1. କୃଷି ଖବର

ଆସୁଛନ୍ତି ମା’ଦୁର୍ଗା : ଏଥର ରାତି 12 ଯାଏଁ ଚାଲିବ ମେଲୋଡ଼ି

ଆସୁଛନ୍ତି ମା’ଦୁର୍ଗା । 2 ବର୍ଷ ପରେ ଜମିବ ପାର୍ବଣର ମାହୋଲ । ପୂଜା ସମୟରେ ରାତି 12ଟା ଯାଏଁ ଚାଲିପାରିବ ମେଲୋଡି ।

Sudesna Nayak
Sudesna Nayak
durga puja the melody will play until midnight

durga puja the melody will play until midnight

ମା’ଦୁର୍ଗାଙ୍କ ଆଗମନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥର ପୂଜାରେ ମଧ୍ୟରାତ୍ର ଯାଏଁ ଝୁମିବ ରାଜଧାନୀ । ଚଳିତ ବର୍ଷ ରାତି 12 ଟା ପର୍ଯ୍ୟନ୍ତ ମେଲୋଡି (Melody)କୁ ଅନୁମତି ମିଳିଛି । ବିଏମସି (BMC)ର ସମନ୍ୱୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଶାନ୍ତିଶୃଙ୍ଖଳାର ସହ ହିଁ ମେଲୋଡି (Melody)କରିବାକୁ କୁହାଯାଇଛି ।

ସୂଚନା ଅନୁସାରେ, ଆସୁଛନ୍ତି ମା’ଦୁର୍ଗା (DURGA PUJA)। 2 ବର୍ଷ ପରେ ଜମିବ ପାର୍ବଣର ମାହୋଲ । ପୂଜା ସମୟରେ ରାତି 12ଟା ଯାଏଁ ଚାଲିପାରିବ ମେଲୋଡି (Melody) । ରାତି 12 ଟା ପରେ କୌଣସି ପୂଜା କମିଟି ମେଲୋଡି (Melody)କରିପାରିବେ ନାହିଁ ।

ରାଜଧାନୀର 178 ପୂଜା ମଣ୍ଡପରେ ଶୋଭା ପାଇବେ ମା’ଜଗତଜ୍ଜନନୀ ଦୁର୍ଗା । ଏସବୁ ପୂଜା ମଣ୍ଡପର ପରିମଳକୁ ଗୁରୁତ୍ୱ ଦେଇଛି ବିଏମସି (BMC)। ଭସାଣ ଉତ୍ସବ ପାଇଁ ବିଏମସି (BMC) ପକ୍ଷରୁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା ମଧ୍ଯ କରାଯିବ ।

ପ୍ରକାଶ ଥାଉ ଯେ, ଏଥର ରାଜଧାନୀର 178 ପୂଜା ମଣ୍ଡପରେ ମେଢ଼ ହେବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ରାସ୍ତା ମରାମତି, ଆଲୋକ ଓ ପରିମଳ ବ୍ୟବସ୍ଥା, ମୁକୁଳା ଡ୍ରେନ ମରାମତିକୁ ଗୁରୁତ୍ୱ ଦିଆଯାଇଛି । ମା’ଦୁର୍ଗା (DURGA PUJA) ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

Durga puja 2022: ଏଥର ଦୁର୍ଗା ଭସାଣୀ ବେଳେ ଲାଗିବ GPS

ଆସୁଛି ଲଘୁଚାପ!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments