1. କୃଷି ଖବର

ରାଜ୍ୟରେ ପ୍ରଥମ ! ଚାଷ କାମରେ ଡ୍ରୋନ ବ୍ୟବହାର କଲେ କୋରାପୁଟ ଚାଷୀ

ଓଡିଶାରେ ପ୍ରଥମ ଥର ପାଇଁ ଚାଷୀମାନେ ବିଭିନ୍ନ ଫସଲ ଚାଷ ପାଇଁ ଡ୍ରୋନ୍ ବ୍ୟବହାର କରିବାର ସୁବିଧା ପାଇଛନ୍ତି ।

Shuvanshu Kar
Shuvanshu Kar
Drones Used By Koraput Farmers For Cultivation

Drones Used By Koraput Farmers For Cultivation

ଓଡିଶାରେ ପ୍ରଥମ ଥର ପାଇଁ ଚାଷୀମାନେ ବିଭିନ୍ନ ଫସଲ ଚାଷ ପାଇଁ ଡ୍ରୋନ୍(Drone) ବ୍ୟବହାର କରିବାର ସୁବିଧା ପାଇଛନ୍ତି । କୃଷି ଏବଂ ଗ୍ରାମୀଣ ବିକାଶ ପାଇଁ ଦେଶବ୍ୟାପୀ ଆର୍ଥିକ ପ୍ରତିଷ୍ଠାନ (ନାବାର୍ଡ) ସହଯୋଗରେ କୋରାପୁଟ ଜିଲ୍ଲାର କୃଷକ ସମବାୟ ସମିତିର ଚାଷୀମାନେ ଡ୍ରୋନ ସହାୟତାରେ ଚାଷ କରିବାକୁ ଯାଉଥିବା ଜଣାପଡିଛି ।

ଚାଷ କାର୍ଯ୍ୟ ପାଇଁ ନାବାର୍ଡ କୃଷି ଡ୍ରୋନ୍ ଯୋଗାଇ ଦେଇଛି । ଚାଷୀମାନେ ଡ୍ରୋନକୁ ଫସଲରେ କୀଟନାଶକ ଏବଂ ସାର ସ୍ପ୍ରେ କରିବା ପାଇଁ ବ୍ୟବହାର କରିବେ। ଏହି ଡ୍ରୋନଟି ଭୁବନେଶ୍ୱରର ନାବାର୍ଡର ମୁଖ୍ୟ ସି ଉଦୟଭାସ୍କରଙ୍କ ପକ୍ଷରୁ କୋରାପୁଟର ସୁବେଇ ଗ୍ରାମରେ ଆନୁଷ୍ଠାନିକ ଭାବେ ଲଞ୍ଚ କରାଯାଇଛି ।

ନାବାର୍ଡ 5.14 ଲକ୍ଷ ଟଙ୍କା ମୂଲ୍ୟରେ ଡ୍ରୋନ୍ କିଣିଛି । ଏହି ପଦ୍ଧତି ଓଡିଶାରେ ଚାଷରେ ପରିବର୍ତ୍ତନ ଅଣାଯିବ ବୋଲି କହିଛନ୍ତି ନାବାର୍ଡ ଭୁବନେଶ୍ବର ମୁଖ୍ୟ । ଜିଲ୍ଲାର ସମସ୍ତ କୃଷକଙ୍କ ନିକଟରେ ପହଞ୍ଚିବା ସହିତ ଏବଂ ଚାଷୀଙ୍କୁ ଡ୍ରୋନ୍ ବ୍ୟବହାର କରିବାରେ ସାହାଯ୍ୟ କରିବା ଏହି ସମବାୟ ସମିତିର ଲକ୍ଷ୍ୟ ।

ଏହି ଅବସରରେ ଜିଲ୍ଲା ଉନ୍ନୟନ ପରିଚାଳକ, ନାବାର୍ଡ କୋରାପୁଟ, IFFCO ଏବଂ ବରିଷ୍ଠ ଅଧିକାରୀ ତଥା ସମବାୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।

କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିବ । କୃଷି କ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜୀର ମଧ୍ୟ ପ୍ରଯୋଗ ହେଉଛି । କିସାନ ଡ୍ରୋନ ମଧ୍ୟ ଲଞ୍ଚ କରିଥିଲେ ମୋଦି ସରକାର । କିଷାନ ଡ୍ରୋନ କ୍ଷେତରେ କୀଟନାଶକ ଛିଞ୍ଚିବା କାର୍ଯ୍ୟରେ ନିୟୋଜିତ ହେଉଛି । କୃଷି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକୁ ସହଜ କରିବା ଓ ଚାଷୀଙ୍କ ମୁଣ୍ଡରୁ ବୋଝ ହାଲୁକା କରିବା ପାଇଁ ଡ୍ରୋନ ବେଶ ସହାୟକ ହୋଇପାରେ ।

କୃଷି କ୍ଷେତ୍ରକୁ ଆକାଶ ଛୁଆଁଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments