1. କୃଷି ଖବର

ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ: ଆଜି 50 ଟଙ୍କା ବଢିଲା LPG ଦର

ମହଙ୍ଗା ମାଡ ସହ ଯୁଝୁଥିବା ଖାଉଟିଙ୍କ ପାଇଁ ଖରାପ ଖବର । ପୁଣି ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ । ଆଜି 50 ଟଙ୍କା ବଢିଲା ଘରୋଇ LPG ଦର ।

Sudesna Nayak
Sudesna Nayak
domestic lpg cylinder price hiked by rs 50

domestic lpg cylinder price hiked by rs 50

ମହଙ୍ଗା ମାଡ ସହ ଯୁଝୁଥିବା ଖାଉଟିଙ୍କ ପାଇଁ ଖରାପ ଖବର । ପୁଣି ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ । ଆଜି 50 ଟଙ୍କା ବଢିଲା ଘରୋଇ LPG ଦର ।

ସୂଚନା ଅନୁଯାୟୀ, ପୁଣି କିଛି ଦିନର ବ୍ୟବଧାନ ପରେ ବଢିଲା ଘରୋଇ ଇନ୍ଧନ ଦର । ଆଜି ବୁଧବାର (Wednesday) ଘରୋଇ LPG ସିଲିଣ୍ଡର ପିଛା ଦାମ 50 ଟଙ୍କା ବୃଦ୍ଧି ପାଇଛି । ଆଜିର ଦର ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀ (Delhi) ରେ ସିଲିଣ୍ଡର (Cylinder) ପିଛା ଦର 1,053 ରହିଛି । ସେହିପରି ମୁମ୍ବାଇରେ ମଧ୍ୟ ଦର ଦିଲ୍ଲୀ ସହ ପ୍ରାୟ ସମାନ ରହିଛି ।

ସେହିପରି କୋଲକାତାରେ ଏହି ଦର 1079 ଓ ଚେନ୍ନାଇରେ 1068 ରହିଛି । ଶେଷ ଥର ପାଇଁ ଘରୋଇ ଇନ୍ଧନର ଦର ଚଳିତ ବର୍ଷ ମେ’19 ତାରିଖରେ ବଢିଥିଲା । ତେବେ ଅନ୍ୟପଟେ 19 କିଗ୍ରା ବିଶିଷ୍ଟ କମର୍ସିଆଲ ଇନ୍ଧନ ଦର ସାମାନ୍ୟ ହ୍ରାସ କରାଯାଇଛି । ଏହାର ମୂଲ୍ୟ ୟୁନିଟ ପିଛା 8.50 ଟଙ୍କା ହ୍ରାସ ପାଇଛି ।

ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 198 ଟଙ୍କା ହ୍ରାସ କରାଯାଇଥିଲା, ଯାହା ଏକ ବଡ଼ ଆଶ୍ବସ୍ତି ଥିଲା । ଚଳିତ ଥର କିନ୍ତୁ ସାମାନ୍ୟ ଆଶ୍ବସ୍ତି ପାଇବେ କମର୍ସିଆଲ ସିଲିଣ୍ଡର commercial cylinder ବ୍ୟବହାରକାରୀ । ଏହି ହ୍ରାସ ମୂଲ୍ୟ ସହିତ ରାଜଧାନୀ ଦିଲ୍ଲୀରେ 19 କେଜି ବିଶିଷ୍ଟ ସିଲିଣ୍ଡରର ଦାମ 2012 ଟଙ୍କା ପାଖାପାଖି ହେବାକୁ ଯାଉଛି ।

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼,ଆଜିଠୁ ବଢିଲା ନୂଆ LPG ଗ୍ୟାସ୍ ଦର

LPG Cylinder: ଆଶ୍ବସ୍ତି! କମିଲା ଗ୍ୟାସ ଦର; ୧୩୫ ଟଙ୍କା ହ୍ରାସ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments