News

Edible Oil:ଶସ୍ତା ହେଲା ଖାଇବା ତେଲ ଦର; ଲିଟର ପିଛା ୧୫-୨୦ ଟଙ୍କାକୁ ହ୍ରାସ

ବଢୁଥିବା ମୁଦ୍ରାସ୍ଫୀତି ସାମ୍ନାରେ ସାଧାରଣ ଲୋକ ଏକ ଭଲ ଖବର ପାଇଛନ୍ତି । ଆନ୍ତର୍ଜାତୀୟ ହାର ହ୍ରାସ ଓ ସରକାରୀ ହସ୍ତକ୍ଷେପ ଯୋଗୁଁ ଖୁଚୁରା ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ।

24 June, 2022 3:21 PM IST By: Sudesna Nayak

ବଢୁଥିବା ମୁଦ୍ରାସ୍ଫୀତି ସାମ୍ନାରେ ସାଧାରଣ ଲୋକ ଏକ ଭଲ ଖବର ପାଇଛନ୍ତି । ଆନ୍ତର୍ଜାତୀୟ ହାର ହ୍ରାସ ଓ ସରକାରୀ ହସ୍ତକ୍ଷେପ ଯୋଗୁଁ ଖୁଚୁରା ବଜାରରେ ଖାଇବା ତେଲର ମୂଲ୍ୟ (Edible Oil) ହ୍ରାସ ପାଇବାରେ ଲାଗିଛି ।

ସୂଚନା ଅନୁଯାୟୀ, ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ କହିଛନ୍ତି ଯେ ଚଳିତ ମାସ ଆରମ୍ଭରୁ ଗ୍ରାଉଣ୍ଡନଟ୍ ତେଲ ବ୍ୟତୀତ ପ୍ୟାକେଜ୍ ଭୋଜନ ତେଲର ହାରାହାରି ଖୁଚୁରା ମୂଲ୍ୟ ଦେଶରେ ଲିଟର ପିଛା ୧୫-୨୦ ଟଙ୍କା ହ୍ରାସ ପାଇଛି ଓ ଏବେ ଲିଟର ୧୫୦ ରୁ ୧୯୦ ଟଙ୍କା ମଧ୍ୟରେ ରହିଛି ।

ଗତ ସପ୍ତାହରେ, ଖାଇବା ତେଲ (Edible Oil) କମ୍ପାନୀ ଆଦାନି ୱିଲମାର ଓ ମଦର ଡାଏରୀ ବିଭିନ୍ନ ପ୍ରକାରର ରନ୍ଧନ ତେଲ ପାଇଁ ଏମଆରପି (ସର୍ବାଧିକ ଖୁଚୁରା ମୂଲ୍ୟ) ଲିଟର ପିଛା ୧୦-୧୫ ଟଙ୍କା ହ୍ରାସ କରିଥିଲେ । ଉଭୟ କମ୍ପାନୀ କହିଛନ୍ତି ଯେ ନୂତନ ଏମଆରପି ସହିତ ଷ୍ଟକ୍ ଶୀଘ୍ର ବଜାରକୁ ଆସିବ ।

ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ ଇ ମଧ୍ୟପ୍ରଦେଶର ଦୁଇଟି ପର୍ଯ୍ୟାୟରେ ଅନେକ ଚଢାଉ କରାଯାଇଥିଲା । ଏଥିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ୪୩ ଟି ଚଢ଼ାଉ କରାଯାଇଥିଲା, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୧୪ ଡିଫଲ୍ଟର ଏବଂ ଦ୍ୱିତୀୟରେ ୨ ଡିଫଲ୍ଟର ଥିଲେ ।

ପ୍ରକାଶ ଥାଉ ଯେ, ପାଣ୍ଡେ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଅଟାର ମୂଲ୍ୟ ମଧ୍ୟ ଦେଶରେ ହ୍ରାସ ପାଇଛି । ଗତ କିଛି ଦିନ ମଧ୍ୟରେ ଏଥିରେ ରିଲିଫ୍ ଦେଖିବାକୁ ମିଳିଛି । ସରକାର ଗ୍ରହଣ କରିଥିବା ପଦକ୍ଷେପ ଏଥିରେ ଆରାମ ଦେଇଛି, ନଚେତ୍ ଏହି ମୂଲ୍ୟ ଆହୁରି ବୃଦ୍ଧି ପାଇଥାନ୍ତା । ଗହମ ଉପରେ ନିୟମାବଳୀ ପରେ ସରକାର ଅଟା ମୂଲ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି ।

ପାମ ତେଲର ରପ୍ତାନୀ ଅନୁମତି ଦେଲା ଇଣ୍ଡୋନେସିଆ

ଯୁଦ୍ଧ ପାଇଁ ମହଙ୍ଗା ହେଲା ଖାଇବା ତେଲ ; ଜାଣନ୍ତୁ କେତେ...