News

ବଦଳିବ ରାଜ୍ୟର ପାଣିପାଗ ; ଏ ବର୍ଷ ଗ୍ରୀଷ୍ମରେ କମ୍‌ ଗରମ ଅଧିକ ବର୍ଷା, ଜୁନରେ ପ୍ରବଳ ଛେଚିବ

ଚଳିତ ବର୍ଷ ଖରା ଦିନେ କମ୍‌ ଗରମ ଓ ଅଧିକ ବର୍ଷାର ସମ୍ଭାବନା ରହିଛି । ଜୁନ୍‌ ଓ ଜୁଲାଇ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

02 March, 2022 10:28 AM IST By: Sudesna Nayak

ଚଳିତ ବର୍ଷ ଖରା ଦିନେ କମ୍‌ ଗରମ ଓ ଅଧିକ ବର୍ଷା (Rain)ର ସମ୍ଭାବନା ରହିଛି । ଜୁନ୍‌ (June)ଓ ଜୁଲାଇ (July) ମାସରେ ଭଲ ବର୍ଷା (Rain)ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଓଡ଼ିଶା (Odisha)ରେ ଏତେ ଟା ଗରମ ଅନୁଭୂତ ହେବନି । ମାର୍ଚ୍ଚରୁ ମେ (MAY)ମାସ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକ୍ ଠାରୁ କମ ରହିବ ।

ଉପକୂଳ ଓଡ଼ିଶା (Odisha)ସମେତ ମୟୁରଭଞ୍ଜ ଜିଲ୍ଲା, ଅଗୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, ନୟାଗଡ଼ ଆଦି ଜିଲ୍ଲାରେ ଉଭୟ ଦିନ ଏବଂ ରାତିର ତାପମାତ୍ରା ସ୍ୱାଭାବିକ୍ ଠାରୁ କମ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭବିକ୍ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି ।

ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ଥିବାରୁ ମାର୍ଚ୍ଚରୁ ମେ (MAY) ମାସ ମଧ୍ୟରେ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢିବାର ନାହିଁ । ଏହି ତିନି ମାସରେ ଓଡ଼ିଶାରେ ଅଧିକ ବର୍ଷା (Rain) ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ବିଭିନ୍ନ ବିଶ୍ବ ସଂସ୍ଥା ଦ୍ବାରା ସାମୁଦ୍ରିକ ଜଳପତ୍ତନର ତାପମାତ୍ରା ଓ ବାୟୁମଣ୍ଡଳର ତଥ୍ୟ ଅଧାରିତ ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ଆକଳନ ଅନୁଯାୟୀ, ଆଗାମୀ ଖରାଦିନ (Summer) ରେ ବିଶେଷ ଗରମ (HOT) ହେବାର ସମ୍ଭାବନା ନ ଥିବା ବେଳେ ମୌସୁମୀର ପ୍ରାଥମିକ ପର୍ଯ୍ୟାୟରେ ବର୍ଷା (Rain) ସ୍ବାଭାବିକ ବା ଏହାଠାରୁ ଅଧିକ ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ମୌସୁମୀ ବର୍ଷାର ସ୍ବରୂପ ସାମୁଦ୍ରିକ ଓ ବାୟୁମଣ୍ଡଳର ସ୍ଥିତି ଉପରେ ନିର୍ଭର କରେ । କେତେକ ବର୍ଷ ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ହେଲେ ମୌସୁମୀ ବର୍ଷା ମଧ୍ୟ ପ୍ରଭାବିତ ହୋଇଥାଏ ।

ପଶ୍ଚିମା ଝଡ଼ର ପ୍ରଭାବ ମୁଖ୍ୟତଃ ଶୀତଦିନେ ଫେବ୍ରୁଆରି (February) ମାସ ପର୍ଯ୍ୟନ୍ତ ସାଧାରଣ ଭାବେ ଅଧିକ ଦେଖାଯାଏ । ଯଦିବା ବେଳେ ବେଳେ ଏହା ଗ୍ରୀଷ୍ମ ଋତୁରେ ବର୍ଷା (Rain) ଓ ତତ୍‌ଜନିତ ଗରମକୁ ମଧ୍ୟ ପ୍ରଭାବିତ କରିଥାଏ । ଫେବ୍ରୁଆରିର ତଥ୍ୟ କହୁଛି, ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ୍‌ ରହିଥିବାରୁ ଲା-ନିନାର ପ୍ରଭାବ ଥିଲା ଓ ଏହି ଅବସ୍ଥା ଆସନ୍ତା ଏପ୍ରିଲ (April) ପର୍ଯ୍ୟନ୍ତ ଚାଲୁ ରହିବ ।

ପ୍ରକାଶ ଥାଉ ଯେ, ମେ (May) ରୁ ଅଗଷ୍ଟ (August) ମଧ୍ୟରେ ତାପମାତ୍ରା ବଢ଼ି ନ୍ୟୁଟ୍ରାଲ ଇନ୍‌ସୋରେ ରହିବ । ସାଧାରଣ ଭାବେ ଲା-ନିନା ସମୟରେ ଭାରତରେ ବର୍ଷା (Rain) ଅଧିକ ହୋଇଥାଏ । ଏପରିକି ନ୍ୟୁଟ୍ରାଲ ଇନ୍‌ସୋ ସମୟରେ ମଧ୍ୟ ବର୍ଷା (Rain) ଅଧିକ ହୋଇଥାଏ । ବର୍ଷା (Rain) ଅଧିକ ହେଲେ ତାପମାତ୍ରା କମିଥାଏ ।ମେ (May) ମାସର ଆକଳନ ଅନୁଯାୟୀ, ମେ (May)ରେ ଗରମ କମ୍‌ ରହିବା ସହ ମଝିରେ ମଝିରେ ବର୍ଷା (Rain) ହେବ । ସାଧାରଣତଃ ବର୍ଷର ସର୍ବାଧିକ ଗରମ ଏପ୍ରିଲ ମାସରେ ପଡ଼ିଥାଏ । ତେବେ ମଧ୍ୟ ଏପ୍ରିଲ ବେ‌ଳକୁ ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ଆସିବ ।

ମାର୍ଚ୍ଚ 1 : ଆଜି ପ୍ରବଳ ବର୍ଷା

କାଲି ଛେଚିବ ବର୍ଷା !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)