1. କୃଷି ଖବର

Rain Update: ୨୫ ପର୍ଯ୍ୟନ୍ତ ହାଲୁକାରୁ ସ୍ୱଳ୍ପ ବର୍ଷା

୨୫ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ l ୨୬ ରୁ ପାଗ ବଦଳିବ l

Tanushree Mahapatra
Tanushree Mahapatra
dense fog in odisha , image source - pexels.com

dense fog in odisha , image source - pexels.com

ଚଳିତ ମାସ ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ୨୨ ଓ ୨୩ତାରିଖରେ ବର୍ଷାର ସମ୍ଭାବନା ସର୍ବାଧିକ ରହିବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇ କହିଥିଲେ । ଏହି ସୂଚନା ଅନୁଯାୟୀ ରାଜ୍ୟରେ କିଛି କିଶି ଜିଲ୍ଲାରେ ବର୍ଷା ମଧ୍ୟ  ହୋଇଥିବ ଦେଖିବାକୁ ମିଳିଥିଲା l

ଡ. ପଶୁପାଳକଙ୍କ ଅନୁଯାୟୀ,  ୨୩ ତାରିଖରେ ଅର୍ଥାତ ଆଜି ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍‌‌ କମିବା ସମ୍ଭାବନା ଥିବା ବେଳେ ୨୩ ରୁ ୨୫ ତାରିଖ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ଯାଏଁ ବଢ଼଼ିବ। ଯେଉଁଥିପାଇଁ ଶୀତ କମିଯିବାର ସମ୍ଭାବନା ଅଛି l

ସେହିପରି ରାଜ୍ୟର ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଥିବାର ଦେଖିବାକୁ ମିଳୁଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ଥିବା ବିଭାଗ କହିଛି । ଯାହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ l ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିପରି ରବିବାର ଦିନ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଥିବ ଦେଖିବାକୁ ମିଳିଥିଲା । ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ମଧ୍ୟ ହୋଇଥିଲା । ବର୍ଷା ଛାଡିବା ପରେ ରାଜ୍ୟରେ ଶୀତ ଲହରୀ ପୁଣି ଫେରିପାରେ ବୋଲି ଆକଳନ କରାଯାଉଛି । ତେବେ ବର୍ଷା ଯୋଗୁଁ ଦୁଇଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବ।

ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ଗୁରୁଚାପ ବଳୟ ଆଗାମୀ ୨୫ତାରିଖ ଯାଏଁ ସକ୍ରିୟ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଥିବା ନେଇ କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments