନ୍ତୁ...

ମହଙ୍ଗା ଭତ୍ତା (Dearness Allowance) ଜୁଲାଇ ୧, ୨୦୨୧ ରୁ ୭ ପ୍ରତିଶତ ଏବଂ ଜାନୁୟାରୀ ୧ ,୨୦୨୨ ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ତ୍ତମାନ, ଷଷ୍ଠ ବେତନ ଆୟୋଗ (6th Pay Commission) ଅଧୀନରେ କର୍ମଚାରୀମାନେ ବେତନ ପାଉଛନ୍ତି ୧୮୯ ପ୍ରତିଶତ ଡିଏ । ଏହି କର୍ମଚାରୀମାନଙ୍କ DA ଜୁଲାଇ ୧, ୨୦୨୧ ଠାରୁ 7 ପ୍ରତିଶତ ବୃଦ୍ଧି ସହିତ ୧୯୬ ପ୍ରତିଶତକୁ ବୃଦ୍ଧି ପାଇବ । ସେହିଭଳି, ଜାନୁୟାରୀ ୧, ୨୦୨୨ ରୁ ୭ ପ୍ରତିଶତ ବୃଦ୍ଧିରେ ଏହା ୨୦୩ ପ୍ରତିଶତକୁ ବୃଦ୍ଧି ପାଇବ, ଯାହାକି କର୍ମଚାରୀମାନେ ୧୦ ମାସର ବକେୟା ମେ ମାସରେ ଦରମା ପାଇବେ ।

ରେଳ କର୍ମଚାରୀଙ୍କ ପାଇଁ ଦ୍ୱିଗୁଣ ଲାଭ,ଜାଣନ୍ତୁ...

ରେଳ ବୋର୍ଡ (Railway Board)ର ଏହି ନିଷ୍ପତ୍ତି କର୍ମଚାରୀମାନଙ୍କୁ ଦ୍ୱିଗୁଣ ଲାଭ ଦେବ । ଅର୍ଥ ନିର୍ଦ୍ଦେଶାଳୟ ଏବଂ ରେଳ ମନ୍ତ୍ରଣାଳୟର ଅନୁମୋଦନ ପରେ ରେଳବାଇ ବୋର୍ଡ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିଛି । ଏହାପୂର୍ବରୁ ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ସପ୍ତମ ବେତନ ଆୟୋଗ ଅଧୀନରେ ଦରମା ପାଇଥିବା ଲକ୍ଷ ଲକ୍ଷ କର୍ମଚାରୀ ଏଥିରୁ ଉପକୃତ ହୋଇଥିଲେ ।

ସପ୍ତମ ବେତନ ଆୟୋଗରେ ୩୪% ବଢ଼ିଲା DA,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ତିନି ପ୍ରତିଶତ ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଏହି କର୍ମଚାରୀମାନଙ୍କର ସର୍ବନିମ୍ନ ମୌଳିକ ଦରମା ହେଉଛି ୧୮ ହଜାର ଟଙ୍କା । ସରକାରଙ୍କ ତରଫରୁ ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରି ମୌଳିକ ସର୍ବନିମ୍ନ ଦରମା ୭୦୦୦ ରୁ ୧୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ୧୦ ମାସର ବକେୟା ରାଶି

PM Awas Yojanaକୁ ନେଇ ସରକାରଙ୍କ ବଡ଼ ଘୋଷଣା,ଉପକୃତ ହେବେ ଲକ୍ଷ ଲକ୍ଷ ଗ୍ରାମବାସୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)