News

ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ହେଲେ ବିଜୟ ନାୟକ

ପୂର୍ବତନ ଓଡିଆ ପ୍ରଶାସନିକ ଅଧିକାରୀ ବିଜୟ ନାୟକ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ପ୍ରେସ ସଚିବ ନିଯୁକ୍ତ ହୋଇଛନ୍ତି ।

02 August, 2022 12:25 PM IST By: Shuvanshu Kar

ଦେଶର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ପ୍ରେସ ସଚିବ( Addl Press Secy Of Prez Murmu) ନିଯୁକ୍ତ ହୋଇଛନ୍ତି ପୂର୍ବତନ ଓଡିଆ ପ୍ରଶାସନିକ ଅଧିକାରୀ ବିଜୟ ନାୟକ(Ex Odisha Bureaucrat Bijay Nayak) । ଜଣାଶୁଣା ସାହିତ୍ବ୍ୟିକ ବିଜୟ ନାୟକ ନିଜର କାର୍ଯ୍ୟଭାର ଗ୍ରହଣ କରିସାରିଛନ୍ତି ।

ଅବସର ପୂର୍ବରୁ ଓଡିଶା ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶକ ଥିଲେ ନାୟକ । ଏବେ ସେ ପୁରୀ ସାଖିଗୋପାଳରେ ନିର୍ମାଣ ହେବାକୁ ଥିବା ଓଡିଶା ବିଶ୍ବବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟଅଧିକାରୀ ପଦରେ ଦାୟିତ୍ବ ତୁଲାଉଥିଲେ । ଜୁନ ଶେଷ ସପ୍ତାହରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ ।

2000ରୁ 2002 ଯାଏଁ ମୁର୍ମୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିବା ସମୟରେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ରହିଥିଲେ । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ମଧ୍ୟ ବ୍ୟକ୍ତିଗତ ସଚିବ ରହିସାରିଛନ୍ତି ବିଜୟ ନାୟକ ।

ବିଜୟ ନାୟକ ଓଡିଶାର ଜଣେ ପ୍ରତିଷ୍ଠିତ ସାହିତ୍ବିକ ଭାବରେ ଜଣାଶୁଣା । ସେ ଗତ 20 ବର୍ଷରୁ ସାହିତ୍ବ୍ୟିକ ପତ୍ରିକା 'କାହାଣୀ'ର ସମ୍ପାଦକ ଅଛନ୍ତି । ନିଜ କଲେଜ କ୍ୟାରିଅରରେ ନାୟକ ଭଦ୍ରକ କଲେଜ ଛାତ୍ର ସଂଘ ଓ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରସଂଘର ସଭାପତି ଥିଲେ ।

25 ଜୁଲାଇରେ ଦେଶର 15 ତମ ରାଷ୍ଟ୍ରପତି(President Of India)ରୂପେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ(Droupadi Murmu) । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ।

ରାଷ୍ଟ୍ରପତି ପଦରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ମୋଦିଙ୍କ ମୁହଁରେ ଦ୍ରୌପଦୀଙ୍କ ପ୍ରଶଂସା, ଜାଣନ୍ତୁ କଣ କହିଲେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)