
Defence ministry to reserve 10% of jobs for Agniveers amid violent protests
ସାରା ଦେଶରେ ଜଳୁଛଇ ଅଗ୍ନିପଥର ନିଆଁ । ଚାରିଆଡେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ଅଗ୍ନିବୀରଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା ହୋଇଛି ।
ଅଗ୍ନିବୀରଙ୍କ ପାଇଁ ଏକ ବଡ ଘୋଷଣା ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟରେ ଚାକିରି ପାଇଁ ଅଗ୍ନିବୀର 10% ସଂରକ୍ଷଣ ପାଇବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଅନୁମୋଦନ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପ୍ରତିରକ୍ଷା ବିଭିଗର ପଦବୀ ଏବଂ ସମସ୍ତ 16 ପ୍ରତିରକ୍ଷା ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗରେ 10% ସଂରକ୍ଷଣ ଲାଗୁ ହେବ ।
ସେପଟେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ଅଗ୍ନିପଥ ଯୋଜନା ଅଧୀନରେ ସେନାବାହିନୀରେ ଯୁବକମାନଙ୍କ ନିଯୁକ୍ତି ନିମନ୍ତେ ନୂଆ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୭ ବର୍ଷ ୬ ମାସରୁ ୨୧ ବର୍ଷ ମଧ୍ୟରେ ନିର୍ଦ୍ଧାରଣ କରାଯାଇଥିଲା ।
ସେନାବାହିନୀରେ ବଡ ଅଫର, ‘ଅଗ୍ନିପଥ’ ଯୋଜନାକୁ କ୍ୟାବିନେଟ ମଞ୍ଜୁରି
Agnipath Scheme : ସେନାରେ ଭର୍ତ୍ତି ହେବା ପାଇଁ ସମୟ ସୀମା ବୃଦ୍ଧି କରିଲେ ସରକାର
ତେବେ ବିଗତ ଦୁଇ ବର୍ଷ ହେବ ସେନାବାହିନୀରେ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ସମ୍ଭବପର ହୋଇପାରି ନଥିବାରୁ ସରକାର ଗୋଟିଏ ବର୍ଷ ପାଇଁ ବୟସସୀମା କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ, ଅଗ୍ନିପଥ ଯୋଜନାରେ ୨୦୨୨ ବର୍ଷ ପାଇଁ ପ୍ରସ୍ତାବିତ ଅଗ୍ନିବୀରଙ୍କ ନିଯୁକ୍ତି ନିମନ୍ତେ ବୟସସୀମା ୨୩ ବର୍ଷକୁ ବୃଦ୍ଧି କରାଯାଇଛି ।
Share your comments