1. କୃଷି ଖବର

ଏହି ସବୁ ଜିଲ୍ଲାକୁ ଜାରି ହେଲା ସତର୍କ ୱାର୍ଣ୍ଣିଂ

ରାଜ୍ୟ ହାଲୁକା ବର୍ଷା ନେଇ ସଚେତନ କଲା ପାଣିପାଗ ବିଭାଗ l

Tanushree Mahapatra
Tanushree Mahapatra
Dense fog in the state again, image source -pexels.com

Dense fog in the state again, image source -pexels.com

ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି l ଓଡିଶା ପାଣି ବିଭାଗ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରିଛନ୍ତି । 

ଆଜି ଅର୍ଥାତ ଶନିବାର ପାଇଁ ରାଜ୍ୟର ୧୦ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କତା ସୂଚନା ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଭଦ୍ରକ, ବାଲେଶ୍ଵର, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ୪ ତାରିଖରେ ମଧ୍ୟ ଘନ କୁହୁଡି ନେଇ ୬ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ଅଧିକ ରହୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି ରାଜ୍ୟରେ । ପାଣିପାଗ କେନ୍ଦ୍ରର ସତର୍କତା ପରେ ରାଜ୍ୟର ପୁଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି । ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ନଜର ରଖିବା ପାଇଁ ନୁର୍ଦ୍ଦେଶ ଦେଇଛନ୍ତି l ଏଥିସହ ଡ୍ରାଇଭର ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ମିଟର ମଧ୍ୟରେ ରହିବା ନେଇ କୁହାଯାଇଛି । ବାକି ରାଜ୍ୟର ଅନ୍ୟ କିଛି କିଛି ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବା ନେଇ ପୂର୍ବାନୁମାନ ମଧ୍ୟ କରାଯାଇଛି । ସେପଟେ ଶନିବାର ଅର୍ଥାତ ଆଜି ସକାଳ ସାଢେ ଆଠଟା ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ନିର୍ଦ୍ଦେଶ ରହିଥିଲା । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ନଥିବାରୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ମଧ୍ୟ କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments