କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ପେନସନ (Pension)ପାଉଥିବା ଲୋକଙ୍କ ବଡ ଖବର (BIG NEWS)। ଏବେ EPFOରୁ ମିଳୁଥିବା ପେନସନ (Pension) ରାଶି ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ଫାଇଦା ସମସ୍ତ ପେନସନଭୋଗୀଙ୍କୁ ମିଳିବ ।
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ହେବାକୁ ଥିବା ବୈଠକରେ କେନ୍ଦ୍ରୀୟ ପେନସନ (Pension) ବିତରଣ ପ୍ରଣାଳୀ ପ୍ରସ୍ତାବ ପରେ ଏହି ଯୋଜନାରେ ମୋହର ଲାଗିବ ।
ଏହି ପ୍ରଣାଳୀ ସ୍ଥାପନା ପରେ ଦେଶରେ ପାଖାପାଖି ୭୩ ଲକ୍ଷ ପେନସନର୍ସ (Pensioners)ଙ୍କ ଖାତାରେ ପେନସନ (Pension) କୁ ଏକଥରକେ ଟ୍ରାନ୍ସଫର କରାଯିବ ।
ଖବର ଅନୁଯାୟୀ ହିଁ EPFO ନିର୍ଣ୍ଣୟ ନେଉଥିବା ଶୀର୍ଷ ନିକାୟ କେନ୍ଦ୍ରୀୟ ନ୍ୟାସୀ ବୋର୍ଡ ମାନେ CBTରେ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ଏନେଇ ଏକ ପ୍ରସ୍ତାବ ଦିଆଯିବ ।
ପ୍ରକାଶ ଥାଉ ଯେ, ପେନସନ (Pension)ବିତରଣ ୧୩୮ କ୍ଷେତ୍ରୀୟ କାର୍ଯ୍ୟାଳୟର ଡାଟାବେସ୍ ଆଧାରରେ କରାଯିବ । ଏମିତିରେ ୭୩ ଲକ୍ଷ ପେନସନଭୋଗୀ (Pensioners)ଙ୍କୁ ଏକାସହିତ ପେନସନ (Pension) ଦିଆଯିବ ।
କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଗୁଡ ନ୍ୟୁଜ! ଏହି ତାରିଖରେ ହେବ DA hike ଘୋଷଣା,ଜାଣନ୍ତୁ...
କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, DA ୬ ପ୍ରତିଶତ ବୃଦ୍ଧି!
Share your comments