1. କୃଷି ଖବର

PM Awas Yojanaକୁ ନେଇ ସରକାରଙ୍କ ବଡ଼ ଘୋଷଣା,ଉପକୃତ ହେବେ ଲକ୍ଷ ଲକ୍ଷ ଗ୍ରାମବାସୀ

ଆସିଲା ପିଏମ ଆବାସ ଯୋଜନା (PM Awas Yojana) ସମ୍ବନ୍ଧରେ ବଡ଼ ଘୋଷଣା । ଯଦି ଆପଣ ପିଏମ ଆବାସର ହିତାଧିକାରୀ, ତେବେ ନିଶ୍ଚିତ ଭାବରେ ଏହି ଖବର ଆପଣଙ୍କ ପାଇଁ । ପିଏମ ଆବାସ ଯୋଜନାକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି ।

Sudesna Nayak
Sudesna Nayak
PM Awas Yojana Update cabinet decide pm awas yojana gramin extended till 2024 see details

PM Awas Yojana Update cabinet decide pm awas yojana gramin extended till 2024 see details

ଆସିଲା ପିଏମ ଆବାସ ଯୋଜନା (PM Awas Yojana) ସମ୍ବନ୍ଧରେ ବଡ଼ ଘୋଷଣା । ଯଦି ଆପଣ ପିଏମ ଆବାସର ହିତାଧିକାରୀ, ତେବେ ନିଶ୍ଚିତ ଭାବରେ ଏହି ଖବର ଆପଣଙ୍କ ପାଇଁ । ପିଏମ ଆବାସ ଯୋଜନାକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (PMAY-G Scheme) ଜାରି ରଖିବାକୁ ଅନୁମୋଦନ ଦିଆଯାଇଛି ।

ପିଏମ ଆବାସ ଯୋଜନା ସମ୍ବନ୍ଧରେ ବଡ଼ ଘୋଷଣା,ଜାଣନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମିଣ (PMAY-G Scheme) ଅଧୀନରେ ୨.୯୫ କୋଟି ପକ୍କା ଘର ଆବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୨ କୋଟି ପକ୍କା ଘର ନିର୍ମାଣ କରାଯାଇଛି । କିନ୍ତୁ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଜାରି ରଖିବାକୁ ଅନୁମୋଦନ ଦିଆଯାଇଥିବା କଥା ମନେ ରଖି ଏଭଳି ଅନେକ ପରିବାର ବାକି ରହିଛନ୍ତି । ଏଥିରୁ ଲକ୍ଷ ଲକ୍ଷ ଗ୍ରାମବାସୀ ବହୁ ଉପକୃତ ହେବେ ।

ସରକାର ଦେଲେ ସୂଚନା,ଜାଣନ୍ତୁ...

ସରକାର ଦେଇଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ କେନ୍ଦ୍ର ସରକାର (Central Government)ଙ୍କ ମୋଟ ବ୍ୟୟ ୧,୪୩,୭୮୨ କୋଟି ଟଙ୍କା ହେବ ଓ ଏଥିରୁ ୧୮,୬୭୬ କୋଟି ଟଙ୍କା ନାବାର୍ଡକୁ ସୁଧ ଦେୟ ପାଇଁ ଅନ୍ତର୍ଭୂକ୍ତ କରାଯାଇଛି। ସରକାର ମଧ୍ୟ ଏହି ଯୋଜନାର ଜାରି ରହିଥିବା ପାହାଡ଼ି ରାଜ୍ୟଗୁଡ଼ିକୁ ୯୦ ପ୍ରତିଶତ ଓ ୧୦ ପ୍ରତିଶତ ଆଧାରରେ ପ୍ରଦାନ କରୁଛନ୍ତି। ବାକି ୬୦ ପ୍ରତିଶତ ଓ ୪୦ ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳରେ ଥିବାବେଳେ ସରକାର ଶତପ୍ରତିଶତ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ମିଳୁଛି,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ବିଲଡିଂ ନିର୍ମାଣ ବ୍ୟତୀତ ଦିଆଯାଇଥିବା ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଶୌଚାଳୟ ନିର୍ମାଣ ପାଇଁ ସରକାର ୧୨,୦୦୦ ଟଙ୍କା ଦେଉଛନ୍ତି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରକୁ ପକ୍କା ଘର, ଜଳ, ବିଦ୍ୟୁତ୍ ଓ ଶୌଚାଳୟ ଯୋଗାଇବା ପାଇଁ ସରକାରଙ୍କ ସଂକଳ୍ପ ପୂରଣ ହେଉଛି ।

PM Awas Yojana:୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ଶେଷ, ମିଳିବ ବହୁ ସୁବିଧା...

PM Awas Yojana 2022: ପିଏମ ଯୋଜନାରେ ମିଳିବ ଏସବୁ ସୁବିଧା; ଉଠାନ୍ତୁ ଲାଭ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments