1. କୃଷି ଖବର

Durga puja 2022: ଏଥର ଦୁର୍ଗା ଭସାଣୀ ବେଳେ ଲାଗିବ GPS

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏଥର କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS ।

Sudesna Nayak
Sudesna Nayak
Durga Idols To Be Tagged With GPS During Immersion Procession In Cuttack

Durga Idols To Be Tagged With GPS During Immersion Procession In Cuttack

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା (Durga puja)। ଏଥର କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS ।

ସୂଚନା ଅନୁଯାୟୀ, ଆରମ୍ଭ ହେଲାଣି ପାର୍ବଣ ଋତୁ । ଆଉ କେଇଟା ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ମା' । ଗତ 2 ବର୍ଷ ହେବ କୋରୋନା ମହାମାରୀ ପାଇଁ ଫିକା ପଡିଥିବା ପାର୍ବଣ ଋତୁ ଏଥର ବହୁ ଜାକଯମକରେ ପାଳନ କରାଯିବ । ଏହି ଧାରାରେ ଓଡିଶା ପ୍ରସିଦ୍ଧ କଟକ ଦୁର୍ଗାପୂଜା (Durga puja 2022) ମଧ୍ୟ ଖୁବ ଧୂମଧାମରେ ପାଳନ କରାଯିବ । ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯିବ । ଏଥିସହିତ ନିଶା, ଡିଜେ ଓ ବାଣ ମୁକ୍ତ ଭସାଣ ଦିଗରେ ପୂଜା କମିଟିଗୁଡିକ ହିଁ ଯତ୍ନବାନ ହେବାରୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ।

ଏଥର କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS । ଭସାଣି ବେଳେ କେଉଁ ମେଢ କେଉଁଠି ଅଟକିଛି ଜାଣିବାକୁ ଲଗାଯିବ GPS । ଏହାସହ ଶୃଙ୍ଖଳିତ ପୂଜା କମିଟିକୁ କମିଶନରେଟ୍ ପୋଲିସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । ଚଳିତ ବର୍ଷ କଟକ ଦୁର୍ଗାପୂଜା (Durga puja 2022) ଶୃଙ୍ଖଳାରେ ସମାପ୍ତ କରିବା ନେଇ କଟକବାସୀମାନଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

ପ୍ରକାଶ ଥାଉ ଯେ, ଚଳିତ ବର୍ଷ ଭସାଣିରେ ସମସ୍ତ ମେଢ଼ରେ ଲାଗିବ GPS। ଭସାଣି ବେଳେ କେଉଁ ମେଢ କେଉଁଠି ଅଟକିଛି ଜାଣିବାକୁ ଲଗାଯିବ GPS ।

Ganesh Chaturthi: ‘ପୁଷ୍ପା’ସ୍ଵାଗରେ ଗଣେଷ ମୂର୍ତ୍ତି

ସେପ୍ଟେମ୍ବର 8 ରେ ଲଘୁଚାପ, 4 ଦିନ ଛେଚିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments